ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଆଜି

ପୁରୀ ଅଫିସ,୧୯ା୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଲୀଳାଖେଳା ସରି ଆସୁଛି। ଆଉ ଦିନକ ପରେ ମଙ୍ଗଳବାର ଆଡ଼ପମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିିବେ ଚତୁର୍ଦ୍ଧାମୂର୍ତ୍ତି। ସୋମବାର ନବମୀ ସନ୍ଧ୍ୟା ଦର୍ଶନ। ତେବେ କଟକଣା ଯୋଗୁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଭକ୍ତମାନେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନରୁ ବଞ୍ଚିତ ହେବେ। ତେଣୁ ଭକ୍ତଙ୍କ ମନରେ ନିରାଶା ଭାବ ଛାଇଯାଇଛି। ଶରଧାବାଲି ଓ ଗୁଣ୍ଡିଚା ମନ୍ଦିର ଅଞ୍ଚଳରେ ଗହଳଚହଳ ନାହିଁ। ସୋମବାର ପହୁଡ଼ ଆଳତି ପରେ ଦଇତାପତି ସେବାୟତଙ୍କ ଦ୍ୱାରା ବାହୁଡ଼ାଯାତ୍ରା ପାଇଁ ସେନାପଟା ଲାଗି, ବାହୁଟକଣ୍ଟ ଲାଗି ଆଦି ବିଶେଷ ନୀତି କରାଯିବ। ସେହିଭଳି ପହଣ୍ଡି ପାଇଁ କୋଠସୁଆଁସିଆ ସେବାୟତମାନେ ରତ୍ନସିଂହାସନରେ ଚାରମାଳ ବନ୍ଧା କାର୍ଯ୍ୟ ସମ୍ପନ୍ନ କରିବେ। ଅନ୍ୟପକ୍ଷରେ ବାହୁଡ଼ାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ସୋମବାର ମହାପ୍ରଭୁଙ୍କ ସେନାପଟା ଲାଗି ଓ ପହଣ୍ଡି ପାଇଁ ଜନ୍ମବେଦି ତଳେ କୋଠ ସୁଆଁସିଆଙ୍କ ଦ୍ୱାରା ଚାରମାଳ ବନ୍ଧାଯିବ। ମଙ୍ଗଳବାର କଡ଼ା କଟକଣା ଭିତରେ ବାହୁଡ଼ାଯାତ୍ରା ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ...

ନାଁ ନ ନେଇ ଟାର୍ଗେଟ କଲେ ଧର୍ମେନ୍ଦ୍ର, କହିଲେ ନେତୃତ୍ୱ ନେବାକୁ ନବୀନବାବୁ…

ଭୁବନେଶ୍ୱର,୩।୫: ଖବରଦାତା ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରେସମିଟ୍‌ରେ ନାଁ ନ ନେଇ ସେ ନବୀନ ସରକାରଙ୍କୁ ଜବାବ...

ଏତେ କୋଟି ଟଙ୍କାର ମାଲିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହେଲେ ସ୍ତ୍ରୀଙ୍କ ଆୟ…

ଭୁବନେଶ୍ୱର,୩।୫: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ମଇଦାନରେ ପ୍ରଚାର ଜୋରଦାର କଲେଣି ନେତା।ଏହାରି ଭିତରେ ନାମାଙ୍କନ ଦାଖଲ ମଧ୍ୟ ଚାଲିଛି। ନାମାଙ୍କନ ଦାଖଲବେଳେ ନେତାଏ ତାଙ୍କ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ

ହାଟଡିହୀ,୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁକ୍ରବାର ନାମାଙ୍କନପତ୍ର...

ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଭୁବନେଶ୍ୱର,୩।୫: ବଲାଙ୍ଗିର ଜିଲା ଖର୍ଲିକାନୀ ଗାଁର ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା। ଶୁକ୍ରବାର ସକାଳେ ଖର୍ଲିକାନ ଗାଁର ରାସ୍ତା କଡରେ ଛୁଆ କାନ୍ଦିବାର ଶୁଣାଯାଇଥିଲା।...

ଶେଷ ଦୁଇ ପର୍ଯ୍ୟାୟ ପାଇଁ ପ୍ରକାଶ ପାଇଲା ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା

ଭୁବନେଶ୍ୱର,୩।୫: ଆସନ୍ତା ସାଧାରଣ ନିର୍ବାଚନର ଶେଷ ଦୁଇ ପର୍ଯ୍ୟାୟ ପାଇଁ ଶୁକ୍ରବାର ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ଦଳର ସଭାପତି...

ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ

ଭୁବନେଶ୍ୱର,୩।୫: ଅଭିନେତା ଆକାଶ ଦାସ ନାୟକଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଲେ ସ୍ତ୍ରୀ। ଭାଜପା ବିଧାୟକ ପ୍ରାର୍ଥୀ ଆକାଶଙ୍କ ପାଇଁ ଘରକୁ ଘର ବୁଲି ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri