ଜବାବ ଦାଖଲ ଲାଗି ଭଦ୍ରକ, ଯାଜପୁର ଜିଲା ପ୍ରଶାସନର କ୍ଷେତ୍ର ଅନୁଧ୍ୟାନ

ଭଣ୍ଡାରିପୋଖରୀ,୧୦ା୭(ଡି.ଏନ.ଏ.): ବୈତରଣୀ ନଦୀଶଯ୍ୟାରେ ନିର୍ମାଣ ବିରୋଧରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ରେ ଆଗତ ମାମଲାରେ ନୋଟିସ୍‌ର ଜବାବ ଦାଖଲ ପାଇଁ ଶୁକ୍ରବାର ଭଦ୍ରକ ଓ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ କ୍ଷେତ୍ର ଅନୁଧ୍ୟାନ କରାଯାଇଛି। ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଯାଜପୁର ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ, ପାଣିକୋଇଲି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ ପଟ୍ଟନାୟକ, ଯାଜପୁର ମଙ୍ଗଳ ଅଧିକାରୀ ସୁଦର୍ଶନ ପାତ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା, ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଭଦ୍ରକ ଅତିରିକ୍ତ ଜିଲାପାଳ(ରାଜସ୍ବ) ଅରୁଣ ମହାପାତ୍ର, ଉପଜିଲାପାଳ ପୀତାମ୍ବର ସାମଲ, ଭଣ୍ଡାରିପୋଖରୀ ତହସିଲଦାର କ୍ଷୀରୋଦ ପଣ୍ଡା ପ୍ରମୁଖ ଜଗନ୍ନାଥପ୍ରସାଦ ବାଲିପୋଖରୀ ଏସ୍‌କେପ୍‌ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି।
ପ୍ରକାଶ ଯେ, ଯାଜପୁର ଓ ଭଦ୍ରକ ଜିଲାର ଭୌଗୋଳିକ ସୀମା ନିର୍ଦ୍ଧାରଣ କରୁଥିବା ବୈତରଣୀ ଆଖୁଆପଦା ଆନିକଟଠାରୁ ଅନତି ଦୂରରେ ଯାଜପୁର ପାର୍ଶ୍ୱ ନଦୀଶଯ୍ୟାରେ ରହିଛି ଶାଖା ନଦୀ ‘କୁସି’। କୁସି ନଦୀ ମୁହାଣ ଶଙ୍ଖାରିମୁହିଁକୁ କଂକ୍ରିଟ ବନ୍ଧ ଦ୍ୱାରା ଅବରୋଧ କରାଯିବା ସହ ଶେଷ ସୀମା ବାରୁଣୀ ଘାଟ ପର୍ଯ୍ୟନ୍ତ କଂକ୍ରିଟ କାନ୍ଥ ଦ୍ୱାରା ସୁରକ୍ଷା ଦିଆଯାଇଛି। ସେହିପରି ବୈତରଣୀ ଡାହାଣ ଓ ବାମପାର୍ଶ୍ୱ ନଦୀଶଯ୍ୟାରେ ଥିବା ପଣସା ଓ ଅନ୍ୟ ବସ୍ତିକୁ ସୁଦୃଢ଼ ଘେରିବନ୍ଧ ଦ୍ୱାରା ସୁରକ୍ଷା ଦିଆଯାଇଛି। ଏହି ନିର୍ମାଣ କାର୍ଯ୍ୟରେ ଜଳ ସମ୍ପଦ ବିଭାଗ ବଦଳରେ ପୂର୍ତ୍ତ ବିଭାଗକୁ ନିୟୋଜିତ କରାଯାଇଥିବା ବେଳେ ପରିବେଶ ମଞ୍ଜୁର ନିଆଯାଇ ନାହିଁ। ଶଙ୍ଖାରିମୁହିଁ ଅପରପାର୍ଶ୍ୱରେ ରହିଛି ବାଲିପୋଖରୀ ଏସ୍‌କେପ୍‌। ଡାହାଣପାର୍ଶ୍ୱରେ ବନ୍ୟା ଜଳକୁ ସଙ୍କୁଚିତ କରାଯାଇ ବାମପାର୍ଶ୍ୱ ବାଲିପୋଖରୀ ଏସ୍‌କେପ ମଧ୍ୟ ଦେଇ ନଦୀର ସବୁ ବନ୍ୟାଜଳ ପ୍ରବାହ ପାଇଁ ଷଡ଼ଯନ୍ତ୍ର କରାଯାଇଛି। ଏ ସମ୍ପର୍କରେ ଏନ୍‌ଜିଟିର କୋଲକାତା ବେଞ୍ଚରେ ଆବେଦନକାରୀ ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ଆବାହକ ଡ. ସୁଧୀର ଜେନାଙ୍କ ଉପସ୍ଥିତିରେ ମାମଲା କରାଯାଇଥିଲା। ଗତ ଜୁନ ୧୦ରେ ଏହି ମାମଲାର ଶୁଣାଣି କରାଯାଇ ଭଦ୍ରକ, ଯାଜପୁର ଜିଲାପାଳ, ରାଜ୍ୟ ଜଳ ସମ୍ପଦ, ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରାଯାଇଥିଲା। ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ଉଭୟ ଜିଲା ପ୍ରଶାସନ ମିଳିତ ଅନୁଧ୍ୟାନ କରିବା ସମୟରେ ଆବେଦନକାରୀଙ୍କ ପକ୍ଷରୁ ୧୯ ଦଫା ସମ୍ବଳିତ ପତ୍ର ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

ଅଷ୍ଟ୍ରେଲିଆ ଆତଙ୍କବାଦୀ ଆକ୍ରମଣ ସହ ଭାରତୀୟ ପାସପୋର୍ଟ ମଧ୍ୟରେ କ’ଣ ରହିଛି ସମ୍ପର୍କ? ନୂଆ ତଥ୍ୟକୁ ନେଇ ହଇଚଇ

ସିଡନୀ,୧୬।୧୨: ଅଷ୍ଟ୍ରେଲିଆରେ ଯିହୁଦୀ ସମ୍ପ୍ରଦାୟକୁ ଟାର୍ଗେଟ କରି ହୋଇଥିବା ବଣ୍ଡି ଆତଙ୍କବାଦୀ ଆକ୍ରମଣର ତଦନ୍ତ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଫିଲିପାଇନ୍ସ ସରକାର...

ଓଡ଼ିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ଉଦଘାଟିତ

ବଲାଙ୍ଗୀର, ୧୬।୧୨ (ବୀରେନ୍ଦ୍ର କୁମାର ଝାଙ୍କର)- ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ଠାରେ ମଙ୍ଗଳବାର ଓଡିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ମ୍ୟାଚ ଉଦଘାଟିତ ହୋଇଛି।...

ସୁନା ଦୋକାନୀ ଗହଣା ଭର୍ତ୍ତି ବ୍ୟାଗ ଘରେ ଥୋଇ ଯାଇଥିଲେ ବଜାର: ଆସିଲା ବେଳକୁ …

କେନ୍ଦୁଝର,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନାରୁ ପ୍ରାୟ ଅଧ କି.ମି. ଦୂରରେ ସୋମବାର ରାତିରେ ଜଣେ ଗହଣା ବ୍ୟବସାୟୀ ସଞ୍ଜୟ ରାଣାଙ୍କ ଘରୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଗଲା ଟ୍ରକ: ଆଉ ତା’ପରେ…

ବଲାଙ୍ଗିର,୧୬/୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ୨୬ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ଟ୍ରାଫିକ ଛକ ଡିଭାଡିଅରରେ ଭାରସାମ୍ୟ ହରାଇ ଏକ ଟ୍ରକ ଚଢ଼ି ଯାଇଛି...

ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…

ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri