ଜୁରିଚ୍,୨୪।୮: ସମ୍ପ୍ରତି ପୃଥିବୀରେ କରୋନା ମହାମାରୀର ବିଭିନ୍ନ ଭାରିଆଣ୍ଟ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସୁଇଜରଲାଣ୍ଡର ଗବେଷକମାନଙ୍କ ଦ୍ୱାରା ହୋଇଥିବା ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ବାସେଲ ସ୍ଥିତ ଫେଡେରାଲ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କରୋନାର ସୁପର ଭାରିଆଣ୍ଟ ବିରୋଧରେ ବର୍ତ୍ତମାନର ଭାକ୍ସିନ୍ ଆବଶ୍ୟକ ସୁରକ୍ଷା ପ୍ରଦାନ କରି ପାରିବ ନାହିଁ। ଏନେଇ ଅଧିକ ପ୍ରଭାବଶାଳୀ ଭାକ୍ସିନ୍ର ଆବଶ୍ୟକତା ରହିଥିବା ଇନଷ୍ଟିଚ୍ୟୁଟ୍ର ଇମ୍ୟୁନୋଲୋଜିଷ୍ଟ ଡ, ସାଇ ରେଡ୍ଡୀ ସୂଚନା ଦେଇଛନ୍ତି। କୋଭିଡ୍-୧୯ ପରବର୍ତ୍ତୀ ସମୟରେ କୋଭିଡ୍-୨୨ର ରୂପ ନେଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। କୋଭିଡ୍-୧୯ ତୁଳନାରେ କୋଭିଡ୍-୨୨ ଅଧିକ ଘାତକ ହୋଇପାରେ। କୋଭିଡ୍-୨୨ ଅଧିକ ତାଣ୍ଡବ ରଚିବାର ଆଶଙ୍କା ରହିଥିବା ସେ କହିଛନ୍ତି।


