ସଙ୍ଗଠିତ କ୍ଷେତ୍ରରେ ନିଯୁକ୍ତି ୪% ବଢ଼ିଛି

ନୂଆଦିଲ୍ଲୀ,୨୮ା୯: ଦେଶର ସଙ୍ଗଠିତ କ୍ଷେତ୍ରର ନିଯୁକ୍ତି ଗତ ୭ ବର୍ଷରୁ ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସ ସୁଦ୍ଧା ୪% ହାରରେ ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ନୂତନ ଭାବେ ପ୍ରକାଶିତ ତ୍ରୈମାସିକ ନିଯୁକ୍ତି ସର୍ଭେ (କ୍ୟୁଇଏସ୍‌)ରେ ନିଯୁକ୍ତି ସଂକ୍ରାନ୍ତ ଏଭଳି ବିଭିନ୍ନ ପ୍ରସଙ୍ଗ ସ୍ଥାନିତ ହୋଇଛି। ଏଥିରେ ବିନିର୍ମାଣ, ନିର୍ମାଣ, ବାଣିଜ୍ୟ, ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ, ହୋଟେଲ ଏବଂ ରେଷ୍ଟୁରାଣ୍ଟ, ଆଇଟି, ବିପିଓ ଏବଂ ଆଇଟି ସେବା ଭଳି ୯ ପ୍ରମୁଖ କ୍ଷେତ୍ରକୁ ସାମିଲ କରାଯାଇଛି। ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲୀ, ଶ୍ରମ ସଚିବ ସୁନୀଲ ବର୍ଥଓ୍ବାଲ, ଶ୍ରମ ଏବଂ ନିୟୋଜନ ପ୍ରମୁଖ ପରାମର୍ଶଦାତା ଡି.ପି.ଏସ୍‌. ନେଗୀ, ଲେବର ବ୍ୟୁରୋର ମହାନିର୍ଦ୍ଦେଶକ ଆଇ.ଏସ୍‌.ନେଗୀ ପ୍ରମୁଖ ଉପସ୍ଥିତ ରହି ଏହି ରିପୋର୍ଟ ଉନ୍ମୋଚନ କରିଥିଲେ। କ୍ୟୁଏଏସ୍‌ର ପ୍ରଥମ ସଂସ୍କରଣ ମୁତାବକ ସଙ୍ଗଠିତ କ୍ଷେତ୍ରରେ ୩.୦୮ କୋଟି ନିଯୁକ୍ତି ସୃଷ୍ଟି ହୋଇଛି। ୨୦୧୩-୧୪ରେ ହୋଇଥିବା ୬ଷ୍ଠ ଅର୍ଥନୈତିକ ଜନଗଣନା ମୁତାବକ ଏହା ୨.୩୭ କୋଟି ରହିଥିଲା। ଏହା ତୁଳନାରେ ନିଯୁକ୍ତି କ୍ଷେତ୍ରରେ ୨୯% ଅଭିବୃଦ୍ଧି ଦେଖାଯାଇଛି।
ନିଯୁକ୍ତିରେ ମାନୁଫାକ୍‌ଚରିଂ ବା ବିନିର୍ମାଣ କ୍ଷେତ୍ର ପ୍ରାୟ ୪୧% ଯୋଗଦାନ ରଖିଛି। ସେହିଭଳି ଶିକ୍ଷା ୨୨%, ସ୍ବାସ୍ଥ୍ୟ ୮%, ବାଣିଜ୍ୟ ଏବଂ ଆଇଟି ବିପିଓ ଭଳି କ୍ଷେତ୍ରଗୁଡିକ ୭% ଲେଖାଏ ନିଯୁକ୍ତି ଦେଇଛନ୍ତି। ଶ୍ରମିକଙ୍କ ନିଯୁକ୍ତି ସଂକ୍ରାନ୍ତ
ତଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଏହା ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ ଯାଦବ କହିଛନ୍ତି। ରିପୋର୍ଟ ମୁତାବକ, ଲକ୍‌ଡାଉନରେ ୨୭% ସଂସ୍ଥା ପ୍ରଭାବିତ ହୋଇଛନ୍ତି। ସେହିଭଳି ଏହି ସମ୍ପୂର୍ଣ୍ଣ ଲକ୍‌ଡାଉନ ବେଳେ ମଧ୍ୟ ୮୧% କର୍ମଚାରୀ ସେମାନଙ୍କ ପୂର୍ଣ୍ଣ ଦରମା ପାଇଥିବା ଜଣାପଡ଼ିଛି। ଦେଶର ଆଇଟି ଏବଂ ବିପିଓ କ୍ଷେତ୍ରରେ ନିଯୁକ୍ତି ଅଭିବୃଦ୍ଧି ୧୫୨% ରହିଛି। ସେହିଭଳି ସ୍ବାସ୍ଥ୍ୟ କ୍ଷେତ୍ରରେ ୭୭%, ଶିକ୍ଷାରେ ୩୯%, ବିନିର୍ମାଣରେ ୨୨%, ପରିବହନରେ ୬୮%, ନିର୍ମାଣ କ୍ଷେତ୍ରରେ ୪୨% ନିଯୁକ୍ତି ଅଭିବୃଦ୍ଧି ହୋଇଛି। ବାଣିଜ୍ୟ କ୍ଷେତ୍ରରେ ନିଯୁକ୍ତି ଅଭିବୃଦ୍ଧି ୨୫% ହ୍ରାସ ଘଟିଥିବା ବେଳେ ହୋଟେଲ ଏବଂ ରେଷ୍ଟୁରାଣ୍ଟ କ୍ଷେତ୍ରରେ ଏହା ୧୩% କମିଛି। ଆର୍ଥତ୍କ ସେବା ନିଯୁକ୍ତି ଅଭିବୃଦ୍ଧି ୪୮% ରହିଛି।
ଦେଶର ୯୦% ସଂସ୍ଥାରେ ଶ୍ରମିକଙ୍କ ସଂଖ୍ୟା ୧୦୦ରୁ କମ୍‌ ହେବ। ଏହା ଅର୍ଥନୈତିକ ଜନଗଣନାରେ ୯୫% ରହିଥିଲା। ୩୫% ଆଇଟି ଏବଂ ବିପିଓ ସଂସ୍ଥା ଅନ୍ତତଃ ପକ୍ଷେ ୧୦୦ ଶ୍ରମିକଙ୍କୁ ନେଇ କାର୍ଯ୍ୟରତ। ଏହି ବର୍ଗରେ ୧୩.୮% କମ୍ପାନୀ ୫୦୦ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ନିଯୁକ୍ତି ଦେଇଛନ୍ତି। ସ୍ବାସ୍ଥ୍ୟକ୍ଷେତ୍ରର ୧୮% ସଂସ୍ଥାରେ ୧୦୦ କିମ୍ବା ତଦୂର୍ଦ୍ଧ୍ୱ ନିଯୁକ୍ତି ରହିଥିବା ରିପୋର୍ଟରୁ ଜଣାପଡ଼ିଛି। ଶ୍ରମ ଶକ୍ତି କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ୨୯%କୁ ଖସିଛି। ଏହା ଅର୍ଥନୈତିକ ଜନଗଣନାରେ ୩୧% ରହିଥିଲା। ନିର୍ଦ୍ଧାରିତ ୯ କ୍ଷେତ୍ରରେ ରହିଥିବା ଶ୍ରମଶକ୍ତି ମଧ୍ୟରୁ ୮୮% ନିୟମିତ ନିଯୁକ୍ତି। ଏହି କ୍ଷେତ୍ରଗୁଡ଼ିକରେ ୨% କାଜୁଆଲ ବା ସାମୟିକ ଶ୍ରମିକ ରହିଛନ୍ତି। ନିର୍ମାଣ କ୍ଷେତ୍ରରେ ୧୮% କର୍ମଚାରୀ ଠିକାଭିତ୍ତିକ ହୋଇଥିବା ବେଳେ ୧୩% କାଜୁଆଲ ବୋଲି ଜଣାପଡ଼ିଛି। ୧୦ ଜଣ ଯାଏ ଲୋକଙ୍କୁ ନିଯୁକ୍ତି ଦେଇଥିବା ୯% ସଂସ୍ଥା କୌଣସି ପଞ୍ଜୀକରଣ କରିନାହାନ୍ତି। ସବୁ ସଂସ୍ଥାକୁ ବିଚାରକୁ ନେଲେ ୨୬% କମ୍ପାନୀ ଆଇନ ପରିସରଭୁକ୍ତ ହୋଇଛନ୍ତି। ଆଇଟି ଏବଂ ବିପିଓ ବର୍ଗରେ ୭୧% ସଂସ୍ଥା ପଞ୍ଜୀକୃତ। ନିର୍ମାଣ କ୍ଷେତ୍ରରେ ଏହା ୫୮%, ବିନିର୍ମାଣରେ ୪୬%, ପରିବହନରେ ୪୨%, ବାଣିଜ୍ୟରେ ୩୫% ଏବଂ ଆର୍ଥତ୍କ ସେବା କ୍ଷେତ୍ରରେ ୨୮% ସଂସ୍ଥା ଏଭଳି ଆଇନ ଅଧୀନରେ ପଞ୍ଜୀକୃତ ହୋଇଛନ୍ତି। ପ୍ରାୟ ୧୮% କମ୍ପାନୀ ନିଯୁକ୍ତିଭିତ୍ତିକ ଦକ୍ଷତା ତାଲିମ ପ୍ରଦାନ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri