ଆମେରିକାକୁ ଚେତାବନୀ ଦେଲା ଚାଇନା: ନିଆଁ ସହ ଖେଳିଲେ ଜଳିଯିବ

ଓ୍ବାଶିଂଟନ୍‌,୧୬।୧୧: ତାଇୱାନର ସ୍ବାଧୀନତାକୁ ସମର୍ଥନ କରୁଥିବା ଆମେରିକାକୁ ପୁଣିଥରେ ଧମକ ଦେଇଛି ଚାଇନା। ହ୍ବାଇଟ ହାଉସରେ ଚାଲିଥିବା ଭର୍ଚୁଆଲ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଚେତାବନୀ ଦେଇଛନ୍ତି ଯେ ତାଇୱାନର ସ୍ବାଧୀନତାକୁ ସମର୍ଥନ କରିବା ଆମେରିକା ପାଇଁ ନିଆଁରେ ଖେଳିବା ଭଳି, ଯେଉଁମାନେ ନିଆଁ ସହିତ ଖେଳନ୍ତି ସେମାନେ ଜଳିଯିବେ।
ତାଇୱାନ ପ୍ରସଙ୍ଗରେ ଚାଲିଥିବା ଏହି ଶିଖର ବୈଠକର ଉଦ୍ଦେଶ୍ୟ ହେଉଛି ଦୁଇ ମହାଶକ୍ତି ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ଅନ୍ତ ଘଟାଇବା, କିନ୍ତୁ ଚାଇନା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିକଟରେ ସ୍ପଷ୍ଟ କରିଛି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ଯେ- ଆମେରିକାର କିଛି ଲୋକ ଚାଇନାକୁ ନିୟନ୍ତ୍ରଣ କରିବା ପାଇଁ ତାଇୱାନ ବ୍ୟବହାର କରିବାକୁ ଚାହାଁନ୍ତି, କିନ୍ତୁ ଏହା ଅତ୍ୟନ୍ତ ବିପଜ୍ଜନକ ଏବଂ ନିଆଁ ସହିତ ଖେଳିବା ଭଳି।
ଗତ କିଛି ଦିନ ହେବ ଦୁନିଆର ଦୁଇଟି ପ୍ରମୁଖ ଅର୍ଥନୀତି ଏବଂ ସୁପର ପାୱାର ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଛି। ପ୍ରଥମେ, କରୋନା ମହାମାରୀ ହେତୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଚାଇନାର ସମ୍ପର୍କ ଖରାପ ହୋଇଥିଲା। ଏହାପରେ ତାଇୱାନ ଉପରେ ଚାପ ବଢିବା ଦ୍ୱାରା ବାଇଡେନ ପ୍ରଶାସନ ଏକମତ ହୋଇ ନ ଥିଲା। ତାଇୱାନ ଉପରେ ବଢୁଥିବା ଚାଇନାର ଚାପ ଉପରେ ଆମେରିକା ଖୋଲାଖୋଲି ଭାବେ ଆଗକୁ ବାହାରିଛି, ଏହା ପରେ ଚାଇନା ମଧ୍ୟ ଏହାର ଉଦ୍ଦେଶ୍ୟ ସ୍ପଷ୍ଟ କରିଛି। ନିକଟରେ ଚାଇନା ତାଇୱାନ ସୀମାରେ ଅନୁପ୍ରବେଶ କରିଥିଲା। ଦୁଇ ଡଜନରୁ ଅଧିକ ଚାଇନାର ଯୁଦ୍ଧ ବିମାନ ତାଇୱାନରେ ପ୍ରବେଶ କରିଥିଲା, ଯାହା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଥିଲା। ଏହା ପରେ ଆମେରିକା ତାଇୱାନକୁ ସମର୍ଥନ କଲା, ଯାହା ଚାଇନାକୁ ଆହୁରି ଆକ୍ରମଣାତ୍ମକ କରିଦେଇଛି।
ଭର୍ଚୁଆଲ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶିନଜିଆଙ୍ଗ, ତିବ୍ଦତ ଏବଂ ହଂକଂରେ ଚାଇନାର କାର୍ଯ୍ୟକଳାପକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri