Posted inଖେଳ

ପର୍ତ୍ତୁଗାଲ-ଫ୍ରାନ୍ସ ମ୍ୟାଚ୍‌ ଡ୍ର: ରୋନାଲ୍ଡୋ ରେକର୍ଡ ସମକକ୍ଷ

ବୁଦାପେଷ୍ଟ,୨୫।୬: ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ରାଉଣ୍ଡ ଅଫ୍‌ ୧୬ କାର୍ଯ୍ୟସୂଚୀ ସ୍ପଷ୍ଟ ହୋଇଛି। ଶନିବାରଠାରୁ ନକ୍‌ଆଉଟ ପର୍ଯ୍ୟାୟ ଆରମ୍ଭ ହେବ। ଗ୍ରୁପ୍‌ ଏଫ୍‌’ରେ ପର୍ତ୍ତୁଗାଲ ଓ ଫ୍ରାନ୍ସ ମଧ୍ୟରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ ୨-୨ ଗୋଲରେ ଅମୀମାଂସିତ ରହିଛି। ଡିଫେଣ୍ଡିଂ ଚାମ୍ପିୟନ ପର୍ତ୍ତୁଗାଲ ତରଫରୁ ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ପେନାଲ୍ଟି ଜରିଆରେ ଦୁଇଟି ଗୋଲ ସ୍କୋର କରିଥିଲେ। ଏଥିସହ ରୋନାଲ୍ଡୋ ନିଜ ଦେଶ ପାଇଁ ୧୦୯ଟି ଗୋଲ ସ୍କୋର କରି ରେକର୍ଡ ନିକଟତର ହୋଇଛନ୍ତି। ପୂର୍ବତନ ଇରାନ ଷ୍ଟ୍ରାଇକର ଅଲି ଡାଏଇଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ରୋନାଲ୍ଡୋ। ଏଥିସହ ପର୍ତ୍ତୁଗାଲ ଗ୍ରୁପ୍‌ ଏଫ୍‌ରେ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏ ବିଜୟ, ଡ୍ର ଓ ପରାଜୟ ସହ ୪ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିବା ସହ ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଛି। ଅନ୍ୟପଟେ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ୨ଟି ଡ୍ର ସହ ୫ ପଏଣ୍ଟ ହାସଲ କରି ଗ୍ରୁପ୍‌ ଏଫ୍‌ର ଶୀର୍ଷରେ ରହି ନକ୍‌ଆଉଟକୁ ଉଠିଛି। ରାଉଣ୍ଡ ଅଫ୍‌ ୧୬ରେ ପର୍ତ୍ତୁଗାଲ ସୋମବାର ୨୮ ତାରିଖରେ ବେଲ୍‌ଜିୟମକୁ ଭେଟିବ। ସେହିପରି ଫ୍ରାନ୍ସ ମଙ୍ଗଳବାର ୨୯ ତାରିଖରେ ପ୍ରି- କ୍ୱାର୍ଟରରେ ସୁଇଜରଲାଣ୍ଡକୁ ଭେଟିବ।
ସ୍ଥାନୀୟ ଫେରେଙ୍କ ପୁକାସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଫ୍ରାନ୍ସ ତରଫରୁ କରିମ ବେଞ୍ଜେମା ମଧ୍ୟ ରୋନାଲ୍ଡୋଙ୍କ ଭଳି ଦୁଇଟି ଗୋଲ ଦେଇଥିଲେ। ସେ ପ୍ରଥମାର୍ଦ୍ଧ ଇଞ୍ଜୁରି ଟାଇମର ଦ୍ୱିତୀୟ ମିନିଟ୍‌ରେ ପେନାଲ୍ଟି ଜରିଆରେ ଦଳ ତରଫରୁ ପ୍ରଥମ ଗୋଲ ଦେଇଥିଲେ। ସେହିପରି ୪୭ତମ ମିନିଟ୍‌ରେ ସେ ଆଉ ଏକ ଗୋଲ ଦେଇଥିଲେ। ଏହି ମ୍ୟାଚ୍‌ରେ ରୋନାଲ୍ଡୋଙ୍କ ପ୍ରଦର୍ଶନ ଐତିହାସିକ ଥିଲା ଓ ତାଙ୍କ ପ୍ରଦର୍ଶନ ବଳରେ ପର୍ତ୍ତୁଗାଲ ନକ୍‌ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଫ୍ରାନ୍ସ କିନ୍ତୁ ସବୁ ଦୃଷ୍ଟିକୋଣରୁ ଉନ୍ନତ ପ୍ରଦର୍ଶନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri