Odisha Elections 2024
Posted inଜାତୀୟ

ନିର୍ଯାତନା ମାମଲାରେ କେଜରିଓ୍ବାଲଙ୍କୁ ନୋଟିସ

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୧ ଜଣଙ୍କ ନାମରେ ୨୦୧୮ରେ ଏକ ନିର୍ଯାତନା ମାମଲା ଦାୟର କରିଥିଲେ ପୂର୍ବତନ ମୁଖ୍ୟ ସଚିବ ଅଂଶୁ ପ୍ରକାଶ। ଗତ ଅଗଷ୍ଟରେ ଏହି ମାମଲାରୁ କୋର୍ଟ କେଜରିଓ୍ବାଲ ଓ ସିସୋଦିଆଙ୍କୁ ଦୋଷମୁକ୍ତ କରିଥିଲେ। କେବଳ ଏଏପି ବିଧାୟକ ଅମାନତୁଲା ଖାନ ଓ ପ୍ରକାଶ ଜାଓର୍‌ବଲଙ୍କ ବିରୋଧରେ ମାମଲା ଚାଲିଥିଲା। କୋର୍ଟଙ୍କ ରାୟକୁ ସ୍ବତନ୍ତ୍ର କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ପୂର୍ବତନ ମୁଖ୍ୟ ସଚିବ।

ରୋଜ ଆଭେନ୍ୟୁ ଡିଷ୍ଟ୍ରିକ୍ଟ କୋର୍ଟ ସୋମବାର କେଜରିଓ୍ବାଲ ସମେତ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ୨୩ ତାରିଖ ହେବ।

ପ୍ରକାଶଙ୍କ ଆବେଦନ ଅନୁଯାୟୀ, ୨୦୧୮ ଫେବୃୟାରୀରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଜ୍ଞାପନ ସମ୍ପର୍କୀତ ବୈଠକରେ ଯୋଗଦେବାକୁ ଡକା ଯାଇଥିଲା। ସେଠାରେ କେଜରିଓ୍ବାଲ ଓ ସିସୋଦିଆଙ୍କ ସମେତ ୧୧ ଜଣ ଏଏପି ବିଧାୟକ ତାଙ୍କୁ ନିର୍ଯାତନା ଦେଇଥିଲେ। କିନ୍ତୁ ବୈଠକରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ଜନ ପ୍ରତିନିଧି ହୋଇଥିବାରୁ ସେମାନଙ୍କୁ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ସଚିନ ଗୁପ୍ତା ଦୋଷ ମୁକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମନୁଷ୍ୟକୃତ: ହାଇକୋର୍ଟ

ନୂଆଦିଲ୍ଲୀ,୨୬ା୫: ଗୁଜରାଟର ରାଜକୋଟରେ ଟିଆରପି ଗେମିଂ ଜୋନ୍‌ ଅଗ୍ନିକାଣ୍ଡରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ରାଜକୋଟ ଏମ୍ସରେ ଭର୍ତ୍ତି...

ଅହମ୍ମଦାବାଦରେ ଚୋରା ଚାଲାଣ କରୁଥିବା ଗ୍ୟାଙ୍ଗ ପାଖରୁ ୭.୭୫ କୋଟି ଟଙ୍କାର ସୁନା ଜବତ

ଅହମ୍ମଦାବାଦ,୨୬।୫: ରାଜସ୍ୱ ଇଣ୍ଟେଲିଜେନ୍ସ (ଡିଆରଆଇ) ଅଧିକାରୀମାନେ ଶନିବାର ଅହମ୍ମଦାବାଦ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ଏକ ହୋଟେଲରୁ ଏକ ସୁନା ଚୋରା ଚାଲାଣ ସିଣ୍ଡିକେଟକୁ କାବୁ...

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ଘଟଣା: ସରକାରଙ୍କୁ ଭର୍ତ୍ସନା କଲେ ଖାର୍ଗେ, କହିଲେ…

ନୂଆଦିଲ୍ଲୀ,୨୬ା୫: ଗୁଜରାଟର ରାଜକୋଟରେ ହୋଇଥିବା ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୨୭ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଦୁଃଖ ପ୍ରକାଶ କରିଛନ୍ତି।...

ବେବି କେୟାର ଅଗ୍ନିକାଣ୍ଡ ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୫: ଦିଲ୍ଲୀର ବିବେକ ବିହାର ଅଞ୍ଚଳର ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୭ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ...

ବେବି କେୟାର ସେଣ୍ଟର ଅଗ୍ନିକାଣ୍ଡକୁ ନେଇ କେଜ୍‌ରିଓ୍ବାଲ କହିଲେ…

ନୂଆଦିଲ୍ଲୀ,୨୬ା୫: ଦିଲ୍ଲୀର ବିବେକ ବିହାରର ବେବି କେୟାର ସେଣ୍ଟରରେ ହୋଇଥିବା ଅଗ୍ନିକାଣ୍ଡରେ ୭ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଗଭୀର...

ନିର୍ବାଚନ ମଝିରେ ବଢିଲା ଡିମାଣ୍ଡ, ଏହି ଲୋକମାନଙ୍କୁ ଦେବାକୁ ପଡିପାରେ ଇନ୍‌ହେରିଟାନ୍ସ ଟ୍ୟାକ୍ସ

ନୂଆଦିଲ୍ଲୀ,୨୫ା୫: ଦେଶରେ ଚାଲିଥିବା ଲୋକସଭା ର୍ନିବାଚନ ମଧ୍ୟରେ ଇନ୍‌ହେରିଟାନ୍ସ ଟ୍ୟାକ୍ସ (ସମ୍ପତି କର) ଡିମାଣ୍ଡ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଅର୍ଥନୈତିକ ଅସମାନତାକୁ ଦୃଷ୍ଟିରେ...

ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ବଡ଼ ଭବିଷ୍ୟବାଣୀ କଲେ ମୋଦି, ଜାଣି ତାଜୁବ ହେବେ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଇଣ୍ଡିଆ ମହାମେଣ୍ଟ ଉପରେ ଜୋରଦାର ବର୍ଷିଛନ୍ତି । ବିରୋଧୀଙ୍କୁ ଟାର୍ଗେଟ କରିବା ସହ ସେମାନେ ଭୋଟବ୍ୟାଙ୍କକୁ ଖୁସି କରିବା...

ଗେମିଂ ଜୋନ୍‌ରେ ନିଆଁ: ୨୭ ମୃତ

ରାଜକୋଟ,୨୬ା୫: ଗୁଜରାଟର ରାଜକୋଟସ୍ଥିତ ଗେମିଂ ଜୋନ୍‌ରେ ଶନିବାର ଅପରାହ୍ନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଆହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri