Posted inଖେଳ

ପାରିବାରିକ ଶତ୍ରୁତା ସତ୍ତ୍ୱେ ଡୋନାଙ୍କୁ ଲୁଚିଛପି କୋର୍ଟରେ ବିବାହ କରିଥିଲେ ଗାଙ୍ଗୁଲୀ: ଜିଦ୍‌ରେ ରହିଥିଲେ ଅଟଳ…

ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲୀଙ୍କ ପ୍ରେମଜୀବନ କୌଣସି ଫିଲ୍ମକାହାଣୀଠାରୁ କମ୍‌ ନ ଥିଲା। ସେ ପରିବାରଲୋକଙ୍କୁ ନ ଜଣାଇ ଡୋନା ରାୟଙ୍କୁ ବିବାହ କରିଥିଲେ। ଫଳରେ ତାଙ୍କୁ ଗୋଟିଏ ଥର ନୁହେଁ ବରଂ ଦୁଇ ଥର ବିବାହ କରିବାକୁ ପଡ଼ିଥିଲା।

ଗାଙ୍ଗୁଲୀ ଏବଂ ଡୋନା ପରସ୍ପରର ପଡୋଶୀ ଥିଲେ। ପିଲାଟିବେଳୁ ଉଭୟ ବନ୍ଧୁ ଥିଲେ। ଧିରେ ଧିରେ ଏହା ପ୍ରେମରେ ପରିବର୍ତ୍ତିତ ହୋଇଥିଲା। ହେଲେ ସେମାନଙ୍କ ପରିବାର ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ଏହାର ପ୍ରଭାବ ଉଭୟଙ୍କ ପ୍ରେମ ଉପରେ ପଡ଼ିଥିଲା। ସେମାନେ ବାଧ୍ୟହୋଇ ଲୁଚିଛପି ମିଳାମିଶା କରୁଥିଲେ। ହେଲେ କେହି କାହାଠାରୁ ଅଲଗା ହୋଇ ନ ଥିଲେ।

ଗାଙ୍ଗୁଲୀ ସେଣ୍ଟ ଜାଭିୟର ସ୍କୁଲରେ ପଢ଼ୁଥିବା ବେଳେ ଡୋନା ଲୋରେଟୋ କନ୍‌ଭେଣ୍ଟ ସ୍କୁଲର ଛାତ୍ରୀ ଥିଲେ। ସ୍କୁଲ ଯିବା ବାହାନାରେ ଗାଙ୍ଗୁଲୀଙ୍କୁ ଭେଟୁଥିଲେ ଡୋନା। ଏପରିକି ଡୋନାଙ୍କ ନୃତ୍ୟ ଗାଙ୍ଗୁଲୀଙ୍କୁ ବେଶ୍‌ ପସନ୍ଦ ଥିଲା। ସେ ତାକୁ ଦେଖିବାକୁ ପହଞ୍ଚି ଯାଉଥିଲେ। ଡୋନା ମଧ୍ୟ ଅନୁରୂପ ଭାବେ ଗାଙ୍ଗୁଲୀଙ୍କ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମକୁ ଯାଉଥିଲେ। ହେଲେ ଗାଙ୍ଗୁଲୀଙ୍କ ପରିବାରକୁ ତାହା ପସନ୍ଦ ନଥିଲେ। ସେମାନଙ୍କ ବିବାହ କରିବା ସପକ୍ଷରେ ମଧ୍ୟ କେହି ନ ଥିଲେ।

୧୯୯୬ରେ ଇଲଂଣ୍ଡ ଗସ୍ତକୁ ନେଇ ଗାଙ୍ଗୁଲୀଙ୍କ ଚୟନ ଭାରତୀୟ କ୍ରିକେଟ ଟିମ୍‌ରେ ହୋଇଥିଲା। ସେ ନିଜର ଡେବ୍ୟୁ ମ୍ୟାଚ୍‌ରେ ଶତକ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ସେଠାରୁ ଫେରିବା ପରେ ଗାଙ୍ଗୁଲୀ ଡୋନାଙ୍କ ବିଷୟରେ ବନ୍ଧୁ ମୌଲୀ ବାନାର୍ଜୀଙ୍କୁ କହିଥିଲେ। ମୌଲୀଙ୍କ ସହ ବିବାହ ପାଇଁ ଉଭୟ କୋର୍ଟରେ ପହଞ୍ଚିଥିଲେ। ହେଲେ ମିଡିଆ ଥିବା ଯୋଗୁ ଘରକୁ ଫେରି ଆସିଥିଲେ। ପରେ ମ୍ୟାରେଜ୍‌ ରେଜିଷ୍ଟାରଙ୍କୁ ମୌଲୀ ଘରକୁ ଡାକିଥିଲେ। ସେଠାରେ ଉଭୟ ବିବାହ କରିଥିଲେ।

ପ୍ରଥମେ ବିବାହ କରିବା ସମୟରେ ଗାଙ୍ଗୁଲୀଙ୍କୁ ୨୩ ବର୍ଷ ହୋଇଥିଲା। ସେତେବେଳେ ଡୋନା ୨୦ ବର୍ଷର ଥିଲେ। ପରେ ଏହି କଥା ଘରଲୋକେ ଜାଣିବାକୁ ପାଇଥିଲେ। ଶ୍ରୀଲଙ୍କାରୁ ଫେରିବା ପରେ ଗାଙ୍ଗୁଲୀ ନିଜ ଜିଦ୍‌ରେ ଅଟଳ ରହିବା ଯୋଗୁ ପରିବାରଲୋକେ ପୁଣି ଥରେ ସେମାନଙ୍କ ବିବାହ କରାଇଥିଲେ। ୧୯୯୭ ଫେବୃୟାରୀ ୨୧ରେ ଉଭୟ ପରିବାରଲୋକଙ୍କ ସାମ୍ନାରେ ସମସ୍ତ ରୀତିନୀତିରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri