Posted inଖେଳ

ଅଷ୍ଟ୍ରେଲିଆର ଚିନ୍ତା ଟପ୍‌ ଅର୍ଡର

ଆବୁଧାବି,୨୩।୧୦: ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌ର ମେନ ଇଭେଣ୍ଟ (ସୁପର-୧୨)। ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଅଷ୍ଟ୍ରେଲିଆ। ଗ୍ରୁପ୍‌-୧ର ଏହି ମ୍ୟାଚ୍‌ ପୂର୍ବରୁ ଆରୋନ ଫିଞ୍ଚଙ୍କ ନେତୃତ୍ୱାଧୀନ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ଟପ୍‌ ଅର୍ଡର। ଡେଭିଡ୍‌ ଓ୍ବାର୍ନର ଫର୍ମରେ ନାହାନ୍ତି। ଏଭଳି ପରିସ୍ଥିତିରେ ଦଳକୁ ଭଲ ଆରମ୍ଭ ଦେବାର ପୂରା ଭାର ପଡ଼ୁଛି ଅଧିନାୟକ ଫିଞ୍ଚଙ୍କ ଉପରେ। କିନ୍ତୁ ମଧ୍ୟକ୍ରମରେ ଷ୍ଟିଭ ସ୍ମିଥ, ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ, ଇନ୍‌ଫର୍ମ ଗ୍ଲେନ ମ୍ୟାକ୍ସଓ୍ବେଲ ଓ ମିଚେଲ ମାର୍ଶଙ୍କ ଭଳି ଅଭିଜ୍ଞ ବ୍ୟାଟର ଅଛନ୍ତି।

ଡେଭିଡ ଓ୍ବାର୍ନର ଦୁର୍ବଳ ଫର୍ମ ଦେଇ ଗତି କରୁଛନ୍ତି ଓ ଏହା ଟିମ୍‌ ମାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ଦୁଇଟି ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ସେ ୦ ଓ ୧ ରନ କରି ଆଉଟ ହୋଇଥିଲେ। ଆଣ୍ଠୁରେ ଅସ୍ତ୍ରୋପଚାର କରାଇଥିବା ଅଧିନାୟକ ଆରୋନ ଫିଞ୍ଚ୍‌ ଫିଟ୍‌ନେସ ହାସଲ କରିଥିଲେ ମଧ୍ୟ ମ୍ୟାଚ୍‌ ପ୍ରାକ୍ଟିସ କରିପାରିନାହାନ୍ତି। ସେହିପରି ଉପ-ଅଧିନାୟକ ପ୍ୟାଟ କୁମିନ୍ସ ଏପ୍ରିଲରେ ଆଇପିଏଲ୍‌ ଖେଳିବା ପରଠାରୁ କୌଣସି ପ୍ରକାର କ୍ରିକେଟ ଖେଳିନାହାନ୍ତି। ସ୍ପିନ ବୋଲିଂ ବିପକ୍ଷରେ ଦଳ ସଂଘର୍ଷ କରୁଥିବା ସ୍ପଷ୍ଟ ଜଣାପଡୁଛି। ବୋଲିଂରେ ଅଷ୍ଟ୍ରେଲିଆର ଗଭୀରତା ରହିଛି। ଦୁଇ ସ୍ପିନର ଆଷ୍ଟନ ଅଗର ଓ ଆଡାମ ଜାମ୍ପା ୟୁଏଇର ସ୍ପିନ ଫ୍ରେଣ୍ଡଲି ଉଇକେଟରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ। ସେହିପରି ଦ୍ରୁତ ବୋଲିଂରେ କୁମିନ୍ସ, ମିଚେଲ ଷ୍ଟାର୍କ, କେନ ରିଚାର୍ଡସନ ଓ ଜୋଶ ହାଜେଲଉଡ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନ କରିବେ।

ଅପରକ୍ଷରେ ଦକ୍ଷିଣ ଆଫ୍ରିକା କ୍ରମାଗତ ୩ଟି ସିରିଜରେ ଓ୍ବେଷ୍ଟଇଣ୍ଡିଜ, ଆୟର୍ଲାଣ୍ଡ ଓ ଶ୍ରୀଲଙ୍କାକୁ ହରାଇବା ସହ ଦୁଇଟି ଅଭ୍ୟାସ ମ୍ୟାଚ୍‌ରେ ବିଜୟୀ ହୋଇଛି। ଏଥିରୁ ଜଣାପଡ଼ୁଛି ଦଳର ଫର୍ମ। ତେବେ ଦଳରେ ପୂର୍ବଭଳି ସୁପରଷ୍ଟାରମାନେ ନାହାନ୍ତି। ଦଳ ଗଠନର ପ୍ରକ୍ରିୟା ଚାଲୁ ରହିଥିବାରୁ ଦକ୍ଷିଣ ଆଫ୍ରିକା ହଟ୍‌ ଫେଭରାଇଟ ମନେ ହେଉନାହିଁ। ଦଳରେ ଟେମ୍ବା ବଭୁମା, କ୍ୱିଣ୍ଟନ ଡିକକ, ଏଡେନ ମାରକ୍ରାମ ଓ ରିଜା ହେଣ୍ଡ୍ରିକ୍ସଙ୍କ ଭଳି ବ୍ୟାଟର ରହିଛନ୍ତି। ତେବେ ପାଓ୍ବାର ହିଟର ଡେଭିଡ ମିଲରଙ୍କ ଫର୍ମକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତିତ ରହିଛି। ଦଳର ବୋଲିଂ ଆଟାକ ବେଶ୍‌ ଦୃଢ ଅଛି। କାଗିସୋ ରାବାଡା, ଲୁନ୍‌ଗି ଏନ୍‌ଗିଡି ଓ ଅନରିଚ ନୋର୍ଜ ଦ୍ରୁତ ବୋଲର ଥିବା ବେଳେ ତାବରେଜ ସାମସି ଏବଂ କେଶବ ମହାରାଜଙ୍କ ଭଳି ସ୍ପିନର ଅଛନ୍ତି। ସେହିପରି ଡ୍ବେନ ପ୍ରିଟୋରିୟସ ଓ ଓ୍ବିଆମ ମୁଲଡରଙ୍କ ଭଳି ସିମ ବୋଲିଂ ଅଲରାଉଣ୍ଡର ଟୁର୍ନାମେଣ୍ଟରେ ଉପଯୋଗୀ ସାବ୍ୟସ୍ତ ହେବେ। ବିଶ୍ୱର ୧ ନମ୍ବର ବୋଲର ଶାମସି ନିଜ ଭେରିଏଶନ ମାଧ୍ୟମରେ ଟି୨୦ ଫର୍ମାଟରେ ସର୍ବାଧିକ ଉଇକେଟ ହାସଲ କରିଛନ୍ତି। ସେ ଦଳର ମୁଖ୍ୟ ଅସ୍ତ୍ର ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, ବାଂଲାଦେଶରେ ଦୀପୁଙ୍କ ବନ୍ଧୁମାନେ ବିଶ୍ୱାସଘାତକତା କରି…

ବାଂଲାଦେଶର ମୈମନସିଂ ଜିଲାର ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର (ଡିସେମ୍ବର ୧୬) ଦିନ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ପ୍ରବଳ କୁହୁଡି ଯୋଗୁ ଦେଖାଗଲାନି ରାସ୍ତା: ଗଛରେ ପିଟିହେଲା ପରିବା ବୋଝେଇ ମିନିଟ୍ରକ, ଘଟଣାସ୍ଥଳରେ…

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଏକ ପନିପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଘଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ପ୍ରକାଶଯେ,...

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତ୍ୟା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

ଟି-୨୦ ବିଶ୍ୱକପ ପରେ ବଦଳିବେ ଅଧିନାୟକ! ସୂର୍ଯ୍ୟକୁମାରଙ୍କ ପରେ ଏହି ୩ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ୨୦୨୬ ଟି୨୦ ବିଶ୍ୱକପ ଖେଳିବ। କିନ୍ତୁ, ତାଙ୍କ ଚୟନ ପରଠାରୁ, ଏହି ଟୁର୍ନାମେଣ୍ଟ ଅଧିନାୟକ ଭାବରେ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri