ଭୁବନେଶ୍ୱରରେ ୧୭୧୭ ବର୍ଷାଜଳ ଅମଳ ପ୍ରକଳ୍ପ

ଭୁବନେଶ୍ୱର, ୧୯।୭ (ବ୍ୟୁରୋ): ସହରାଞ୍ଚଳକୁ ଅଧିକରୁ ଅଧିକ ପରିବେଶ ଅନୁକୂଳ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ୧୭୧୭ ବର୍ଷାଜଳ ଅମଳ ପ୍ରକଳ୍ପ କରାଯାଇଛି। ଓଡ଼ିଶା ସରକାରଙ୍କ ‘ମୁଖ୍ୟମନ୍ତ୍ରୀ କର୍ମ ତପତ୍ର ଅଭିଯାନ(ମୁକ୍ତା)’ କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ କରାଯାଇଛି। ଭୂପୃଷ୍ଠ ଜଳସ୍ତର ବୃଦ୍ଧି ସହ କୁଶଳୀ ଓ ଅଣକୁଶଳୀ ଶ୍ରମିକ ତଥା ତୃଣମୂଳ ସ୍ତରର ମହିଳା ଏବଂ ଅନ୍ୟ କେତେକ ବର୍ଗଙ୍କୁ ବେଉସା ଯୋଗାଇବା ଏବଂ ସହରାଞ୍ଚଳର ପରିବେଶଗତ ବିକାଶକୁ ତ୍ୱରାନ୍ବିତ କରିବା ହେଉଛି ‘ମୁକ୍ତା’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।
ସମସ୍ତ ୬୭ ୱାର୍ଡ଼ରେ ବର୍ଷାଜଳ ଅମଳ ପ୍ରକଳ୍ପ କରାଯାଇଛି। ୱାର୍ଡ଼ଗୁଡ଼ିକରେ ଥିବା ବିଭିନ୍ନ ପାର୍କ, ସରକାରୀ ଖୋଲାସ୍ଥାନ, ଅନୁଷ୍ଠାନ ଓ ପଡ଼ିଆଗୁଡିକରେ ଏହି ପ୍ରକଳ୍ପ କରାଯାଇଛି। ଏହାର କାର୍ଯ୍ୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କ ହାତରେ ନ୍ୟସ୍ତ କରାଯାଇଛି। ୨୬୫ ଏସ୍‌ଏଚ୍‌ଜିରୁ ପ୍ରାୟ ୩ହଜାର ସଦସ୍ୟା ଏଥିରେ ସମ୍ପୃକ୍ତ ଅଛନ୍ତି। ଅନୁବନ୍ଧିତ ଏସ୍‌ଏଚ୍‌ଜିରୁ ସଦସ୍ୟା ଚୟନ କରାଯାଇ ପ୍ରକଳ୍ପର ପରିଚାଳନା ଭାର ଦିଆଯାଇଛି। ଏମାନେ ପ୍ରକଳ୍ପ ରୂପାୟନର ଏକ ଅଂଶୀଦାର ଭାବେ ରହିଛନ୍ତି, ଯାହା ଏହି ଯୋଜନାର ଅନ୍ୟତମ ଆଭିମୁଖ୍ୟ। ବର୍ତ୍ତମାନର ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି। ଏପରିସ୍ଥଳେ ‘ମୁକ୍ତା’ କାର୍ଯ୍ୟକ୍ରମ ଅଧୀନରେ ଭୂପୃଷ୍ଠ ଜଳକୁ ଭୂତଳକୁ ଛାଡ଼ିବା ଦ୍ୱାରା ଭୂତଳ ଜଳସ୍ତରର ବୃଦ୍ଧି କରିବାରେ ନିଶ୍ଚିତ ଭାବେ ସହାୟକ ହେବ ହେବ। ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ସଂଖ୍ୟକ ପ୍ରକଳ୍ପ କରାଯାଇଛି। ଏହା ଏକ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ ବୋଲି ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂହ କହିଛନ୍ତି। ଚଳିତବର୍ଷ ଏପ୍ରିଲ୍‌ ୧୩ରୁ ଜୁନ୍‌ ୩୦ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି। ଲକ୍‌ଡାଉନ୍‌ରେ ଏଭଳି ବିକାଶମୂଳକ ତଥା ପରିବେଶ ବନ୍ଧୁ କାର୍ଯ୍ୟକ୍ରମରେ ପ୍ରାୟ ୫୩ ହଜାର ଜଣ ଅଣକୁଶଳୀ ଓ ପ୍ରାୟ ୨୦ ହଜାର କୁଶଳୀ ଶ୍ରମିକ କାମ ପାଇ ସେମାନଙ୍କ ଗୁଜୁରାଣ ମେଣ୍ଟାଇ ପାରିଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୭୩ ହଜାରଟି କାର୍ଯ୍ୟ ଦିବସ ସୃଷ୍ଟି କରାଯାଇ ପାରିଛି ବୋଲି ସିଟି ଇଞ୍ଜିନିୟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri