ଉଡିଲା ଭାରତ ବିରୋଧୀ ବ୍ୟାନର

ଲିଡ୍ସ,୬।୭(ପିଟି)- ଚଳିତ ବିଶ୍ୱକପ୍‌ରେ ଆଉ ଏକ ରାଜନୈତିକ ବ୍ୟାନର ଦେଖିବାକୁ ମିଳିଛି। ସ୍ଥାନୀୟ ହେଡିଂଲେ ଷ୍ଟାଡିୟମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ବେଳେ ଏକ ଅଜଣା ବିମାନ ଷ୍ଟାଡିୟମ ଉପରେ ଉଡ଼ିଥିଲା। ସେଥିରେ କଶ୍ମୀର ପାଇଁ ନ୍ୟାୟ ବୋଲି ଲିଖିତ ଏକ ବ୍ୟାନର ଲାଗିଥିଲା। ଚଳିତ କ୍ରିକେଟ ମହାକୁମ୍ଭରେ ଦ୍ୱିତୀୟ ଥର ଲାଗି ଏଭଳି ବ୍ୟାନର ସାମ୍ନାକୁ ଆସିଛି। ୧୦ ଦିନ ପୂର୍ବେ ପାକିସ୍ତାନ ଓ ଆଫଗାନିସ୍ତାନ ମ୍ୟାଚ୍‌ବେଳେ ଷ୍ଟାଡିୟମ ଉପରେ ଏକ ବିମାନ ବେଲୁଚିସ୍ତାନ ପାଇଁ ନ୍ୟାୟ ଲେଖାଥିବା ବ୍ୟାନର ଉଡାଇଥିଲା। ଏହାପରେ ଉଭୟ ଦଳର ପ୍ରଶଂସକଙ୍କ ମଧ୍ୟରେ ଷ୍ଟାଡିୟମ ପରିସରରେ ଗଣ୍ଡଗୋଳ କରିଥିଲେ। ଉକ୍ତ ଅଜଣା ବିମାନ ବ୍ରାଡଫର୍ଡ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିଥିବା ଆଇସିସି ସୁରକ୍ଷା ବିଭାଗ ସୂଚନା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଧୂଳିସାତ, ଦ୍ୱିତୀୟରେ କୋଲକାତା

ମୁମ୍ବାଇ, ୩।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ...

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ...

ମେ’୨୫ ଶେଷ ତାରିଖ, ଆଇପିଏଲରେ ଖରାପ ପଦର୍ଶନ କଲେ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଏହି ସବୁ ଖେଳାଳି ପଡିବେ ବାଦ୍‌

ନୂଆଦିଲ୍ଲୀ,୩।୫: ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟଦଳ ଘୋଷଣା ହୋଇସାରିଛି। ଭଲ ପ୍ରଦର୍ଶନ କରୁଥିବା ଅନେକ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ। ଯାହାକୁ ନେଇ ପ୍ରଶଂସକମାନେ...

ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଗଲା ଅନେକ ରେକର୍ଡ

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ପ୍ରବଳ ରନ୍‌ ବର୍ଷା ହୋଇଥିଲା। ଏହି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ...

ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ଏହି ଘାତକ ସ୍ପିନର୍‌: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ନେଇଥିଲେ ୩ ଉଇକେଟ୍‌

ଲଣ୍ଡନ,୩।୫: ଇଂଲଣ୍ଡ କ୍ରିକେଟର ଜୋଶ ବେକର ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। କାଉଣ୍ଟି କ୍ରିକେଟରେ ୱର୍କେଷ୍ଟେଶାୟାର୍‌ ପାଇଁ ବେକର୍‌ ଖେଳିଥିଲେ। ମୃତ୍ୟୁର...

ଶେଷ ୩ ଓଭରରେ ଥିଲା ମାତ୍ର ୨୭ ରନ୍‌: ବିଶ୍ୱକପ୍‌ ଦଳରେ ଚୟନ ହୋଇ ନ ଥିବା ବୋଲର୍‌ ପଲଟାଇଦେଲେ ବାଜି

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୧-୦ରେ ପରାସ୍ତ କରିଛି। ଜିତିବା ପାଇଁ ୨୦୨ ରନ୍‌ର ଟାର୍ଗେଟକୁ ପିଛା କରି...

ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡାଇ ଆଣିଲା ହାଇଦ୍ରାବାଦ

ହାଇଦ୍ରାବାଦ,୩ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧ ରନ୍‌ର ରୋମାଞ୍ଚକ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ...

ଜଲଓ୍ବା ଦେଖାଇଲେ ୨୦ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୩।୫: ଆଇପିଏଲ ୨୦୨୪ର ୫୦ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri