ପୁରା ବିମାନରେ ଏକମାତ୍ର ଯାତ୍ରୀ; ଅମୃତସରରୁ ଦୁବାଇ ଯିବା ବେଳେ ‘ମହାରାଜା’ଙ୍କ ଭଳି ଲାଗୁଥିଲା ବୋଲି କହିଲେ…

ଅମୃତସର: ଅମୃତସରରୁ ୟୁଏଇକୁ ଏକାକୀ ଯାତ୍ରା। ଏହାକୁ ନେଇ ଚର୍ଚ୍ଚାରେ ସଂଯୁକ୍ତ ଆରବ ଏମିରେଟ୍ସରେ ରହୁଥିବା ଭାରତୀୟ ବ୍ୟବସାୟୀ ଏସ୍‌ପି ସିଂହ ଓବରୟ। ଏହି ଯାତ୍ରା ତାଙ୍କ ପାଇଁ ସ୍ମରଣୀୟ ପାଲଟିଥିବା ବେଳେ ସେ ନିଜେ ‘ମହାରାଜା’ ଭଳି ଅନୁଭବ କରିଥିବା ପ୍ରକାଶ କରିଛନ୍ତି।

ଜୁନ୍‌ ୨୩ ବୁଧବାର ସକାଳ ପ୍ରାୟ ୪ଟା ସମୟରେ ଅମୃତସରରୁ ଦୁବାଇ ଅଭିମୁଖେ ଏକ ଏୟାର ଇଣ୍ଡିଆ ବିମାନ (ଏଆଇ-୯୨୯)ରେ ସେ ବସିଥିଲେ। ସେ ଯେତେବେଳେ ବିମାନରେ ଚଢ଼ିଲେ ସେତେବେଳେ ବିମାନରେ ଏକମାତ୍ର ଯାତ୍ରୀ ବୋଲି ସେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏତେବଡ଼ ବିମାନରେ ଏକାକୀ ଯାତ୍ରୀ ଥିବାରୁ ଭାଗ୍ୟବାନ ବୋଲି ସେ ମନେ କରିଥିଲେ। ଏଣୁ ଯାତ୍ରା ସମୟରେ ସେ ମହାରାଜାଙ୍କ ଭଳି ଅନୁଭବ କରିଥିଲେ। କାରଣ କର୍ମଚାରୀମାନେ ତାଙ୍କୁ ଭଲ ବ୍ୟବହାର କରିଥିଲେ। ପରେ ଖାଲି ବିମାନ ଭିତରେ ତାଙ୍କର ଫଟୋ ମଧ୍ୟ ଉଠାଯାଇଥିଲା।

ହେଲେ ପରବର୍ତ୍ତୀ ସମୟରେ ସେ ସହଯାତ୍ରୀଙ୍କ ଉପସ୍ଥିତିକୁ ଝୁରି ହୋଇଥିଲେ। ସେମାନଙ୍କ ବିନା ଯାତ୍ରା କିଛି ସମୟରେ କ୍ଳାନ୍ତ କରିଦେଇଥିଲା। ଏପରିକି ସେ ସମୟ ଅତିବାହିତ କରିବାକୁ ବିମାନର ସିଟ୍‌ ଏବଂ ଝରକା ସଂଖ୍ୟା ଗଣିଥିଲେ।
ଯଦି ଆଗାମୀ ଦିନରେ କେବେ ଏକାକୀ ଯାତ୍ରା କରିବାର ସୁଯୋଗ ମିଳେ ସେ କ’ଣ କରିବେ ବୋଲି ତାଙ୍କୁ ପଚରାଯାଇଥିଲା। ଏପରି କରିବାକୁ ସେ ମନା କରିଦେଇଥିଲେ। ଜୀବନରେ ଥରୁଟିଏ ଏଭଳି ଅଭିଜ୍ଞତା ଭଲ, କିନ୍ତୁ ଏହା ବିରକ୍ତିକର ମଧ୍ୟ। ପଞ୍ଜାବରୁ ବିମାନରେ ଯାଉଥିବା ଯାତ୍ରୀ ସାଧାରଣତଃ ବିମାନ ଉଡାଣ ଏବଂ ଅବତରଣ ସମୟରେ ‘ଜୋ ବୋଲେ ସୋ ନିହାଲ’ ଏବଂ ଶତ ଶ୍ରୀ ଅକାଲ’ କହିଥାନ୍ତି। ଏହାକୁ ସେ ବହୁତ ମନେ ପକାଇଲେ ବୋଲି କହିଛନ୍ତି।

ତେବେ ଓବରୟଙ୍କୁ ପ୍ରଥମେ ଏୟାର ଇଣ୍ଡିଆ ପକ୍ଷରୁ ବିମାନରେ ଯିବାକୁ ଅନୁମତି ଦେବାକୁ ମନା କରାଯାଇଥିଲା। କିନ୍ତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ସେମାନଙ୍କୁ ଏହା କରିବାକୁ ଅନୁମତି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri