୧୬ ଦିନ ହେଲା ନ୍ୟାୟ ଅପେକ୍ଷାରେ ଗଣବଳାତ୍କାର ପୀଡ଼ିତା

ବରଗଡ଼ ଅଫିସ୍‌,୨୭।୮: ବରଗଡ଼ ଜିଲା ଗାଇସିଲେଟ ଥାନା ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ଘରପୋଡ଼ି ମାମଲା ହଇଚଇ ସୃଷ୍ଟି କରିଛି। ଏହି ମାମଲାରେ ୧୨ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନିହାର ସାହୁ, ମୁନୁ ପଣ୍ଡା, ଖେଡ଼ୁ ସାହୁ ଏବଂ ଠୁର୍ଲି ସାହୁ । ପୀଡ଼ିତାଙ୍କ ଏତଲାକ୍ରମେ ଅଭିଯୁକ୍ତଙ୍କ ବିରୋଧରେ ଗାଇସିଲେଟ ଥାନାରେ ଦଫା ୧୪୭, ୧୪୮, ୧୪୯, ୫୦୬, ୨୯୪, ୪୨୭, ୪୫୨, ୪୩୬, ୩୦୭, ୩୯୫, ୩୭୬(ଡି), ୩ଏସଟିଏସସି ପି.ଏ ଆକ୍ଟରେ ଏକ ମାମଲା (ନଂ.୧୪୭/୨୧) ରୁଜୁ ହୋଇଛି । ଏ ନେଇ ପଦ୍ମପୁର ଏସ୍‌ଡ଼ିପିଓ ବିଭୁତି ଭୂଷଣ ଭୋଇଙ୍କୁ ପଚାରିବାରୁ ସେ କହିଥିଲେ, ପଦ୍ମପୁର ଡାକ୍ତରଖାନାରେ ପୂର୍ବରୁ ପୀଡ଼ିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫେରାର୍‌ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ ପାଇଁ ଉଦ୍ୟମ ଚାଲିଛି ବୋଲି ଏସ୍‌ଡ଼ିପିଓ ଭୋଇ କହିଛନ୍ତି ।
ସୂଚନାଯୋଗ୍ୟ, ପୀଡ଼ିତାଙ୍କ ପୁଅ ଏବଂ ଗ୍ରାମର ଅନ୍ୟ ଜଣେ ଯୁବତୀ ଗତ ରଥଯାତ୍ରା ସମୟରୁ ନିଖୋଜ ଅଛନ୍ତି। ତେବେ ନିଖୋଜ ଯୁବତୀଙ୍କୁ ତାଙ୍କ ପୁଅ ନେଇ ଯାଇଥିବା କହି ଉମାକାନ୍ତ ସାହୁ, ନିହାର ସାହୁ, ପ୍ରୀତମ ସାହୁ, ଶ୍ୟାମ ସାହୁ, ବାବୁଲୁ ଖମାରୀ, ମୁନୁ ପଣ୍ଡା, ଖେଡୁ ସାହୁ, ଯୁଗୀ ଖମାରୀ, କମଳା ସାହୁ, ଠୁର୍ଲି ସାହୁ, ଗୀତା ସାହୁ ଏବଂ ବେଟିଖାଇ ସାହୁ ଗତ ୧୧ତାରିଖ ସନ୍ଧ୍ୟାରେ ପୀଡ଼ିତାଙ୍କ ଘରକୁ ଯାଇ ପଚରାଉଚୁରା କରିଥିଲେ। ସେ ତାଙ୍କ ପୁଅ, ସମ୍ପୃକ୍ତ ଯୁବତୀଙ୍କ ନିଖୋଜ ସମ୍ପର୍କରେ କିଛି ଜାଣି ନ ଥିବା କହିବା ପରେ ଦଳବଦ୍ଧ ହୋଇ ସେମାନେ ଉକ୍ତ ମହିଳାଙ୍କୁ ମାଡ଼ ମାରିଥିଲେ। ପରେ ଉମାକାନ୍ତ, ନିହାର, ବାବୁଲୁ, ପ୍ରୀତମ, ଶ୍ୟାମ ଏବଂ ମୁନୁ ତାଙ୍କୁ ବଳାତ୍କାର କରିଥିଲେ ଏବଂ ୫ହଜାର ଟଙ୍କା, ମୋବାଇଲ ଆଦି ଲୁଟି ନେବା ସହିତ ଘରକୁ ପୋଡ଼ି ଦେଇଥିବା ନେଇ ପୀଡ଼ିତା ଗତ ୧୨ତାରିଖରେ ଗାଇସିଲେଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଅଭିଯୁକ୍ତଙ୍କ ଗିରଫ ଦାବି କରାଯାଇଛି। ଗତ ୨୪ତାରିଖରେ ବରଗଡ଼ ଜିଲା ସମ୍ବିଧାନ ସୁରକ୍ଷା ମଞ୍ଚର ଏକ ପ୍ରତିନିଧି ଦଳ ଏହି ଘଟଣା ନେଇ ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ ଏବଂ ଏସ୍‌ପି ରାହୁଲ ଜୈନଙ୍କୁ ଭେଟିବା ପରେ ପୋଲିସ ତତ୍ପର ହୋଇ ପଡ଼ିଛି। ପୀଡ଼ିତାଙ୍କୁ ଭୀମସାର ଡାକ୍ତରଖାନାରେ ଭର୍ତ୍ତି କରଯାଇଛି। ସେହିପରି ରେଡ଼କ୍ରସ ପାଣ୍ଠିରୁ ପୀଡ଼ିତାଙ୍କୁ ୧୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri