ଜୀବନ୍ତ ଜଳିଗଲେ ୪୧ କଏଦୀ…

ଜାକର୍ତ୍ତା,୮।୯: ଇଣ୍ଡୋନେସିଆର ବଣ୍ଟେନ ପ୍ରଦେଶର ଏକ ଜେଲରେ ଅଗ୍ନିକାଣ୍ଡ ଘଟି ୪୧ ଡ୍ରଗ୍ସ କଏଦୀଙ୍କର ମୃତ୍ୟୁ ଘଟିଛି ଏବଂ ୩୯ ଜଣ ଆହତ ହୋଇଛନ୍ତି। ଆହତ କଏଦୀଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜେଲ ବିଭାଗ, ଆଇନ ଏବଂ ମାନବ ଅଧିକାର ମନ୍ତ୍ରଣାଳୟର ମୁଖପାତ୍ର ରିକା ଅପ୍ରିନ୍ତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଅଗ୍ନିକାଣ୍ଡର କାରଣ ନେଇ ଅନୁସନ୍ଧାନ କରାଯାଉଛି ବୋଲି ସେ କହିଛନ୍ତି। ମଙ୍ଗଳବାର-ବୁଧବାର ବିଳମ୍ବିତ ରାତ୍ର ଗୋଟାଏରୁ ୨ଟା ମଧ୍ୟରେ ଅଗ୍ନିକାଣ୍ଡ ଘଟିଥିବା ସେ କହିଛନ୍ତି। ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା ଏବଂ ସମସ୍ତ ଆହତଙ୍କୁ ଡାକ୍ତରଖାନା ନିଆଯାଇଥିଲା ବୋଲି ସେ ପ୍ରକାଶ କରିିଛନ୍ତି।

ଜାକର୍ତ୍ତା ଉପକଣ୍ଠରେ ଥିବା ତାଙ୍ଗେରଙ୍ଗ ଜେଲର ବ୍ଲକ-ସିରେ ଏଭଳି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମୟରେ ବ୍ଲକ-ସି ୧୨୨ ଦଣ୍ଡାଦେଶ ହୋଇଥିବା କଏଦୀ ଥିଲେ।

ତାଙ୍ଗେରଙ୍ଗ ଜେଲକୁ ନିୟନ୍ତ୍ରଣ କରିବା ପାଇଁ ଶହେରୁ ଅଧିକ ପୋଲିସ ଏବଂ ସୈନିକଙ୍କୁ ନିୟୋଜିତ ହୋଇଛନ୍ତି। ଏହି କାରାଗାରରେ ୧,୨୨୫ କଏଦୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏବେ ଏଠାରେ ୨,୦୦୦ରୁ ଅଧିକ କଏଦୀ ରହିଛନ୍ତି।

ସୂଚନାଯୋଗ୍ୟ, ଇଣ୍ଡୋନେସିଆରେ ଜେଲ ଭାଙ୍ଗିବା ଏବଂ ଦଙ୍ଗା ଯୋଗୁଁ ଅଗ୍ନିକାଣ୍ଡ ଘଟିବା ସାଧାରଣ ଘଟଣା। ଏଠାରେ ଥିବା ଜେଲଗୁଡିକରେ ଅତ୍ୟଧିକ ଭିଡ଼ ଏକ ସମସ୍ୟା ପାଲଟିଛି। ଆବଶ୍ୟକ ବିକାଶ ପାଣ୍ଠି ଅଭାବରୁ ଜେଲଗୁଡିକର ଅବସ୍ଥା ଖରାପ ହେବାରେ ଲାଗିଛି। ବେଆଇନ ଡ୍ରଗ କାରବାର ଅଭିଯୋଗ ଏଠାରେ ବହୁ ସଂଖ୍ୟକ ଲୋକଙ୍କୁ ଗିରଫ କରାଯାଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ନର୍ସଙ୍କୁ ୭୮୦ ବର୍ଷର କାରାଦଣ୍ଡ! ୨୨ ମାମଲାରେ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୪।୫: ଆମେରିକା ପେନସିଲଭାନିଆର ୪୧ ବର୍ଷିୟ ନର୍ସ ହେଥର ପ୍ରେସଡିଙ୍କୁ ତିନିଟି ହତ୍ୟା ଏବଂ ୧୯ଟି ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

ବ୍ରାଜିଲରେ ପ୍ରବଳ ବର୍ଷା: ୩୭ ମୃତ

ବ୍ରାସିଲିଆ,୪।୫: ବ୍ରାଜିଲର ଦକ୍ଷିଣ ପ୍ରାନ୍ତ ରିଓଗ୍ରାଣ୍ଡେ ଡୋ ସୁଲରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷ...

ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ

ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି।...

ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ

ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ...

ପ୍ରତିବର୍ଷ ୨୫ କୁମାରୀ ଝିଅଙ୍କୁ ବାଛନ୍ତି କିମ ଜୋଙ୍ଗ ଉନ, ‘ପ୍ଲେଜର ସ୍କ୍ବାଡ’ରେ ସାମିଲ ଥିବା ଜଣେ ଯୁବତୀ କହିଲେ କିଛି ଅକୁହା କଥା

ପୋଙ୍ଗୟାଙ୍ଗ,୩।୫: ସମୟ ସମୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥାଏ। ଏଥିରେ କୌଣସି ସନ୍ଦେହ ନାହିଁ...

ସ୍କୁଲ, କଲେଜ, ଅଫିସ ବନ୍ଦ, ମୂଷଳ ଧାରାରେ ବର୍ଷାକୁ ଦେଖି ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଆବୁ ଧାବି,୩।୫: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବର୍ଷା ପୁଣି ଏକ ବିପର୍ଯ୍ୟୟ ପାଲଟିଛି। ଗୁରୁବାର ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ...

ପୁଣି ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତ

ନ୍ୟୁୟର୍କ,୩।୫: ମିଳିତ ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ କରିଛି। ଭାରତ ପାକିସ୍ତାନକୁ ତୀବ୍ର ସମାଲୋଚନା କରି କହିଛି, ପାକିସ୍ତାନର ଟ୍ରାକ ରେକର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri