Posted inଖେଳ

ଆଫଗାନିସ୍ତାନର ସମସ୍ତ କ୍ରିକେଟ ଷ୍ଟାଡିୟମ ଦଖଲ କଲା ତାଲିବାନ: ଜାଣନ୍ତୁ କେଉଁଠି ଅଛନ୍ତି ଦେଶର ଖେଳାଳି !

କାବୁଲ,୧୭।୮: ତାଲିବାନ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଦଖଲ କରିଛି। ରାଷ୍ଟ୍ରପତି ଅଶରଫ ଗନି ଦେଶ ଛାଡ଼ି ପଳାଇବା ପରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡ଼ିଛି। ଏପରି ସ୍ଥିତିରେ ଆଫଗାନିସ୍ତାନରେ କ୍ରୀଡ଼ା କ୍ଷେତ୍ରରେ ଅସୁବିଧା ଉପୁଜିବାର ସମ୍ଭାବନା ଦେଖାଦେଇଛି।

ତାଲିବାନ ଦେଶର ସମସ୍ତ କ୍ରିକେଟ ଷ୍ଟାଡିୟମକୁ କବ୍ଜା କରିଛି। ଫଳରେ ଖେଳାଳିଙ୍କ ପାଇଁ ଉପଲବ୍ଧ ହେଉଥିବା ସୁବିଧାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ୟୁଏଇରେ ଟି-୨୦ ବିଶ୍ୱକପ୍‌ ଖେଳାଯିବ, ଯେଉଁଥିପାଇଁ ଆଫଗାନିସ୍ତାନ ଦଳ ଯୋଗ୍ୟତା ଅର୍ଜନ କରିଛି। ତେବେ ତାଲିବାନ କ୍ଷମତାକୁ ଆସିବା ପରେ ଦଳ ବିଶ୍ୱକପ ଖେଳିବ କି ନାହିଁ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ। ଅପରପକ୍ଷେ ତାଲିବାନ କ୍ରୀଡ଼ାକୁ ବିରୋଧ କରେ ବୋଲି କୁହାଯାଉଛି।

କ୍ରିକେଟ ପ୍ରଶଂସକଙ୍କ ମନରେ ମଧ୍ୟ ବର୍ତ୍ତମାନ ଆଫଗାନିସ୍ତାନ ଖେଳାଳି କେଉଁଠାରେ ଅଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି। ହେଲେ କେବଳ ତିନିଜଣ ଆଫଗାନିସ୍ତାନ ଖେଳାଳିଙ୍କ ବିଷୟରେ ସ୍ପଷ୍ଟ ସୂଚନା ମିଳିଛି।ଷ୍ଟାର ସ୍ପିନର ରସିଦ ଖାନ, ଅଲରାଉଣ୍ଡର ମହମ୍ମଦ ନବୀ ଏବଂ ସ୍ପିନର ମୁଜିବ-ଉର-ରହମାନ। ଏମାନେ ଏବେ ଇଂଲଣ୍ଡର ‘ ଦ ହଣ୍ଡ୍ରେଡ୍‌’ ଲିଗ୍‌ରେ ଖେଳୁଛନ୍ତି। ଲିଗ୍‌ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଏଠାରେ ରହିବେ।

ଆସନ୍ତା ମାସରୁ ଆଫଗାନିସ୍ତାନ ପାକିସ୍ତାନ ସହ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳିଥାନ୍ତା। ପୂର୍ବରୁ ଏହା ୟୁଏଇରେ ଖେଳାଯାଇଥାନ୍ତା ହେଲେ ଏହାକୁ ଶ୍ରୀଲଙ୍କା ସ୍ଥାନାନ୍ତର କରାଯାଇଥିଲା। ତାଲିବାନ କ୍ଷମତାକୁ ଆସିବା ପରେ ଏହି ସିରିଜ ଉପରେ ମଧ୍ୟ ସଙ୍କଟ ଦେଖାଦେଇଛି।

କହିରଖୁଛୁ, ଆଫଗାନିସ୍ତାନ କ୍ରିକେଟ ବୋର୍ଡ ସିଇଓ ହମିଦ ସିନ୍‌ଓ୍ବାରୀ କହିଛନ୍ତି, ରାଜନୈତିକ ପରିବର୍ତ୍ତନ ପରେ କ୍ରିକେଟ କ୍ଷତିଗ୍ରସ୍ତ ହେବ ନାହିଁ। କାରଣ ତାଲିବାନ ଏହି ଖେଳକୁ ପସନ୍ଦ କରେ। ଏହାକୁ ସମର୍ଥନ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri