Posted inଫୁରସତ

ଏମିତି ଗାଁ, ଯେଉଁଠି ଲୋକଙ୍କୁ ଚପଲ ମନା, ପିନ୍ଧିଲେ ମିଳେ କଠୋର ଦଣ୍ଡ

ଆଜିକାଲି ଲୋକମାନେ ଚପଲ ବିନା ଗୋଟିଏ ପାଦ ମଧ୍ୟ ଚାଲିପାରିବେ ନାହିଁ, କିନ୍ତୁ ଆପଣ ସବୁଦିନ ପାଇଁ ଜୋତା ଏବଂ ଚପଲ ବିନା ବଞ୍ଚିପାରିବେ କି? ବୋଧ୍‌ହୁଏ ଆପଣ ଏହାକୁ କଳ୍ପନା ମଧ୍ୟ କରିପାରିବେ ନାହିଁ। କିନ୍ତୁ ଭାରତରେ ଏପରି ଏକ ଗାଁ ଅଛି, ଯେଉଁଠାରେ ଚପଲ ପିନ୍ଧିବା ସମ୍ପୂର୍ଣ୍ଣ ନିଷେଧ। ଏହା ବିଶ୍ୱାସ ନ ହେଲେ ମଧ୍ୟ ସତ।

ଏପରି ଗାଁ ଭାରତର ତାମିଲନାଡୁରେ ରହିଛି। ଏହା ତାମିଲନାଡୁର ପ୍ରସିଦ୍ଧ ସହର ମଦୁରାଇଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ କଲିମାୟନ ଗାଁ। ଏହି ଗାଁର ଲୋକମାନେ ନିଜ ପିଲାମାନଙ୍କୁ ଚପଲ ଏବଂ ଜୋତା ପିନ୍ଧିବାକୁ ମଧ୍ୟ ଦିଅନ୍ତି ନାହିଁ। ଯଦି ଏହି ଗାଁର କେହି ଭୁଲ୍‌ରେ ଜୋତା କିମ୍ବା ଚପଲ ପିନ୍ଧନ୍ତି, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯାଏ।

କୁହାଯାଏ, ଏହି ଗାଁର ଲୋକମାନେ ଶତାବ୍ଦୀ ଧରି ‘ଆପାଛି’ ନାମକ ଦେବତାଙ୍କୁ ପୂଜା କରିଆସୁଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ, କେବଳ ଏହି ଦେବତା ସେମାନଙ୍କୁ ସୁରକ୍ଷା ଦିଅନ୍ତି। ସେମାନଙ୍କର ଦେବତାଙ୍କ ଉପରେ ବିଶ୍ୱାସ ଥିବାରୁ ଗାଁ ସୀମା ଭିତରେ ଜୋତା ଏବଂ ଚପଲ ପିନ୍ଧିବାକୁ ବାରଣ କରାଯାଇଛି।

ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଗାଁରେ ରହୁଥିବା ଲୋକମାନେ ଶତାବ୍ଦୀ ଧରି ଏହି ଅଦ୍ଭୁତ ପରମ୍ପରାକୁ ଅନୁସରଣ କରି ଆସୁଛନ୍ତି। ଯଦି କାହାକୁ ବାହାରକୁ ଯିବାକୁ ପଡ଼େ, ସେ ହାତରେ ଜୋତା ଏବଂ ଚପଲ ନେଇ ଗାଁର ସୀମା ସରିବା ପରେ ପିନ୍ଧନ୍ତି। ଯେବେ ଫେରନ୍ତି ପୁଣି ଗାଁ ସୀମା ପୂର୍ବରୁ ଚପଲ କାଢ଼ି ଆସନ୍ତି।

ଏହି ପରମ୍ପରା କେବେଠାରୁ ଚାଲିଆସିଛି ସେ ବିଷୟରେ କେହି ଜାଣି ନାହାନ୍ତି, ମାତ୍ର ଏଠାକାର ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ଗାଁର ଲୋକମାନେ ବହୁ ପିଢ଼ି ଧରି ଏହି ପରମ୍ପରାକୁ ଅନୁସରଣ କରୁଛନ୍ତି। ଏଠାକାର ପିଲାମାନେ ମଧ୍ୟ ଖାଲି ପାଦରେ ସ୍କୁଲ ଯାଆନ୍ତି। ଚପଲ ନାଁ ଶୁଣିଲେ ଲୋକେ ରାଗିଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri