Posted inଫୁରସତ

କବାଡିବାଲାଠାରୁ କିଣିଥିଲେ ପୁରୁଣା ଏଟିଏମ୍‌; କେଇ ମିନିଟ୍‌ରେ ହୋଇ ଗଲେ ଲକ୍ଷପତି, ପୁରା ଘଟଣା…

କାହାର ଭାଗ୍ୟ କେତେବେଳେ ବଦଳିଯିବ ତାହା କେହି ଜାଣେନା। ଅନେକ ସମୟରେ ଲୋକଙ୍କ ଭାଗ୍ୟ ଏଭଳି ବଦଳିଯାଏ ଯାହାକୁ ସେମାନେ ବିଶ୍ୱାସ କରିପାରନ୍ତି ନାହିଁ। କିଛି ବାଳକଙ୍କ ସହ ଏବେ ସେଭଳି ହୋଇଛି। ସେମାନେ କବାଡି ଖାନାରୁ ଏକ ପୁରୁଣା ଏଟିଏମ୍‌ ମେଶିନ ଆଣିଥିଲେ। ହେଲେ ଘରେ ମେଶିନକୁ ଖୋଲିବା ପରେ ତାଙ୍କ ଭାଗ୍ୟ ବଦଳିଯାଇଥିଲା। ସେମାନେ କେଇ ସେକେଣ୍ଡରେ ଲକ୍ଷପତି ହୋଇଗଲେ। ବର୍ତ୍ତମାନ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଯାହା ସୂଚନା ରହିଛି, ଉକ୍ତ ଯୁବକମାନେ ଜଣେ ବ୍ୟକ୍ତିଙ୍କଠାରୁ ୩୦୦ ଡଲାର(ପ୍ରାୟ ୨୨ହଜାର ୩୬୦ ଟଙ୍କା) ଦେଇ ପୁରୁଣା ଏଟିଏମ୍‌ ମେଶିନ କିଣିଥିଲେ। ହେଲେ ସେ ମେଶିନର ଚାବି ଦେଇ ନ ଥିଲେ। ଫଳରେ ସେମାନେ ଏଟିଏମ୍‌କୁ ନେଇ ହାତୁଡି, ଡ୍ରିଲ ଏବଂ ଅନ୍ୟାନ୍ୟ ଉପକରଣ ମାଧ୍ୟମରେ ଖୋଲିବାକୁ ଚେଷ୍ଟା କରିଥିଲେ। ବହୁ ପରିଶ୍ରମ ପରେ ଯୁବକମାନେ ମେଶିନକୁ ଖୋଲିବାକୁ ସକ୍ଷମ ହୋଇଥିଲେ। ମେଶିନ ଖୋଲିବା ପରେ ସେମାନେ ଦୁଇ ହଜାର ଡଲାର(ପ୍ରାୟ ୧.୫ ଲକ୍ଷ) ନଗଦ ଟଙ୍କା ପାଇଥିଲେ। ଏତେ ପରିମାଣର ଟଙ୍କା ଦେଖି ସେମାନେ ବହୁତ ଖୁସି ହୋଇଯାଇଥିଲେ। ଘଟଣାର ଭିଡିଓ ଭାଇରାଲ ହେବା ପରେ ଲୋକମାନେ ‘ଭାଗ୍ୟ ହେବ ତ ଏମିତି’ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ରୋଷେଇ କରୁଥିବାବେଳେ ଯୁବତୀଙ୍କୁ ଏକୁଟିଆ ପାଇ ବଳାତ୍କାର କଲେ ଯୁବକ, ସୁଇସାଇଡ୍‌ ନୋଟ୍‌ ଲେଖି ନେଲେ ଏମିତି ନିଷ୍ପତ୍ତି…

ଚାନ୍ଦବାଲି,୨୬।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲିରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଚାନ୍ଦବାଲିରେ...

ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ: ପ୍ରେମିକ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ…

ଭଦ୍ରକ,୨୬।୧୨(ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିଠାରେ ବୁଧବାର ସନ୍ଧ୍ୟାରେ ଜଣେ ନାବାଳିକା ବୈତରଣୀ ନଦୀକୁ ଡେଇଁବା ଘଟଣା ଗୁରୁବାର ନୂଆ ମୋଡ଼ ନେଇଛି। ଭଦ୍ରକ ଜିଲା...

ଅଧା ରହିଲା ଚିଲିକା ବୁଲା, ସଡ଼କ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ୨ ଗୁରୁତର

ପୁରୀ,୨୬।୧୨: ସକାଳୁ ସକାଳୁ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ବଳଙ୍ଗା-ନିମାପଡ଼ା ରାସ୍ତାର ନୂଆହାଟରେ ବାଇକକୁ ଧକ୍କା ଦେଲା ଅଜଣାଗାଡି । ତେବେ ଦୁର୍ଘଟଣାରେ ଜଣଙ୍କର...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଆଜିଠାରୁ ମହଙ୍ଗା ହେଲା ଟ୍ରେନ ଯାତ୍ରା, ୨୧୫ କିମି ମଧ୍ୟରେ ଯାତ୍ରା କରୁଥିଲେ ଭଡା….

ନୂଆଦିଲ୍ଲୀ,୨୬।୧୨: ଆଜି, ଶୁକ୍ରବାର ଠାରୁ ଟ୍ରେନ ଯାତ୍ରା ମହଙ୍ଗା ହୋଇଯାଇଛି। ରେଳ ମନ୍ତ୍ରଣାଳୟ ଭଡା ବୃଦ୍ଧି ଘୋଷଣା କରିଛି, ଯାହା ଆଜି ଠାରୁ ଲାଗୁ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri