ଅକ୍ସଫୋର୍ଡରେ ପାଠ ପଢି, ବ୍ୟାଙ୍କରେ କାମ କରୁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ପଟୌଦି ଖାନଦାନରେ ଜନ୍ମ ନେଇଥିବା ବଲିଉଡ୍ ଅଭିନେତ୍ରୀ ସୋହା ଅଲ୍ଲି ଖାଁ ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୭୮ ମସିହା ଅକ୍ଟୋବର ୪ରେ ଜନ୍ମ ନେଇଥିଲେ ସୋହା । ୩ ଭାଇଭଉଣୀଙ୍କ ମଧ୍ୟରେ ସୋହା ସବୁଠାରୁ ସାନ । ମନସୁର ଅଲି ପଟୌଦିଙ୍କ ଝିଅ ହେଉଛନ୍ତି ସୋହା । ମା’ ଶର୍ମିଳା ଟାଗୋର ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତ୍ରୀ ଥିଲେ । ଏହାପରେ ଭାଇ ଶୈଫ ଅଲି ଖାଁ ବି ବଲିଉଡ୍‌ରେ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ । ସୋହାଙ୍କ ଭଉଣୀ ସବା ଅଲ୍ଲି ଖାଁଙ୍କର ରହିଛି ନିଜର ଏକ ଜୁଏଲାରୀ ବ୍ୟବସାୟ । ଦିଲ୍ଲୀର ବ୍ରିିଟିଶ ସ୍କୁଲରେ ପାଠ ପଢି ସାରିବା ପରେ ଅଧିକ ଅଧ୍ୟୟନ ପାଇଁ ସୋହା ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟିରେ ନାମ ଲେଖାଇଥିଲ । ପାଠପଢାରେ ବହୁ ଆଗରେ ଥିଲେ ସୋହା । ଲଣ୍ଡନ ୟୁନିଭର୍ସିଟିରେ ପାଠପଢି ସାରିବା ପରେ ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମି୍‌କ୍ସ ଆଣ୍ଡ ପଲିଟିକାଲ ସାଇନ୍ସରେ ଅନ୍ତରାଷ୍ଟ୍ରୀୟ ସମ୍ପର୍କରେ ମାଷ୍ଟର ଡିଗ୍ରୀ କରିଛନ୍ତି । ଏହାପରେ ପାଠପଢା ସରିଯିବାରୁ ସେ ବ୍ୟାଙ୍କରେ କାମ କରିବା ଆରମ୍ଭ କରିଦେଇଥିଲେ । ବଲିଉଡ୍‌ରେ ନିଜର କ୍ୟାରିୟର ଗଢି ପାରି ନ ଥିବା ବେଳେ ପଟୌଦି ଖାନଦାନର ପିଲା ଭାବେ ବେଶ୍ ନାଁ ରହିଛି ସୋହାଙ୍କର । ୨୦୦୪ରେ ସେ ବେଙ୍ଗଲି ଫିଲ୍ମ ‘ଇତି ଶ୍ରୀକାନ୍ତା’ ମାଧ୍ୟମରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ବଲିଉଡ୍‌ରେ ସେ ସାହିଦ କପୁରଙ୍କ ସହ ‘ଦିଲ ମାଙ୍ଗେ ମୋର’ ମାଧ୍ୟମରେ ଏଣ୍ଟ୍ରି କରିଥିଲେ । ୨୦୦୬ରେ ଫିଲ୍ମ ‘ରଙ୍ଗ ଦେ ବସନ୍ତି’ରେ ସେ ତାଙ୍କ ବଲିଉଡ୍ ପରିଚୟ ସୃଷ୍ଟି କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ଆଇଫା ଓ ଜିଫାର ବେଷ୍ଟ ସାପୋଟିଂ ଆକଟ୍ରେସ୍ ଆୱାର୍ଡ ମିଳିଥିଲା । ୨୦୧୫ରେ ସୋହା ନିଜର ପ୍ରେମିକ କୃଣାଳ ଖେମୁଙ୍କୁ ବିବାହ କରିଥିଲେ । ବିବାହ ପୁର୍ବରୁ କୃଣାଳ ତାଙ୍କୁ ୯ କୋଟି ଟଙ୍କାର ଏକ ଫ୍ଲାଟ ଗିପ୍ଟ ଦେଇଥିଲେ । ଏବେ ସୋହା ଗୋଟିଏ କନ୍ୟା ସନ୍ତାନର ଜନନୀ ହୋଇଥିବା ବେଳେ ଝିଅ ଇନାୟାକୁ ନେଇ ଖୁସିର ସଂସାର ଗଢି ବଲିଉଡରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri