ବଗ୍‌ରାମ ଛାଡ଼ିଲେ ଆମେରିକା ସୈନ୍ୟ

କାବୁଲ,୩ା୭: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରୁ କିଛି ସମୟ ଧରି ଆମେରକୀୟ ସେନା ପର୍ଯ୍ୟାୟକ୍ରମେ ସ୍ବଦେଶକୁ ଫେରିବାରେ ଲାଗିଛନ୍ତି। ଏହି କ୍ରମରେ ବଗ୍‌ରାମ ବାୟୁସେନା ଘାଟିରୁ ଆମେରିକା ଓ ନାଟୋ ସୈନ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଫଗାନ ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ବଳକୁ ଉକ୍ତ ଏୟାରଫିଲ୍ଡ ସମ୍ପୂଣ୍ଣର୍‌ ରୂପେ ହସ୍ତାନ୍ତର କରାଯାଇଛି।
ଏହି ଅଞ୍ଚଳ ୨୦ ବର୍ଷ ଧରି କଠୋରପନ୍ଥୀଙ୍କ ବିରୋଧରେ ଲଢ଼େଇର କେନ୍ଦ୍ରସ୍ଥଳ ରହି ଆସିଥିଲା। ଆମେରିକା ଓ ନାଟୋ ସୈନ୍ୟଙ୍କ ପ୍ରତ୍ୟାହାର ଆଫଗାନିସ୍ତାନରୁ ଖୁବ୍‌ ଶୀଘ୍ର ସମସ୍ତ ବିଦେଶୀ ସୈନ୍ୟ ଫେରିଯିବେ ବୋଲି ଦର୍ଶାଉଛି। କିନ୍ତୁ ରାଜଧାନୀ କାବୁଲର ଉତ୍ତରରେ ଥିବା ଏହି ବିସ୍ତୃତ ସେନା ଘାଟିରୁ ସୈନ୍ୟ ପ୍ରତ୍ୟାହାର ଦେଶର ବିଭିନ୍ନ ପ୍ରାନ୍ତରେ ତାଲିବାନକୁ ଶକ୍ତି ବୃଦ୍ଧି ପାଇଁ ସୁଯୋଗ ଦେଇପାରେ।
୩ ହଜାର ଲୋକଙ୍କ ଜୀବନ ନେଇଥିବା ୯/୧୧ ଓ୍ବାଲର୍‌ଡ ଟ୍ରେଡ୍‌ ସେଣ୍ଟର ଆକ୍ରମଣର ୧୦ ବର୍ଷ ପୂର୍ତ୍ତି (ଆସନ୍ତା ସେପ୍ଟେମ୍ବର ୯) ସୁଦ୍ଧା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପୂର୍ବରୁ ଘୋଷଣା କରିସାରିଛନ୍ତି। ଅଲ୍‌-କାଏଦା ପକ୍ଷରୁ ଏହି ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା। ତାଲିବାନଠାରୁ ସହାୟତା ପାଇ ଅଲ୍‌-କାଏଦା ଆଫଗାନିସ୍ତାନରେ ସକ୍ରିୟ ଥିଲା। ଏହି ଆକ୍ରମଣ ପରେ ଆମେରିକା ନେତୃତ୍ୱାଧୀନ ନାଟୋ ସେନା ଆଫଗାନିସ୍ତାନରେ ଉଭୟ ତାଲିବାନ ଓ ଅଲ୍‌-କାଏଦା ଆତଙ୍କବାଦୀଙ୍କୁ ପରାଜିତ କରିଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଲଢ଼େଇରେ ଅନେକ ଜୀବନ ଯାଇଥିଲା। ଏଥିରେ ଆମେରିକା ପକ୍ଷରୁ ବିପୁଳ ଅର୍ଥ ବ୍ୟୟ କରାଯାଇଥିଲା। ଆମେରିକା ଏବେ ଯୁଦ୍ଧ ଶେଷ କରିବାକୁ ଚାହୁଁଛି। ଆଫଗାନିସ୍ତାନରେ ୨୫୦୦-୩୦୦୦ ଆମେରିକୀୟ ସୈନ୍ୟ ଅଛନ୍ତି। ନାଟୋର ୭,୦୦୦ ସୈନ୍ୟଙ୍କ ସହ ଆମେରିକୀୟ ସୈନ୍ୟ ଫେରିଯିବା ପରେ ଆଫଗାନିସ୍ତାନରେ ୧ ହଜାରରୁ ବି କମ୍‌ ବିଦେଶୀ ସୈନ୍ୟ ରହିବେ। ଇତିମଧ୍ୟରେ ଆଫଗାନିସ୍ତାନରେ ତାଲିବାନର ପ୍ରଭାବ ବଢ଼ିବାରେ ଲାଗିଛି। ବିଦେଶୀ ସେନାର ପ୍ରତ୍ୟାବର୍ତ୍ତନକୁ ନେଇ ଉତ୍ସାହିତ ତାଲିବାନ ୫୦ରୁ ଊର୍ଦ୍ଧ୍ୱ ଜିଲାକୁ ଦଖଲ କରିସାରିଛି। ଫଳରେ ଦେଶରେ ଗୃହଯୁଦ୍ଧ ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି।

ବଗ୍‌ରାମ ଘାଟିର ଗୁରୁତ୍ୱ

୧୯୮୦ରେ ସୋଭିଏଟ୍‌ ୟୁନିୟନ୍‌ ଦଖଲ ବେଳେ ବଗ୍‌ରାମ ବାୟୁସେନା ଘାଟି ନିର୍ମାଣ କରାଯାଇଥିଲା। ନିକଟରେ ଥିବା ଏକ ଗ୍ରାମର ନାଁ ଅନୁସାରେ ଏହାର ନାମକରଣ କରାଯାଇଥିଲା। ରାଜଧାନୀ କାବୁଲର ୪୦ କି.ମି. ଉତ୍ତରରେ ଏହା ଅବସ୍ଥିତ। ଆମେରିକୀୟ ସେନା ୨୦୦୧ରେ ଏଠାରେ ପାଦ ଥାପି ଏହାକୁ ଆହୁରି ବଡ଼ ସାମରିକ ଘାଟିରେ ପରିଣତ କରିଥିଲା। ଘାଟିରେ ଏକସଙ୍ଗେ ପ୍ରାୟ ୧୦ ହଜାର ସୈନ୍ୟ ରହିପାରିବେ। ଏଠାରେ ଦୁଇଟି ରନ୍‌ଓ୍ବେ ରହିଛି। ନିକଟରେ ନିର୍ମିତ ୩.୬ କି.ମି. ବିସ୍ତୃତ ରନ୍‌ଓ୍ବେ’ରେ ବଡ଼ କାର୍ଗୋ ଓ ଏୟାରକ୍ରାଫ୍ଟ ଅବତରଣ କରିପାରିବ। ପାର୍କିଂ ପାଇଁ ଏଠାରେ ୧୧୦ଟି ସ୍ଥାନ ରହିଛି, ଯାହା ବିସ୍ଫୋରଣ ନିରୋଧୀ ପ୍ରାଚୀର ଦ୍ୱାରା ସୁରକ୍ଷିତ। ସେହିପରି ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ୩ ଥିଏଟର ଓ ଏକ ଅଧୁନିକ ଦାନ୍ତ କ୍ଲିନିକ ମଧ୍ୟ ଏଠାରେ ରହିଛି। ଯୁଦ୍ଧବନ୍ଦୀଙ୍କୁ ରଖିବା ପାଇଁ ଉକ୍ତ ଘାଟିରେ ଏକ ଜେଲ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଁମାର ସେନାର ଏୟାର ଷ୍ଟ୍ରାଇକ୍‌ରେ ହସ୍ପିଟାଲ ଧ୍ୱଂସ: ୩୪ ରୋଗୀ, ମେଡିକାଲ କର୍ମଚାରୀଙ୍କ ମୃତ୍ୟୁ

ୟାଙ୍ଗୋନ୍,୧୧ା୧୨: ମ୍ୟାଁମାରରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ସେନା ପକ୍ଷରୁ କରାଯାଇଥିବା ଏକ ଏୟାର ଷ୍ଟ୍ରାଇକ୍‌ରେ ଏକ ହସ୍ପିଟାଲ୍ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି। ଆରାକାନ୍ ଆର୍ମି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ଆମେରିକାରେ ରହଣି ସମୟରେ ସନ୍ତାନ ଜନ୍ମ କଲେ ଭିସା ବାତିଲ, ପ୍ରଭାବିତ ହେବେ ଅନେକ ଭାରତୀୟ

ନୂଆଦିଲ୍ଲୀ,୧୧ା୧୨: ଆମେରିକାରେ ନାଗରିକତ୍ୱ ହାସଲ କରିବା ପାଇଁ ‘ଜନ୍ମ ପର୍ଯ୍ୟଟନ’କୁ ବନ୍ଦ କରିବା ଲକ୍ଷ୍ୟରେ ଆମେରିକା ଭିସା ନିୟମକୁ କଡ଼ାକଡ଼ି କରିଛି। ଭାରତରେ ଥିବା ଆମେରିକା...

ଗୋଲ୍ଡ କାର୍ଡ ଲଞ୍ଚ୍‌କଲେ ଟ୍ରମ୍ପ୍‌: ଜାଣନ୍ତୁ…

ଓ୍ବାଶିଂଟନ୍‌,୧୧ା୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ୧ ନିୟୁତ ଡଲାର ମୂଲ୍ୟର ‘ଟ୍ରମ୍ପ୍‌ ଗୋଲ୍ଡ କାର୍ଡ’ ଲଞ୍ଚ୍‌ କରିଛନ୍ତି। ଏହି ଭିଜା କାର୍ଯ୍ୟକ୍ରମ ଆପ୍ରବାସୀଙ୍କୁ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri