Posted inଜାତୀୟ

ପୋଷାକ ବଦଳାଇବାରେ ମୋଦିଙ୍କୁ ପଛରେ ପକାଇଦେଇଛନ୍ତି ଓ୍ବାଙ୍ଖଡେ

ମୁମ୍ବାଇ,୨।୧୧: ମୁମ୍ବାଇର ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ପୁଣି ବର୍ଷିଛନ୍ତି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ ଡକାଇ ସେ ଭାଜପା ନେତା ଦେବେନ୍ଦ୍ର ଫଡନଭିସ ଏବଂ ଏନସିବି ଜୋନାଲ ନିର୍ଦ୍ଦେଶକ ସବୀର ଓ୍ବାଙ୍ଖଡେଙ୍କୁ ଟାର୍ଗେଟ କରିଥିତ୍ଲେ। ସେ କହିଛନ୍ତି, ଆମେ ଶୁଖିଲାରେ କାହାକୁ ଦୋଷାରୋପ କରିନାହୁଁ କିନ୍ତୁ ଏହାକୁ ତଥ୍ୟ ସହ ଆଣିଛୁ। ମୁଁ ପୁଣି ଥରେ କହିବାକୁ ଚାହେଁ ଯେ ସମୀର ୱାଙ୍ଖଡେ ଦେବେନ୍ଦ୍ର ଫଡନାଭିସଙ୍କ ନିକଟତର। ୱାଙ୍ଖଡେ ଡ୍ରଗ୍ସ ଖେଳ ଖେଳି କୋଟି ଟଙ୍କା ସଂଗ୍ରହ କରନ୍ତି। ତାଙ୍କର ଅବଶିଷ୍ଟ ଅଧିକାରୀମାମାନେ କେବଳ ୭୦୦ରୁ ୧୦୦୦ଟଙ୍କା ମୂଲ୍ୟର ଶର୍ଟ ପିନ୍ଧନ୍ତି, କିନ୍ତୁ ୱାଙ୍ଖଡେ ୭୦ ହଜାର ଟଙ୍କା ମୂଲ୍ୟର ଶର୍ଟ ପିନ୍ଧନ୍ତି। ୱାଙ୍ଖଡେ ପ୍ରତିଦିନ ଏକ ନୂଆ ଶର୍ଟ ବଦଳାଇ ଆସନ୍ତି। ସେ ପୋଷାକ ବଦଳାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। କେବଳ ଏତିକି ନୁହେଁ,ୱାଙ୍ଖଡେ ଦୁଇ ଲକ୍ଷ ମୂଲ୍ୟର ଜୋତା ପିନ୍ଧନ୍ତି, ୨୫ ଲକ୍ଷ ମୂଲ୍ୟର ଘଣ୍ଟା ପିନ୍ଧନ୍ତି। ଜଣେ ସାଧାରଣ ଅଧିକାରୀଙ୍କ ନିକଟକୁ ଏସବୁ କେଉଁଠୁ ଆସିଲା ବୋଲି ନବାବ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ନବାବ ମଲିକ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଟାର୍ଗେଟ କରିଛନ୍ତି। ଡ୍ରଗ୍ସ ପେଡ୍ଲରଙ୍କ ସହ ତାଙ୍କ ସମ୍ପର୍କ ଥିବା ସେ ଅଭିଯୋଗ ଆଣିଛନ୍ତି। ଟୁଇଟ୍‌ କରି ନୱାବ ମଲିକ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଦେବେନ୍ଦ୍ର ଫଡନାଭିସ, ତାଙ୍କ ସ୍ତ୍ରୀ ଅମୃତା ଫଡନଭିସ ଏବଂ ଡ୍ରଗ୍ସ କାରବାର ମାମଲାରେ ବର୍ତ୍ତମାନ ଜେଲରେ ଥିବା ଜୟଦୀପ ରାଣା ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri