ପ୍ରମାଣ ନଷ୍ଟ ପାଇଁ ଫନ୍ଦିଫିକର

ବଲାଙ୍ଗୀର ଅଫିସ,୨୬।୧୦: କଳାହାଣ୍ଡି ଜିଲା କେଗଁା ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଅପହରଣ ଏବଂ ହତ୍ୟା ଘଟଣାକୁ ଇତିମଧ୍ୟରେ ୧୮ ଦିନ ବିତିଗଲାଣି। ଏହି ଜଘନ୍ୟ ହତ୍ୟା ଘଟଣାରେ ପୋଲିସର ହାବଭାବ ଏବଂ ତଦନ୍ତ ପ୍ରକ୍ରିୟା ସନ୍ଦେହଜନକ ମନେହେଉଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମମିତା କାର୍ଯ୍ୟ କରୁଥିବା ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସମ୍ପର୍କ ରହିଥିବା ଚର୍ଚ୍ଚା ହେବା ପରେ ପୋଲିସ ତଦନ୍ତ କମ୍‌ ଓ ପ୍ରମାଣ ନଷ୍ଟରେ ଅଧିକ ଲାଗି ପଡ଼ିଥିବା କୁହାଯାଉଛି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମନ୍ତ୍ରୀ ମିଶ୍ରଙ୍କ ଇସ୍ତଫା ଓ ବହିଷ୍କାର ଦାବି କରାଯାଇଛି। ଏହି ଦାବିକୁ ନେଇ ଓଡ଼ିଶାର କୋଣ ଅନୁକୋଣରେ ଆନ୍ଦୋଳନ, ବିକ୍ଷୋଭ ଓ ଧାରଣା ଚାଲିଛି। ଏଭଳି ସମୟରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ଅନୁଶୀଳନ କଲେ ଅନେକ ପ୍ରଶ୍ନ ଉଙ୍କି ମାରୁଛି।
ମମିତାଙ୍କ ଅପହରଣ ଘଟଣାକୁ ନେଇ ଗତ ୧୨ ତାରିଖରେ ତାଙ୍କ ଭାଇ ବଣ୍ଟି ମେହେର ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାଙ୍କ କାର୍‌କୁ ଥାନାକୁ ଆଣିଥିଲା। ସେଠାରେ ତାଙ୍କୁ ପଚରାଉଚରା କରାଯାଇଥିଲା। ୧୭ତାରିଖରେ ଗୋବିନ୍ଦଙ୍କୁ ଟିଟିଲାଗଡ଼ ବାରାକ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କୁ ୩ଜଣ କନ୍‌ଷ୍ଟେବଳ ଏବଂ ଜଣେ ପୋଲିସ ଅଧିକାରୀ ଜଗିଥିବାବେଳେ ନାଟକୀୟ ଢଙ୍ଗରେ ଗୋବିନ୍ଦ ଫେରାର ହୋଇଯାଇଥିଲେ। ଫେରାର ହେବାର ପ୍ରାୟ ୪୦ ଘଣ୍ଟା ପରେ ଗୋବିନ୍ଦ ବଙ୍ଗୋମୁଣ୍ଡା ଥାନା ବୁଢ଼ୀପଦର ଗ୍ରାମର ତାଙ୍କ ଭଉଣୀଙ୍କ ଆଖୁ କିଆରିରୁ ଧରାପଡ଼ିଥିଲେ। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଖବରଦାତା ସମ୍ମିଳନୀ କରି କହିଥିଲେ ଯେ, ପରକୀୟା ପ୍ରୀତି ପ୍ରଘଟ ହେବା ଆଶଙ୍କା କରି ଗୋବିନ୍ଦ ମମିତାଙ୍କୁ କାର୍‌ ଭିତରେ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ମହାଲିଙ୍ଗର ଏକ ନିର୍ମାଣାଧୀନ ଷ୍ଟାଡିୟମ ଭିତରେ ଗାତ ଖୋଳି ମୃତଦେହକୁ ପୋଡି ପୋତି ଦେଇଥିବା ଡିଆଇଜି କହିଥିଲେ। ତଦନ୍ତ ସମୟରେ ୫ ଜଣ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବା ସହ ଗୋବିନ୍ଦଙ୍କ ସହଯୋଗୀ ରାଧେଶ୍ୟାମଙ୍କୁ ସହ ଅଭିଯୁକ୍ତ ଦର୍ଶାଇଥିଲେ। ଅନ୍ୟ ଦୁଇଜଣ ତଥା ଜେସିବି ଡ୍ରାଇଭର ପୁଷ୍କର ଭୋଇ ଓ ମୁନ୍‌ସୀ ଗୁପ୍ତେଶ୍ୱର ତାଣ୍ଟିଙ୍କୁ କ୍ଲିନ୍‌ଚିଟ୍‌ ଦେଇ ପୋଲିସ ଛାଡି ଦେଇଥିଲା। ସେମାନଙ୍କୁ ରାଜସାକ୍ଷୀ କରିବେ ବୋଲି କୁହାଯାଇଥିଲା। ହେଲେ ମମିତାଙ୍କ ମୃତଦେହ ମିଳିନାହିଁ। ତାଙ୍କ ମୋବାଇଲ ଫୋନ୍‌ ମିଳିନାହିଁ। କେବଳ କିଛିଟା ଅସ୍ଥିଖଣ୍ଡ, ଏକ ସୁନାଚେନ୍‌, ପାଉଁଜି, ଚାବିରିଙ୍ଗ୍‌, ବ୍ୟାଗ୍‌, କିଛିଟା କେଶ ମିଳିଥିବା ପୋଲିସ କହିଛି। ମମିତାଙ୍କ ମା’ ସୁନାଚେନ୍‌, ପାଉଁଜିକୁ ଚିହ୍ନଟ କରିଛନ୍ତି। ମିଳିଥିବା ଅସ୍ଥିକଙ୍କାଳ, କେଶର ଡିଏନ୍‌ଏ ଟେଷ୍ଟ କରାଯିବ ବୋଲି ଡିଆଇଜି ଦୀପକ କୁମାର କହିଥିଲେ। ଏଥିସକାଶେ ମମିତାଙ୍କ ମା’ବାପାଙ୍କ ରକ୍ତନମୁନା ସଂଗ୍ରହ କରାଯାଇଛି। ଏତିକି ପ୍ରମାଣ ଯୋଗାଡ଼ କରିବା ଛଡ଼ା ପୋଲିସ ଆଉ କ’ଣ କରିଛି କହିନାହିଁ। ଜଣେ ଛାତ୍ରୀଙ୍କ ସହ ଗୋବିନ୍ଦଙ୍କ ପରକୀୟ ପ୍ରୀତି ଥିବା ପୋଲିସ କହିଥିଲେ ମଧ୍ୟ ଏ ସଂକ୍ରାନ୍ତରେ ଖୋଲାଖୋଲି ସୂଚନା ଦେଇନାହିଁ। ଏତିକି ମାତ୍ର ତଦନ୍ତରେ ପୋଲିସ ୧୩ ଦିନ ବିତାଇଲାଣି। ରିମାଣ୍ଡରେ ଆଣିବା ପରେ ଗୋବିନ୍ଦ ମମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କଲେ ଓ ସବୁକଥା ଖୋଲି କହିଲେ ବୋଲି ପୋଲିସ ପକ୍ଷରୁ କୁହାଗଲା। ଡିଆଇଜି ଏବଂ ଏସ୍‌ପି ଅଧିକ ପ୍ରମାଣ ଯୋଗାଡ଼ କରିବାକୁ ମହାଲିଙ୍ଗ ଷ୍ଟାଡିୟମକୁ ଯାଇଥିବା କୁହାଗଲା। ଏପରି କି ଗୋବିନ୍ଦଙ୍କ ମାଲିକାନାରେ ଥିବା କଲେଜ ଛାତ୍ରୀନିବାସର ରହସ୍ୟମୟ ରୁମ୍‌ ନମ୍ବର ୨୦ର ଚର୍ଚ୍ଚା ସାମ୍ନାକୁ ଆସିଲା। ସେ ସମ୍ପର୍କରେ ପୋଲିସ କିଛି ବି ଖୋଲି କହୁନାହିଁ। ଉକ୍ତ ରୁମ୍‌କୁ ସ୍ବତନ୍ତ୍ର ତାଲାରେ ଲକ୍‌ କରାଯିବା ଘଟଣାକୁ ପୋଲିସ ହାଲୁକା ଭାବେ ନେଉଛି। ଏହି କିଛିଦିନର ପୋଲିସ ଗତିବିଧି ଏବଂ ହାବଭାବକୁ ଲକ୍ଷ୍ୟ କଲେ ପ୍ରମାଣ ଯୋଗାଡ଼ ବଦଳରେ ନଷ୍ଟ କରିବାରେ ପୋଲିସ ଅଧିକ ବ୍ୟସ୍ତ ହୋଇଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି।
ଡିଆଇଜି ଦୀପକ କୁମାର ଏବଂ ଏସ୍‌ପି ନୀତିନ କୁଶଲକର ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିନ୍ନ ଭିନ୍ନ ସୂଚନା ଦେଇ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚାର ବିଷୟ ହୋଇଛି। ଏପରି କି ରିମାଣ୍ଡ ଅବଧି ସରିବା ପରେ ଗୋବିନ୍ଦଙ୍କୁ କୋର୍ଟ ଚାଲାଣ ପାଇଁ ପୋଲିସ ସୁଚିନ୍ତିତ ଯୋଜନା କରିଥିଲା। ଯେଭଳି ଗଣମାଧ୍ୟମ ପ୍ରତିନିଧିଙ୍କୁ ଚକ୍‌ମା ଦେଇହେବ ସେନେଇ ବ୍ୟବସ୍ଥା ହୋଇଥିଲା। ଏଥିପାଇଁ ରବିବାର ବିଳମ୍ବିତ ରାତିରୁ ଗୋବିନ୍ଦଙ୍କୁ ଏସ୍‌ପି ଅଫିସ୍‌ରୁ ପଛପଟ ଗେଟ୍‌ରେ ରିଜର୍ଭ ପୋଲିସ ବାରାକ୍‌କୁ ନିଆଯାଇଥିଲା। ସେଠାରୁ ସୋମବାର ଭୋର ୪ଟାରୁ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟକୁ ନିଆଯାଇଥିଲା। ଗତ ୧୩ ଦିନ ମଧ୍ୟରେ ପୋଲିସର ଗିରଫଦାରି ଗୋବିନ୍ଦ ଓ ରାଧେଶ୍ୟାମ ମଧ୍ୟରେ ସୀମିତ ହୋଇଯାଇଛି। ଏହି ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ସମ୍ପୃକ୍ତ ଅଭିଯୋଗ ହେଉଥିବାରୁ ରାଜ୍ୟ ଏବଂ ଜାତୀୟ ରାଜନୀତି ଜୋର ଧରିବାରେ ଲାଗିଛି। ଘଟଣାର ତଦନ୍ତ ସିବିଆଇ କରିବାକୁ ଦାବି ହେଉଥିଲେ ମଧ୍ୟ ସରକାର ଚୁପ୍‌ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri