ରୋଗୀଙ୍କୁ ଫାର୍ମାସିଷ୍ଟ ଔଷଧ ଦେବା ପ୍ରସଙ୍ଗ: ପ୍ରଶ୍ନ ଉଠାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରୋଗୀଙ୍କୁ ଫାର୍ମାସିଷ୍ଟ ଔଷଧ ଦେବା ପ୍ରସଙ୍ଗ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରଶ୍ନ ଉଠାଇଲେଣି। ବରିଷ୍ଠ ଡାକ୍ତର ତଥା ଏସ୍‌ସିବି ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସିଦ୍ଧାର୍ଥ ଦାସ କହିଛନ୍ତି, ରୋଗ ଚିହ୍ନଟ ନ କରି ଫାର୍ମାସିଷ୍ଟମାନେ କେମିତି ଔଷଧ ଦେବେ। ଡାକ୍ତରୀ ପାଠ ଓ ଫାର୍ମାସିଷ୍ଟ ପାଠ ଭିତରେ ପ୍ରଭେଦ ରହିଛି। କୋଭିଡ୍‌ ସଂକ୍ରମଣ ଭିତରେ ଜ୍ୱର ହେଲେ ସମସ୍ତଙ୍କୁ ପାରାସିଟାମଲ ଦେବା ଠିକ୍‌ ନୁହେଁ। ସେହିପରି ଆଣ୍ଟିବାୟୋଟିକ୍‌ ଦେବା ଆଦୌ ଠିକ୍‌ ନୁହେଁ। କିଛି ନିର୍ଦ୍ଦିଷ୍ଟ ଚର୍ମରୋଗ ପାଇଁ ଫାର୍ମାସିଷ୍ଟମାନେ ଔଷଧ ଦେଇପାରିବେ। ଫାର୍ମାସିଷ୍ଟମାନେ ଗୋଟିଏ ଔଷଧରେ କ’ଣ ଉପାଦାନ କେତେ ପରିମାଣରେ ଥାଏ ସେ ବାବଦରେ ପାଠ ପଢ଼ିଥାନ୍ତି। କିନ୍ତୁ ଫାର୍ମାସିଷ୍ଟଙ୍କ ପାଠ୍ୟକ୍ରମରେ ରୋଗ ଚିହ୍ନଟ ପାଇଁ କୌଣସି ବିଷୟବସ୍ତୁ ନ ଥାଏ। ତେଣୁ ଆଣ୍ଟିବାୟୋଟିକ ବାବଦରେ ଫାର୍ମାସିଷ୍ଟଙ୍କର ସେଭଳି କୌଣସି ଜ୍ଞାନ ନ ଥାଏ। ଏହାଛଡ଼ା ଆଣ୍ଟିବାୟୋଟିକ ଯିଏ କେହି ବି ମନଇଚ୍ଛା ଦେଇପାରିବେ ନାହିଁ ବୋଲି ଡା. ଦାସ ମତ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଫାର୍ମାସିଷ୍ଟମାନେ ଔଷଧ ଦେବା ପ୍ରସଙ୍ଗରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବହୁ ପୂର୍ବରୁ ପଞ୍ଚବ୍ୟାଧି ଚିକିତ୍ସା ସଂକ୍ରାନ୍ତରେ ଫାର୍ମାସିଷ୍ଟମାନଙ୍କୁ ଟ୍ରେନିଂ ଦିଆଯାଇଥିଲା। ଯେଉଁଠି ଡାକ୍ତର ନ ଥିଲେ, ସେଠାରେ ଔଷଧ ସୁପାରିଶ କରିବା ପାଇଁ ଫାର୍ମାସିଷ୍ଟଙ୍କୁ କୁହାଯାଉଥିଲା। ସେତେବେଳେ ଗୋଟିଏ ରୋଗ ପାଇଁ ଦୁଇଟି ଔଷଧ ଥିଲା, ଏବେ ତିନୋଟି ଔଷଧ ଆସିଛି। ଡ୍ରଗ କଣ୍ଟ୍ରୋଲରଙ୍କ ପରାମର୍ଶ ନେଇ ଏହି ସଂଖ୍ୟା ବଢ଼ାଯାଇଛି ବୋଲି ଡା. ମହାପାତ୍ର ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଏଣିକି ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟ ରୋଗୀ ଦେଖିପାରିବେ ଏବଂ ଔଷଧ ଦେଇପାରିବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଯେଉଁ ହସ୍ପିଟାଲରେ ଡାକ୍ତର ନାହାନ୍ତି, ସେଠାରେ ବୁଝାଶୁଝା କରୁଥିବା ଫାର୍ମାସିଷ୍ଟ ରୋଗୀଙ୍କ ଚିକିତ୍ସା କରିପାରିବେ। ଏଥିପାଇଁ ସରକାର ବିଧିବଦ୍ଧ ଅନୁମତି ଦେଇଛନ୍ତି। ଏଥିପାଇଁ ସେମାନେ କେଉଁ ରୋଗ ପାଇଁ କେଉଁ ଔଷଧ ଦେବେ ସେ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଲିକା ପ୍ରସ୍ତୁତ କରି ନିର୍ଦ୍ଦେଶନାମା ଜାରି କରାଯାଇଛି। ଫାର୍ମାସିଷ୍ଟମାନେ ଲକ୍ଷଣଯୁକ୍ତ ଜ୍ୱର ପାଇଁ ପାରାସିଟାମଲ, ଆଜିଥ୍ରୋମାଇସିନ୍‌, ସେଫିକ୍ୱଜାଇମ୍‌, ଆମୋକ୍ସିସିଲିନ୍‌ ମେଡିସିନ୍‌ ଦେଇପାରିବେ। ସେହିପରି ମ୍ୟାଲେରିଆ, ଚର୍ମ ରୋଗ, ଝାଡ଼ାବାନ୍ତି ଓ ଅନ୍ୟରୋଗ ପାଇଁ ମଧ୍ୟ ଔଷଧ ତାଲିକା ଜାରି ହୋଇଛି। ଏହି ତାଲିକା ଅନୁସାରେ ଫାର୍ମାସିଷ୍ଟମାନେ ରୋଗୀଙ୍କୁ ଔଷଧ ଦେଇପାରିବେ ବୋଲି ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri