Posted inଜାତୀୟ

ଭାରତରେ ବଢ଼ିବ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ, ୧୦।୮: ଆଗାମୀ ଦଶନ୍ଧିଗୁଡ଼ିକରେ ଭାରତରେ ଗ୍ରୀଷ୍ମ ପ୍ରବାହ ବଢ଼ିବା ସହ ଅନାବୃଷ୍ଟି, ଅତିବୃଷ୍ଟି ଦେଖାଦେବ। ଏଥିସହିତ ଦେଶ ଅଧିକ ବାତ୍ୟାର ସମ୍ମୁଖୀନ ହେବ ବୋଲି ଜଳବାୟୁ ପରିବର୍ତ୍ତନ ଉପରେ ଆନ୍ତଃସରକାରୀ କମିଟି (ଆଇପିସିସି) ରିପୋର୍ଟରେ କୁହାଯାଇଛି। ଆଇପିସିସି ଓ୍ବାର୍କିଂ ଗ୍ରୁପ୍‌-୧ ଏହାର ଷଷ୍ଠ ଆକଳନ ରିପୋର୍ଟ ସୋମବାର ପ୍ରକାଶ ପାଇଛି। ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ହାରାହାରି ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖିବାକୁ ସାରା ବିଶ୍ୱ ଉଦ୍ୟମ ଚଳାଇଥିବାବେଳେ ଜାତିସଂଘ ଜଳବାୟୁ ପରିବର୍ତ୍ତନ କମିଟିର ଏହି ରିପୋର୍ଟ ଚିନ୍ତା ବଢ଼ାଇ ଦେଇଛି। ଉକ୍ତ ରିପୋର୍ଟ ଅନୁଯାୟୀ ଆଗାମୀ ୨୦ ବର୍ଷ ମଧ୍ୟରେ ତାପମାତ୍ରା ୧.୫ ଡିଗ୍ରୀ ବୃଦ୍ଧି ପାଇବ କିମ୍ବା ଏହାକୁ ଟପିଯିବ। ଏହାର ପରିଣାମ ସ୍ବରୂପ ଗ୍ରୀଷ୍ମ ଲହର ବଢ଼ିବା ସାଙ୍ଗକୁ ଗ୍ରୀଷ୍ମଋତୁ ଅବଧି ବୃଦ୍ଧି ପାଇବ ଓ ଶୀତଦିନ କମିଯିବ। ସମୁଦ୍ର ପତ୍ତନ ଦ୍ରୁତ ଗତିରେ ବୃଦ୍ଧି ପାଇବ। ଭାରତର ବିଭିନ୍ନ ଅଞ୍ଚଳରେ ଅନୁରୂପ ପ୍ରଭାବ ଅନୁଭୂତ ହେବ। ହିମାଳୟ ଅଞ୍ଚଳରେ ଗ୍ଲେସିୟର ହ୍ରଦଗୁଡ଼ିକ ଅତ୍ୟଧିକ ତରଳିବ ବୋଲି କୁହାଯାଇଛି।
ଜଳବାୟୁ ପରିବର୍ତ୍ତନ ପଛରେ ଥିବା ବିଜ୍ଞାନସମ୍ମତ କାରଣ ଦର୍ଶାଇବା ସହ ଆଇପିସିସି ପ୍ରଥମ ଥର ପାଇଁ ବିଭିନ୍ନ ଅଞ୍ଚଳରେ ହେବାକୁ ଥିବା ପରିବର୍ତ୍ତନର ସବିଶେଷ ବିବରଣୀ ଦେଇଛି। ସାରା ବିଶ୍ୱକୁ ୧୧ଟି ଅଞ୍ଚଳରେ ବିଭକ୍ତ କରି ଜଳବାୟୁ ପରିବର୍ତ୍ତନର ସବିଶେଷ ତଥ୍ୟ ଦିଆଯାଇଛି। ଫଳରେ ଆଗାମୀ ଦିନରେ କେଉଁ ଅଞ୍ଚଳ କିଭଳି ସମସ୍ୟାର ସମ୍ମୁଖୀନ ହେବ ତାହା ଆକଳନ କରିବା ସହଜ ହେବ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ। ଯଦିଓ ରିପୋର୍ଟରେ ନିର୍ଦ୍ଦିଷ୍ଟ ସହର ଭବିଷ୍ୟତରେ ସମ୍ମୁଖୀନ ହେବାକୁ ଥିବା ସମସ୍ୟା ସମ୍ପର୍କରେ ଉଲ୍ଲେଖ କରାଯାଇନାହିଁ ତେବେ ସମୁଦ୍ର ଜଳସ୍ତର ବୃଦ୍ଧି ଯୋଗୁ ଭାରତର ୭,୫୧୭ କିଲୋମିଟର ଉପକୂଳ ଅଞ୍ଚଳ ଏବଂ ମୁମ୍ବାଇ, ଚେନ୍ନାଇ, କୋଚି, କୋଲକାତା, ସୁରଟ, ବିଶାଖାପାଟଣା ଆଦି ବୃହତ୍‌ ବନ୍ଦର ନଗରୀ ପ୍ରଭାବିତ ହେବ।
‘କ୍ଲାଇମେଟ୍‌ ଚେଞ୍ଜ ୨୦୨୧: ଦି ଫିଜିକାଲ ସାଇନ୍ସ ବେସିସ୍‌’ ନାମରେ ପ୍ରକାଶିତ ଏହି ରିପୋର୍ଟକୁ ଭାରତ ସମେତ ୧୯୫ ସରକାର ଏବଂ ବୈଜ୍ଞାନିକମାନେ ଚୂଡ଼ାନ୍ତ କରିଛନ୍ତି। ରିପୋର୍ଟରେ ଭାରତୀୟ ଉପମହାଦେଶ ଅଞ୍ଚଳ ସମ୍ପର୍କରେ କୁହାଯାଇଛି, ଏଠାରେ ଭୂପୃଷ୍ଠ ତାପମାତ୍ରା ୧୮୫୦-୧୯୦୦ ଆଭ୍ୟନ୍ତରୀଣ ପରିବର୍ତ୍ତନ ରେଞ୍ଜ୍‌ ତୁଳନାରେ ବଢ଼ିଛି। ଗ୍ରୀଷ୍ମ ଅତ୍ୟଧିକ ବଢ଼ିବା ସହ ଶୀତ କମିଛି। ଆଗାମୀ ଦଶନ୍ଧିଗୁଡ଼ିକରେ ଏହି ଧାରା ଜାରି ରହିବ। ବିଂଶ ଶତାବ୍ଦୀ ଦ୍ୱିତୀୟାର୍ଦ୍ଧରେ ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଏସିଆରେ ମୌସୁମୀ ଦୁର୍ବଳ ହୋଇପଡ଼ିଥିଲା। ମୁଖ୍ୟତଃ ଏରୋସଲ ଏବଂ ପ୍ରଦୂଷଣ ବୃଦ୍ଧି ଯୋଗୁ ଏଭଳି ସମସ୍ୟା ଦେଖାଦେଇଥିଲା। ସବୁଜ ଗୃହ ବାଷ୍ପ ପ୍ରଭାବ ଓ ଏରୋସଲର ଫଳ ସ୍ବରୂପ ପୂର୍ବ ଏସିଆରେ ମୌସୁମୀ ବର୍ଷା ପ୍ରଭାବିତ ହୋଇଥିଲା। ଆଭ୍ୟନ୍ତରୀଣ ପରିବର୍ତ୍ତନର ପ୍ରଭାବ ଯୋଗୁ ଦକ୍ଷିଣ, ଦକ୍ଷିଣପୂର୍ବ ଏସିଆର ମୌସୁମୀ ଏବଂ ପୂର୍ବ ଏସିଆର ଗ୍ରୀଷ୍ମ ମୌସୁମୀ ସ୍ବଳ୍ପ ମିଆଦିରେ କମ୍‌ ହେବାକୁ ଥିବାବେଳେ ଦୀର୍ଘମିଆଦୀରେ ବୃଦ୍ଧି ପାଇବ। ଏଥିସହିତ ଏହି ଉପମହାଦେଶରେ ଅନାବୃଷ୍ଟି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ବୋଲି ରିପୋର୍ଟରେ କୁହାଯାଇଛି।
ତେବେ ଅଙ୍ଗାରକାମ୍ଳ ଏବଂ ଅନ୍ୟାନ୍ୟ ସବୁଜଗୃହ ବାଷ୍ପ ନିର୍ଗମନକୁ କମାଇପାରିଲେ ଜଳବାୟୁ ପରିବର୍ତ୍ତନକୁ ସୀମିତ କରାଯାଇପାରିବ ବୋଲି ବିଶ୍ୱାସ କରାଯାଉଛି। ଏଥିପାଇଁ ସତାବ୍ଦୀ ମଧ୍ୟଭାଗ ସୁଦ୍ଧା କାର୍ବନ ଡାଇଅକ୍ସାଇଡ୍‌ ନିର୍ଗମନକୁ ଶୂପରେ ପହଞ୍ଚାଇବାକୁ ହେବ। ଏଥିସହିତ ବାୟୁ ପ୍ରଦୂଷକ ଏବଂ ମିଥେନ ଆଦି ଅନ୍ୟାନ୍ୟ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ ପାଇଲେ ସ୍ବାସ୍ଥ୍ୟ ଏବଂ ଜଳବାୟୁ ଉପରେ ଏହାର ଅନୁକୂଳ ପ୍ରଭାବ ପଡ଼ିବ ବୋଲି ଆଇପିସିସି କାର୍ଯ୍ୟକାରୀ ଗ୍ରୁପ୍‌-୧ର ସହ-ଅଧ୍ୟକ୍ଷ ପାନ୍‌ମାଓ ଝାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri