ଆସୁଛି ବାତ୍ୟା: କୂଳମୁହାଁ ଟ୍ରଲର, ସତର୍କ କଲା ପ୍ରଶାସନ

ଭୋଗରାଇ, ୨୬।୯ (ଡି.ଏନ.ଏ.)-ପୂର୍ବ-ମଧ୍ୟୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବା ପରେ ଗାଙ୍ଗେୟ ସମତଳ ଅଞ୍ଚଳରେ ଶନିବାର ମଧ୍ୟାହ୍ନରୁ ପାଗର ଅବନତି ହୋଇଛି। ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ହୋଇଛି। ଏହି ଲଘୁଚାପ କ୍ରମଶଃ ବାତ୍ୟାରେ ପରିଣତ ହେଉଥିବା କେତେକ ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି। ସୁବର୍ଣ୍ଣରେଖା ଓ ଜଳକା ନଦୀରେ ଘନ ଘନ ବନ୍ୟା ସାଙ୍ଗକୁ ଅବିଶ୍ରାନ୍ତ ବର୍ଷା ଜନଜୀବନକୁ ଦୁର୍ବିଷହ କରିଥିଲା ବେଳେ ପୁଣି ଏକ ଲଘୁଚାପଜନିତ ଝଡ଼ବର୍ଷା ଉତ୍ତର ବାଲେଶ୍ୱରବାସୀଙ୍କୁ ଚିନ୍ତାରେ ପକାଇଛି।
ସୁବର୍ଣ୍ଣରେଖା ଓ ଜଳକା ନଦୀର ବନ୍ୟା ଜଳ ହ୍ରାସ ପାଉଥିବା ବେଳେ ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ଦୟନୀୟ ହୋଇପଡିଛି। ଏବେବି ବହୁ ବିପନ୍ନ ପାଣିଘେରରେ ପିଲାଛୁଆ ଧରି ଭାଗ୍ୟକୁ ଆଦରି କଚ୍ଚାମାଟି ଘରେ ବିପଦପୂର୍ଣ୍ଣ ଅବସ୍ଥାରେ ଜୀବନ ବିତାଉଛନ୍ତି। ଚୁଲିରେ ପାଣି ଜମି ରହିଥିବାରୁ ପେଟକୁ ଦାନା ଯୋଗାଡ଼ କରିବା ସମ୍ଭବ ହୋଇପାରୁନାହିଁ। ଧୋୟା ଅଞ୍ଚଳରେ ବେକାର ଯୁବତୀଯୁବକ କାମଧନ୍ଦା ନ ପାଇ ଘରେ ବସିଛନ୍ତି। ଏଭଳି ସ୍ଥିତିରେ ଶନିବାରଠାରୁ ପାଗର ଅବନତି ଘଟି ବର୍ଷା ଆରମ୍ଭ ହୋଇଛି। ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଲଘୁଚାପ ଘନୀଭୂତ ହୋଇ ପ୍ରବଳ ବର୍ଷିବା ସହିତ ବତାଶର ବେଗ ୪୦ରୁ ୬୦କି.ମି. ପର୍ଯ୍ୟନ୍ତ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଟ୍ରଲର ଓ ଡ଼ଙ୍ଗାଗୁଡ଼ିକୁ ୨୫ତାରିଖ ସନ୍ଧ୍ୟା ସୁଦ୍ଧା ଫେରି ଆସିବାକୁ ପ୍ରଶାସନ ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ଉତ୍ତାଳ ହେବାରୁ ଦୀର୍ଘ ଉଦୟପୁର ତାଳସାରୀ ଡଗରା ଆଦି ବେଳାଭୂମିରେ ପର୍ଯ୍ୟଟକଙ୍କୁ ସମୁଦ୍ର ମନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri