Posted inଫୁରସତ

ରୋଜଗାର ଟଙ୍କାରେ ଗହଣା, ଡ୍ରେସ୍‌ କିଣିଥିଲି: ରୂପଶ୍ରୀ ମହାପାତ୍ର

ପୁରୀ ଦୋଳମଣ୍ଡପ ସାହିରେ ମୋ ଘର। ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ପୁରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପଢିଥିଲି। ପାଠପଢା ସହିତ ଓଡ଼ିଶୀ ନୃତ୍ୟ ବି ଶିଖୁଥିଲି। ମୋତେ ଯେତେବେଳେ ମାତ୍ର ୫ ବର୍ଷ ବୟସ ହୋଇଥିଲା, ସେବେଠାରୁ ମୁଁ ପୁରୀର ସଙ୍ଗୀତ କଳା ପ୍ରତିଷ୍ଠାନରୁ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରିଥିଲି। ପ୍ରମିଳା ପ୍ରଧାନ ଥିଲେ ମୋର ପ୍ରଥମ ଓଡ଼ିଶୀ ଗୁରୁ। ପରବର୍ତ୍ତୀ ସମୟରେ ମୁଁ ଆଦିଗୁରୁ ପଦ୍ମଶ୍ରୀ ପଙ୍କଜ ଚରଣ ଦାସଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିଖିବାକୁ ଲାଗିଲି। ମୋର ମନେଅଛି, ମୋତେ ଯେତେବେଳେ ମାତ୍ର ୭ ବର୍ଷ ହୋଇଥିଲା, ସେତେବେଳେ ପୁରୀର ବି.ଏନ୍‌.ଆର୍‌ ହୋଟେଲ୍‌ ତରଫରୁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମୁଁ କାଚ କଣ୍ଢେଇ ନୃତ୍ୟ ପରିବେଷଣ କରିବାକୁ ଯାଇଥାଏ। ସେଠାରେ ପ୍ରାୟ ଦୁଇଶହ, ତିନିଶହ ରସିଆନ୍‌ ପର୍ଯ୍ୟଟକ ବସି ମୋ ନୃତ୍ୟ ଦେଖୁଥାନ୍ତି। ସେମାନଙ୍କୁ ମୋ ନୃତ୍ୟ ପରିବେଷଣ ଏତେ ଭଲ ଲାଗିଥିଲା ଯେ, ଖୁସିରେ ସେମାନେ ମୋତେ ବହୁତ ଗିଫ୍ଟ ଦେଇଥିଲେ। ଆଉ ସେହି ସବୁ ଗିଫ୍ଟକୁ ମୋ ସାଙ୍ଗରେ ଯାଇଥିବା ମୋର ଦୁଇ ଭଉଣୀ ଜରି ଅଖାରେ ପୁରେଇକି ଆଣି ମୋତେ ଘରେ ସବୁ ଖୋଲିକି ଦେଖାଇଥିଲେ। ଏହି ଘଟଣାଟି ସେଦିନ ମୋତେ ଖୁବ୍‌ ପ୍ରେରଣା ଦେଇଥିଲା ଆଗକୁ ବଢିବାକୁ ଆଉ ଓଡ଼ିଶୀ ନୃତ୍ୟରେ କ୍ୟାରିୟର୍‌ କରିବାକୁ। ସେମିତି ଆଉ ଏକ ସ୍ମୃତିପୂର୍ଣ୍ଣ ଘଟଣା ଘଟିଥିଲା ମୁଁ ଅଷ୍ଟମରେ ପଢିଲାବେଳେ। ସ୍କୁଲ୍‌ ତରଫରୁ ଆୟୋଜିତ ହୋଇଥିବା ନୃତ୍ୟନାଟିକାରେ ଅତି ଚମତ୍କାର ଭାବେ ଅଭିନୟ କରିଥିବାରୁ ମୋତେ ସେଦିନ ସବୁ ସାର୍‌ ଓ ଗୁରୁମାମାନେ ୨୧ ଟଙ୍କା ଲେଖାଏଁ ପୁରସ୍କାର ଦେଇଥିଲେ, ଯାହାକୁ ମୁଁ ଆଜିଯାଏଁ ନିଜ ପାଖେ ସାଇତିକି ରଖିଛି। ସେହିପରି ସପ୍ତମ ଶ୍ରେଣୀରୁ ମୋତେ ଜୁନିୟର୍‌ ସ୍କଲାର୍‌ଶିପ୍‌ ମିଳିବା ମଧ୍ୟ ଆରମ୍ଭ ହୋଇଯାଇଥିଲା। ସେ ବାବଦେ ମୋତେ ପ୍ରତିମାସ ଦୁଇ ହଜାର ଟଙ୍କା ମିଳୁଥିଲା। ସେ ଟଙ୍କାକୁ ମୁଁ ଷ୍ଟେଟ୍‌ ବ୍ୟାଙ୍କ୍‌ରେ ଏକ ଆକାଉଣ୍ଟ ଖୋଲି ସେଥିରେ ଜମା କରି ଦେଉଥିଲି। ଏହି ସ୍କଲାର୍‌ଶିପ୍‌ ମୋତେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ମିଳିଚାଲିଲା। ତା’ପରଠୁ ମୁଁ ସିନିୟର୍‌ ସ୍କଲାରଶିପ୍‌ ବାବଦେ ପ୍ରତିମାସ ୫ ହଜାର ଟଙ୍କା ପାଇଚାଲିଲି। ସେ ଟଙ୍କାକୁ ବି ମୁଁ ସଞ୍ଚୟ କରୁଥିଲି। ଏମିତି କିଛିଦିନ ଯିବାପରେ ସେ ଟଙ୍କାକୁ କାଢି ମୋ ପାଇଁ ଓଡିଶୀ ନୃତ୍ୟର କିଛି ଗହଣା, ଡ୍ରେସ୍‌ ତଥା ମେକ୍‌ଅପ୍‌ ସାମଗ୍ରୀ ଆଦି କିଣିଥିଲି। ତେବେ ସଙ୍ଗୀତ କଳା ପ୍ରତିଷ୍ଠାନରୁ ଓଡ଼ିଶୀ ନୃତ୍ୟରେ ବିଶାରଦ କରିବା ପରେ ସେହି ପୁରୀରେ ଥିବା ଉଦୟନ ସାଂସ୍କୃତିକ ଏକାଡେମୀରେ ମୁଁ ଓଡ଼ିଶୀ ନୃତ୍ୟରେ ଏମ୍‌.ଏ କଲି ଆଉ ଗୋଲ୍ଡ ମେଡାଲ୍‌ ପାଇଲି। ସେତେବେଳେ ଏହି ଏକାଡେମୀଟି ବମ୍ବେସ୍ଥିତ ଅଖିଳ ଭାରତୀୟ ଗାନ୍ଧର୍ବ ମହାବିଦ୍ୟାଳୟ ଅଧିନରେ ଥିଲା। ତେବେ କେବଳ ଓଡ଼ିଶୀ ନୁହେଁ ଧୀରେ ଧୀରେ ମୁଁ ମାହାରୀ ନୃତ୍ୟ ପ୍ରତି ବି ଆକର୍ଷିତ ହେଲି। ଆଉ ସେହି ନୃତ୍ୟକୁ ଶିଖିବା ପାଇଁ ଏବଂ ସେ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ମୁଁ କ୍ରମେ ହରପ୍ରିୟା ଦେବଦାସୀ, କୋକିଳପ୍ରଭା ଦେବଦାସୀ, ପରଶମଣୀ ଦେବଦାସୀ ଏବଂ ଶଶୀମଣୀ ଦେବଦାସୀଙ୍କ ମିଶିବାକୁ ଲାଗିଲି। କହିବାକୁ ଗଲେ ଶଶୀମଣୀ ଦେବଦାସୀଙ୍କର ମୁଁ ଯେମିତି ଥିଲି ପାଳିତା ଝିଅ। ତେବେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ତଥା ଜଗନ୍ନାଥଙ୍କର ପ୍ରିୟ ଏହି ମାହାରୀ ନୃତ୍ୟ ଏବଂ ଓଡ଼ିଶୀ ନୃତ୍ୟକୁ ଦେଶ, ବିଦେଶରେ ପ୍ରଚାର କରିବାର ଭାର ନିଜ ହାତକୁ ନେଇ ରୂପଶ୍ରୀ କଳାମନ୍ଦିର ନାମରେ ଏକ ନୃତ୍ୟାନୁଷ୍ଠାନ ପୁରୀ ହେରାଗୌରୀ ସାହିରେ ଖୋଲିଲି। କିଛିଦିନ ପରେ ଭୂବନେଶ୍ୱରର ସାଆନ୍ତରାପୁରରେ ବି ଏହାର ଏକ ଶାଖା ଅନୁଷ୍ଠାନ ଖୋଲି ସେଠାରେ ପିଲାମାନଙ୍କୁ ନୃତ୍ୟଶିକ୍ଷା ଦେବାକୁ ଲାଗିଲି। କେବଳ ସେତିକି ନୁହେଁ, କେରଳର ଗୁରୁବାହୀ ମନ୍ଦିର ଏବଂ କଲିକତାକୁ ମଧ୍ୟ ଯାଇ ସେଠାରେ ପିଲାମାନଙ୍କୁ ନୃତ୍ୟଶିକ୍ଷା ଦେଉଛି। ଏଥିସହିତ ମୁଁ ବର୍ତ୍ତମାନ ବମ୍ବେସ୍ଥିତ ଅଖିଳ ଭାରତୀୟ ଗାନ୍ଧର୍ବ ମହାବିଦ୍ୟାଳୟର ଓଡ଼ିଶୀ ନୃତ୍ୟର ଅଧ୍ୟାପିକା ଭାବେ କାର୍ଯ୍ୟରତ। ତେବେ ଓଡ଼ିଶୀ ନୃତ୍ୟ ସହିତ ଜଗନ୍ନାଥ ସଂସ୍କୃତିର ଲୁକ୍କାୟିତ ପରମ୍ପରା ମାହାରୀ ନୃତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ମୋର ଉଲ୍ଲେଖନୀୟ ଅବଦାନକୁ ଦେଖି ୧୯୯୬ ମସିହାରେ ମୋର ଗୁରୁ ପଙ୍କଜ ଚରଣ ଦାସ ମୋତେ ରବୀନ୍ଦ୍ର ମଣ୍ଡପରେ ପ୍ରଥମ ମାହାରୀ ସମ୍ମାନରେ ସମ୍ମାନିତ କରିଥିଲେ, ଯାହାକି ମୋ ପାଇଁ ଥିଲା ସବୁଠୁ ମୂଲ୍ୟବାନ।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri