ବର୍ଷା ଜନିତ ସମସ୍ୟାର ମୁକାବିଲା ପାଇଁ ବିଏମ୍‌ସିର ତତ୍ପରତା: ସମ୍ବେଦନଶୀଳ ଅଞ୍ଚଳ ତଦାରଖ କଲେ ଅଧିକାରୀ

ଭୁବନେଶ୍ୱର, ୫।୭(ବ୍ୟୁରୋ)- ମୌସୁମୀ ବର୍ଷା ଜାରି ରହିଥିବାବେଳେ ରାଜଧାନୀବାସୀ ଯେପରି ଜଳ ନିଷ୍କାସନ ଜନିତ ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ତତ୍ପର ହୋଇପଡ଼ିଛି। ବିଶେଷକରି ଆରମ୍ଭରୁ ଭୁବନେଶ୍ୱର ଦେଇ ଯାଇଥିବା ଜାତୀୟ ରାଜପଥ ସମେତ ସହରର କେତେକ ସ୍ଥାନରେ ବର୍ଷା ପାଣି ଜମି ରହି ସମସ୍ୟା ସୃଷ୍ଟି କରିଥିଲା। ଏବେବି ଆଉ କେତେକ ସ୍ଥାନରେ ସମାନ ସ୍ଥିତି ସୃଷ୍ଟି ହେଉଛି। ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ବିଏମ୍‌ସି ପଦକ୍ଷେପ ଆରମ୍ଭ କରିଛି। ଶୁକ୍ରବାର ବିଏମ୍‌ସି ଅତିରିକ୍ତ କମିଶନର ଶ୍ରୀମନ୍ତ ମିଶ୍ରଙ୍କ ସହ ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ଉତ୍ତର ମଣ୍ଡଳ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି, ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର-୧ ପି.ଏସ୍‌.ଏନ୍‌. ପାତ୍ର, ଡ୍ରେନେଜ୍‌ ଇଞ୍ଜିନିୟର ପ୍ରଦୀପ ସାଗର ଦୁରିଆ ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ପରିଦର୍ଶନ କରି ସ୍ଥିତି ପରଖିଥିଲେ। ସେମାନଙ୍କ ସହ ବିଭାଗୀୟ ଅଧିକାରୀ ଓ ଅମିନମାନେ ଥିଲେ। ଓ୍ବାର୍ଡ ନଂ.୧୯ ଅନ୍ତର୍ଗତ ଭାଗବତ ସନ୍ଧାନ ଅଞ୍ଚଳରେ ଉପରୋକ୍ତ ଅଧିକାରୀମାନେ ଜଳବନ୍ଦୀ ସମସ୍ୟାର ସମୀକ୍ଷା କରିଥିଲେ। ପାଣି ଯିବା ବାଟରେ ବେଆଇନ ଭାବେ ଘରୋଇ ନିର୍ମାଣ କରାଯାଉଥିବା ଅଧିକାରୀଙ୍କ ଦୃଷ୍ଟିଗୋଚର ହୋଇଥିଲା। ଅତିରିକ୍ତ କମିଶନ ମିଶ୍ର ତୁରନ୍ତ ଉକ୍ତ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଜମିର ସ୍ଥିତି ଅନୁଧ୍ୟାନ ନ କରାଯିବା ଯାଏ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ବୋଲି ଅଧିକାରୀମାନେ କହିଛନ୍ତି। ସେହିପରି ଅଧିକାରୀମାନେ ଓ୍ବାର୍ଡ ନଂ. ୩୮ ଅନ୍ତର୍ଗତ ନୟାପଲ୍ଲୀ ଖିମ୍‌ଜୀ ଗଳିରେ ଥିବା ଡ୍ରେନ୍‌ ଡିସେଲଟିଙ୍ଗ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ସିଆର୍‌ପି ଛକରେ ଜାତୀୟ ରଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଦ୍ୱାରା କରାଯାଇଥିବା ରାସ୍ତାତଳ ଡ୍ରେନ୍‌ରେ ଆବର୍ଜନା ଜମା ହୋଇଥିବା ଦେଖିଥିଲେ। ଉକ୍ତ ଡ୍ରେନ ସଫା ହେଉ ନ ଥିବାରୁ ଇସ୍କନ ମନ୍ଦିର ନିକଟରେ ବାରମ୍ବାର ଜଳବନ୍ଦୀ ସମସ୍ୟା ଉପୁଜୁଛି। ଉକ୍ତ ଡ୍ରେନ୍‌ର ନିୟମିତ ସଫେଇ କରିବା ନିମନ୍ତେ ଅଧିକାରୀମାନେ ଏନ୍‌ଏଚ୍‌ଏଆଇଙ୍କୁ ଜଣାଇଛନ୍ତି।
ବର୍ଷା ପାଣି ଜମୁଥିବା ସହରର ୩୭ଟି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରାଯାଇଛି। ୧୨ଟି ପ୍ରମୁଖ ସମ୍ବେଦନଶୀଳ ଅଞ୍ଚଳରେ ୧୭ଟି ପମ୍ପସେଟ୍‌ ଲଗାଯାଇଛି। ଜଳ ନିଷ୍କାସନର ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ଯନ୍ତ୍ରୀ ଏବଂ ସମ୍ପୃକ୍ତ ନୋଡାଲ ଅଧିକାରୀମାନେ ପ୍ରସ୍ତୁତ ରହିଛନ୍ତି। ବର୍ଷା ଶେଷ ପର୍ଯ୍ୟନ୍ତ ସେମାନେ ପ୍ରତିଦିନ ଉକ୍ତ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ଓ ବରିଷ୍ଠ ଅଧିକାରୀମାନେ ନିୟମିତ ତଦାରଖ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri