ପଦୋନ୍ନତିକୁ ହଁ, ବଦଳିକୁ ନା

କଟକ ଅଫିସ,୨୮।୬: କଟକ କମିଶନରେଟ ପୋଲିସର ପଦୋନ୍ନତି ଓ ବଦଳିରେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। କମିଶନରେଟ ପୋଲିସରେ କାର୍ଯ୍ୟରତ ଅଧିକାରୀଙ୍କ କଟକ ପ୍ରୀତି ଛାଡୁ ନାହିଁ। ଇତିମଧ୍ୟରେ କେତେଜଣ ଥାନା ଅଧିକାରୀଙ୍କ ଅଦଳବଦଳ ପ୍ରକ୍ରିୟା ସରିଥିବାବେଳେ ଆଉ କେତେଜଣ ପଦୋନ୍ନତି ପାଇ ମଧ୍ୟ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି। ସୂଚନାନୁଯାୟୀ, ଟ୍ରାଫିକ୍‌ ଏସିପି ପଦ ଗତ ୩ମାସ ହେଲା ଖାଲି ପଡ଼ିଛି। ସମ୍ପ୍ରତି ଜୋନ୍‌ ୩ ଏସିପିଙ୍କ ବଦଳି ପରେ ସେହି ସ୍ଥାନ ମଧ୍ୟ ଖାଲି ରହିଛି। ତେବେ ଜୋନ-୬ ଏସିପି ଶୁଭନାରାୟଣ ମୁଦୁଲିଙ୍କୁ ଜୋନ୍‌ ୩ର ଅତିରିକ୍ତ ଦୟିତ୍ୱ ଦିଆଯାଇଛି। ସେହିପରି ଚାଉଳିଆଗଞ୍ଜ ଥାନା ଅଧିକାରୀ ତାପସ ପ୍ରଧାନ ଏସିପି ପଦକୁ ପଦୋନ୍ନତି ପାଇ ମଧ୍ୟ ସେଠାରେ କାର୍ଯ୍ୟରତ ଅଛନ୍ତି। ପୁରୀ ଘାଟ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କ ପଦୋନ୍ନତି ହୋଇ ଜଗତ୍‌ସିଂହପୁରକୁ ଡିଏସପି ଭାବେ ବଦଳି ହୋଇଛି। ତେବେ ଉଭୟ ଅଧିକାରୀ ନିଜର ବରିଷ୍ଠତା ବଜାୟ ରଖିବା ପାଇଁ ପଦୋନ୍ନତିକୁ ଗ୍ରହଣ କରିଥିବାବେଳେ ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହ ସିଡିଏ ଫେଜ୍‌-୨ ଥାନାରେ ସନ୍ଧ୍ୟାରାଣୀ ସିଂ ଓ କନ୍ଦରପୁର ଥାନାରେ ମାସାଧିକ କାଳ ଜଣେ ଏସ୍‌ଆଇଙ୍କୁ ଥାନା ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ତେବେ କନ୍ଦରପୁର ଥାନା ଅଧିକାରୀ ଭାବେ ଦାୟିତ୍ୱରେ ଥିବା ଏସ୍‌ଆଇଙ୍କର ଇତିମଧ୍ୟରେ ପଦୋନ୍ନତି ସହ ସୁନ୍ଦରଗଡ଼କୁ ବଦଳି ହୋଇଯାଇଛି। ଏଣୁ ଏହି ଥାନା ଅଧିକାରୀ ପଦ ମଧ୍ୟ ଖାଲି ରହିଛି। ଅପରପକ୍ଷେ ଚୌଦ୍ୱାର ଥାନାରେ ଅତିରିକ୍ତ ଥାନା ଅଧିକାରୀ ଭାବେ ବିପିନି ବିହାରୀ ଓତା ରହିଥିବାବେଳେ ସଦର ଥାନାରେ ଅତିରିକ୍ତ ଆଇଆଇସି ଭାବେ ଅନିତା ସାହୁ ଏବଂ ଡିଆଇବିରେ ଗଙ୍ଗାଧର ଶାସିନ କାର୍ଯ୍ୟରତ ଅଛନ୍ତି। ଏସବୁ ଥାନାରେ ଆଇଆଇସି ଥିବାବେଳେ ଅତିରିକ୍ତ ଆଇଆଇସିଙ୍କୁ ଅବସ୍ଥାପିତ କରାଯାଇଛି। ତାପସ ପ୍ରଧାନଙ୍କୁ ଏସିପି ଭାବେ ପଦୋନ୍ନତି ଦିଆଯାଇଥିବାବେଳେ କମିଶନରେଟ ପୋଲିସରେ ଖାଲିଥିବା ଦୁଇଟି ଏସିପି ପଦ ମଧ୍ୟରୁ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇନାହିଁ। କଟକ କମିଶନରେଟ ପୋଲିସରେ ଏଭଳି ଅବ୍ୟବସ୍ଥା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ପୁରୀଘାଟ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ କହିଛନ୍ତି, ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବାକୁ ଏପର୍ଯ୍ୟନ୍ତ କେହି ଆସି ନ ଥିବାରୁ ସେ ଏଠାରେ ରହିଛନ୍ତି। ରିଲିଭର ଆସିଲେ ସେ ନିଜ ବଦଳି ସ୍ଥାନକୁ ଚାଲିଯିବେ।
ଡିସିପି ପ୍ରତୀକ୍‌ ସିଂ କହିଛନ୍ତି, ପଦୋନ୍ନତି ଓ ବଦଳି ହେଉଛି ପୋଲିସ ବିଭାଗର ଏକ ନିୟମିତ ପ୍ରକ୍ରିୟା। ପଦୋନ୍ନତି ପାଇଥିବା କେତେଜଣ ଅଧିକାରୀଙ୍କର ବଦଳି ପ୍ରକ୍ରିୟା ସରିଥିବାବେଳେ ଅନ୍ୟମାନଙ୍କର ମଧ୍ୟ ଯଥାଶୀଘ୍ର ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri