ଅଣ୍ଡର ବାଇପାସ୍‌ରେ ଆଣ୍ଠୁଏ ପାଣି

ପରଜଙ୍ଗ, ୭।୭(ଡି.ଏନ୍‌.ଏ.) – ରେଳପଥ ପାଇଁ ସମୃଦ୍ଧ ହୁଏ ଅଞ୍ଚଳର ଅର୍ଥନୈତିକ ଅବସ୍ଥା। ଦ୍ରୁତ ଗମନାଗମନ ପାଇଁ ବାଟ ଫିଟେ। ଶିଳ୍ପାୟନ ପାଇଁ ସୃଷ୍ଟି ହୁଏ ସୁଯୋଗ। ହେଲେ ଦୀର୍ଘକାଳୀନ ଭିତ୍ତିରେ ଗଢ଼ାଯାଉଥିବା ରେଳପଥ ପ୍ରକଳ୍ପ ନିର୍ମାଣରେ ସାମାନ୍ୟ ତ୍ରୁଟିବିଚ୍ୟୁତି ହେଲେ ଏହା ଅଞ୍ଚଳବାସୀଙ୍କ ପାଇଁ ପାଲଟିଯାଏ ବୋଝ, ଯାହା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଦେଇ ଯାଉଥିବା ନୂତନ ଅନୁଗୋଳ-ସୁକିନ୍ଦା ରେଳପଥ କାର୍ଯ୍ୟରେ।
ଅଞ୍ଚଳବାସୀଙ୍କ କହିବା କଥା, ପଙ୍ଗାତୀରା-ବଡ଼କମର ପୂର୍ତ୍ତ ବିଭାଗ ରାସ୍ତାକୁ ଗଣ୍ଡତଇଲାଠାରେ ଅତିକ୍ରମ କରିଛି ଅନୁଗୋଳ-ସୁକିନ୍ଦା ରେଳପଥ। ତେବେ ଏଠାରେ ନିର୍ମାଣ କରାଯାଇଥିବା କମ୍‌ ଉଚ୍ଚତା ବିଶିଷ୍ଟ ରେଲ୍‌ଓ୍ବେ ରୋଡ୍‌ ଅଣ୍ଡର ବାଇପାସ୍‌ ଯୋଗୁ ଘାଣ୍ଟି ହେଉଛନ୍ତି ଜନସାଧାରଣ। ସାମାନ୍ୟ ବର୍ଷା ହେଲେ ବାଇପାସ୍‌ ରାସ୍ତା ବ୍ରିଜ୍‌ ତଳେ ଆଣ୍ଠୁଏ ପାଣି ଜମୁଛି। ସେହିପରି ଯୋଜନାହୀନ ଭାବେ ନିର୍ମାଣ କରାଯାଉଥିବା ସଂକୀର୍ଣ୍ଣ ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ହାନିହେଉଛି। ରେଳପଥ ନିର୍ମାଣ ପୂର୍ବରୁ ଭବିଷ୍ୟତରେ ସ୍ଥାନୀୟ ବାସିନ୍ଦା ଭୋଗିବାକୁ ଥିବା ସମସ୍ୟା ସମ୍ପର୍କରେ ଅନୁମାନ କରାଯାଉଥିଲା। ଏ ସଂକ୍ରାନ୍ତରେ ବରିଷ୍ଠ ଭାଜପା ନେତା ରୁଦ୍ରନାରାୟଣ ପାଣି, ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିଲାପାଳଙ୍କ ସମେତ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଚିଠି ଲେଖିଥିଲେ। ହେଲେ ରେଲଓ୍ବେ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଲେନାହିଁ। ଫଳରେ କନ୍ଦରସିଂହା, ରୋଡ୍‌, ସାଆନ୍ଦା, ଚାନ୍ଦପୁର, କୁମୁସୀ, ପାଟରପଦା ପଞ୍ଚାୟତବାସୀଙ୍କ ସମେତ ଢେଙ୍କାନାଳକୁ ଯାତାୟାତ କରୁଥିବା ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି।
ଅନ୍ୟପଟେ ଉକ୍ତ ରେଳପଥ ନିର୍ମାଣ ଦାୟିତ୍ୱ ଆର୍‌ବିଏନ୍‌ଏଲ୍‌ ସଂସ୍ଥା ପାଇଛି। ହେଲେ ଏହି ସଂସ୍ଥାଠାରୁ ଏସ୍‌ସିଡବ୍ଲ୍ୟୁ ନାମକ ଅନ୍ୟ ଏକ ସଂସ୍ଥା ଦାୟିତ୍ୱ ନେଇଛି। ଏସ୍‌ସିଡବ୍ଲ୍ୟୁ କିଛି କାର୍ଯ୍ୟ ନିଜେ କରୁଥିବାବେଳେ ଅନ୍ୟ କେତେକ କାର୍ଯ୍ୟ ଠିକାଦାରଙ୍କ ଦ୍ୱାରା କରାଉଛି। ଠିକାଦାରଙ୍କ ଖାମଖିଆଲ ମନୋଭାବ ଏବଂ ଦୂରଦୃଷ୍ଟିର ଅଭାବ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଗ୍ରାମବାସୀ କହିଛନ୍ତି। ଅପରପକ୍ଷେ ରେଳ ବିଭାଗ ମାଟି ପକାଇ ପୂର୍ତ୍ତ ବିଭାଗ ରାସ୍ତାକୁ ବନ୍ଦ କରିଦେଇଛି। ବ୍ରିଜ୍‌ ଉଚ୍ଚତା ଅତି କମ୍‌ ହୋଇଥିବାରୁ ଭାରିଯାନ ଚଳାଚଳ କରିପାରୁନାହିଁ। ଅଣ୍ଡରପାସ୍‌ ଦେଇ ପୂର୍ତ୍ତ ବିଭାଗର ଦୁଇପାର୍ଶ୍ୱକୁ ସଂଯୋଗକାରୀ ରାସ୍ତା ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଛି। ଫଳରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ଏହାର ସ୍ଥାୟୀ ପ୍ରତିକାର ନ ହେଲେ ଆଗାମୀ ଦିନରେ ଲକ୍ଷାଧିକ ଲୋକଙ୍କ ଜୀବନଜୀବିକା ବିପନ୍ନ ହେବେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏ ସଂକ୍ରାନ୍ତରେ ଏସ୍‌ସିଡବ୍ଲ୍ୟୁ କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ଶେଖର ରେଡ୍ଡୀ କୁହନ୍ତି, ବର୍ଷାଦିନେ କେତେ ପାଣି ଜମୁଛି ତାହା ଆକଳନ କରାଯାଉଛି। ଆସନ୍ତା ବର୍ଷ ଅଣ୍ଡରପାସ୍‌ ରାସ୍ତାରେ କଂକ୍ରିଟ ପକାଇ ଅଧିକ ଉଚ୍ଚା କରିଦେବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri