ଭାରତରେ ଆମଦାନୀ ଶୁଳ୍କ ଅତ୍ୟଧିକ:ମର୍ସିଡିଜ

ନୂଆଦିଲ୍ଲୀ,୨୦।୯ ଆମଦାନୀ ହେଉଥିବା କାର୍‌ଗୁଡିକ ଉପରେ ଭାରତ ସରକାର ଅତ୍ୟଧିକ ଟିକସ ଲାଗୁ କରୁଛନ୍ତି। ଏହା କମ୍ପାନୀଗୁଡ଼ିକ ଲାଗି ଅଡୁଆ ସୃଷ୍ଟି କରିଛି ବୋଲି ପ୍ରମୁଖ ବିଳାସପୂର୍ଣ୍ଣ କାର୍‌ ନିର୍ମାତା ମର୍ସିଡିଜ ବେଞ୍ଜ ସୋମବାର କହିଛି। ଭାରତ ସରକାର ଟିକସ କମାନ୍ତୁ ବୋଲି ନିକଟରେ ଟେସ୍‌ଲା ନିବେଦନ କରିଥିଲା। ଏଭଳି ପ୍ରସଙ୍ଗ ଉଠାଇବା କ୍ଷେତ୍ରରେ ମର୍ସିଡିଜ ଭଳି ଆଉ ଏକ ବିଦେଶୀ କମ୍ପାନୀ ଯୋଡ଼ିହୋଇଛି। ସରକାର ଅତ୍ୟଧିକ ଟିକସ ଲଗାଉଥିବାରୁ ଆମେରିକା କିମ୍ବା ବିଶ୍ୱର ଅନ୍ୟ ବଜାର ତୁଳନାରେ ଭାରତରେ ଯାନଗୁଡିକ ୨ ଗୁଣ ଅର୍ଥ ଦେଇ ଗ୍ରାହକଙ୍କୁ କିଣିବାକୁ ପଡୁଛି ବୋଲି କମ୍ପାନୀ କହିଛି।
ବେଞ୍ଜ ଇଣ୍ଡିଆର ଏମ୍‌ଡି ମାର୍ଟିନ ସ୍ବେଙ୍କ କହିଛନ୍ତି, ଭାରତରେ ଆମଦାନୀ ଟିକସ ଅଧିକ ରହୁଛି। ଏହାକୁ ତ୍ୱରିତ ଭିତ୍ତିରେ କମାଇବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ନୂଆ କାର୍‌ ପାଇଁ ବଜାର ଖୋଲି ପାରିବ। ବିଶ୍ୱସ୍ତରୀୟ ଟେକ୍ନୋଲୋଜିକୁ ମଧ୍ୟ ଭାରତରେ ଏହାଦ୍ୱାରା ପ୍ରଚଳନ କରାଇବା ସହଜ ହେବ। ଇଲେକ୍ଟ୍ରିକ ସମେତ ସମସ୍ତ ଟେକ୍ନୋଲୋଜିକୁ ସ୍ଥାନୀୟକରଣ କରିବା ବର୍ତ୍ତମାନ ସମ୍ଭବ ନୁହେଁ ବୋଲି ସରକାର ଏହି କଥା ମନେରଖିବା ଆବଶ୍ୟକ। କାରଣ ଭାରତରେ ବିକ୍ରିର ସ୍ତର ଏବେ ମଧ୍ୟ କମ୍‌ ରହିଛି। ଟିକସ ହାର ଉଚ୍ଚରେ ରହିଲେ ନୂଆ ଗ୍ରାହକ ଯୋଡ଼ିବା କଷ୍ଟକର ବୋଲି ସେ ମତ ରଖିଛନ୍ତି। ଉଲ୍ଳେଖଯୋଗ୍ୟ, ଟେସ୍‌ଲାର ପ୍ରତିଷ୍ଠାତା ଏଲନ ମସ୍କ ଉଚ୍ଚ ପରିମାଣର ଟିକସ ନେଇ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଇ-ଯାନ ନୁହେଁ ସବୁ ବର୍ଗର ହାଇ ଟେକ୍ନୋଲୋଜି ଏବଂ ଲକ୍‌ଜ୍ୟୁରି ପ୍ରଡକ୍ଟ ଉପରେ ଟିକସ ହ୍ରାସ ଦାବିକୁ ସମର୍ଥନ ଜଣାଉଥିବା ସ୍ବେଙ୍କ କହିଛନ୍ତି। ଗତ ଜୁଲାଇରେ ଟୁଇଟ ଯୋଗେ ଏଲନ ମସ୍କ କହିଥିଲେ, ଟେସ୍‌ଲା ଭାରତରେ ଫ୍ୟାକ୍ଟ୍ରି ବସାଇବା ଲାଗି ପ୍ରସ୍ତୁତ ଅଛି। ମାତ୍ର ପ୍ରଥମେ ଭାରତ ସରକାର ଆମଦାନୀ ଟିକସ କ୍ଷେତ୍ରରେ ଭାରତ କିଛିଟା ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଭାରତ ବିଶ୍ୱରେ ସବୁଠାରୁ ଅଧିକ ପରିମାଣରେ ଟିକସ ଲାଗୁ କରୁଛି। ଯଦି ଟେସ୍‌ଲା ଭାରତକୁ ଯାନ ଆମଦାନୀ କରିବାକୁ ସକ୍ଷମ ହୁଏ ତେବେ ଏଠାରେ ଫ୍ୟାକ୍ଟ୍ରି ବସାଇବା ମଧ୍ୟ ସହଜ ହେବ। ବର୍ତ୍ତମାନ ୪୦ ହଜାର ଡଲାରରୁ ଊର୍ଦ୍ଧ୍ୱ ମୂଲ୍ୟର କାର୍‌ଗୁଡିକ ଉପରେ ଭାରତ ଏବେ ୧୦୦% ଟିକସ ଲାଗୁ କରୁଛି। ସ୍ବେଙ୍କ ପୁଣି କହିଛନ୍ତି, ଭାରତ ଭଳି ଏକ ଅଭିବୃଦ୍ଧିଶୀଳ ବଜାରରେ ଏଭଳି ନୀତି ଆଗକୁ ବଢ଼ିବାରେ ଅତ୍ୟନ୍ତ କଷ୍ଟକର। ଅନ୍ତର୍ଜାତୀୟ ବଜାରରେ ମାତ୍ର ୧୦% ଟିକସ ଲାଗୁ ହେଉଛି। ଭାରତ ସରକାର ଅତ୍ୟଧିକ ଟିକସ ଲାଗୁ କରୁଥିବାରୁ ଏହାଦ୍ୱାରା ଗ୍ରାହକଙ୍କୁ ଜରିମାନା ଦେବା ଭଳି ସ୍ଥିତି ଉପୁଜୁଛି। ଭାରତରେ ଲୋକମାନେ ଯେଉଁ ଅର୍ଥ ପ୍ରଦାନ କରୁଛନ୍ତି ସମାନ କାର୍‌ ଲାଗି ଆମେରିକାର ଲୋକ ଅଧା ଅର୍ଥ ଦେଉଛନ୍ତି। ଭାରତରେ ଟିକସ ବୋଝ ଅଧିକ ରହୁଛି। ଫଳରେ ଏହା ଅଭିବୃଦ୍ଧି କ୍ଷେତ୍ରରେ ବାଧକ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri