Posted inଖେଳ

ଆଉ ଲୋଡ଼ା ୪୬ ରନ୍‌; ଏହି ସ୍ବତନ୍ତ୍ର କ୍ଲବରେ ସାମିଲ ହେବେ ଜାଡେଜା, ଅଲରାଉଣ୍ଡର ଭାବେ…

ନୂଆଦିଲ୍ଲୀ,୧୭।୬: କ୍ରିକେଟ ଫର୍ମାଟରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ନିଜ ଖେଳକୁ ଅଧିକ ଉନ୍ନତ କରିଛନ୍ତି। ବାମହାତୀ ସ୍ପିନ୍‌ ସହ ନିମ୍ନ କ୍ରମରେ ଆସି ରନ୍‌ ଯୋଡ଼ିବାର କ୍ଷମତା ଥିବା ଏହି ଅଲରାଉଣ୍ଡର ବର୍ତ୍ତମାନ ତାଙ୍କ ବ୍ୟାଟିଂରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ଜାଡେଜା ୫୫.୫୭ ହାରରେ ଟେଷ୍ଟରେ ସ୍କୋର କରିଛନ୍ତି, ଏହା ତାଙ୍କର ମୋଟାମୋଟି ହାର ୩୬.୧୮ରୁ ବହୁତ ଅଧିକ। କାରଣ ଇଂଲଣ୍ଡ ଗସ୍ତରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟ କରଠାରୁ ଜାଡେଜା ଆଉ ପଛକୁ ଫେରି ଚାହିଁ ନାହାନ୍ତି।

ଦୁନିଆର ସର୍ବୋତ୍ତମ ଫିଲ୍ଡରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜାଡେଜା। ସେ ଏବେ ଭଲ ବ୍ୟାଟିଂ କରୁଛନ୍ତି। ଏଣୁ ସାଉଥାମ୍ପଟନରେ ଜୁନ୍‌ ୧୮ରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ସେ ମନୋନିବେଶ କରିଛନ୍ତି। କାରଣ ଏକ ବିଶେଷ ମାଇଲଖୁଣ୍ଟ ହାସଲ କରିବାକୁ ସେ ମାତ୍ର ୪୬ ରନ୍‌ ଦୂରରେ ରହିଛନ୍ତି।
ଜାଡେଜା ଏଯାବତ ୫୧ଟି ଟେଷ୍ଟ ଖେଳିଥିବା ବେଳେ ୧୯୫୪ ରନ୍‌ କରି ୨୨୦ ଉଇକେଟ ନେଇଛନ୍ତି। ଏଣୁ ୨୦୦୦ରନ୍‌ ପୂରଣ କରିବାକୁ ତାଙ୍କୁ ଆଉ ୪୬ରନ୍‌ ଆବଶ୍ୟକ। ଯଦି ସେ ଫାଇନାଲରେ ୪୬ରନ୍‌ ସ୍କୋର କରିବାରେ ସଫଳ ହୁଅନ୍ତି ତେବେ ସେ ଏକ ବିଶେଷ ସଫଳତା ହାସଲ କରିବେ। ଟେଷ୍ଟ କ୍ରିକେଟରେ ୨୦୦୦ରନ୍‌ ଏବଂ ୨୦୦ କିମ୍ବା ଅଧିକ ଉଇକେଟ ନେଇଥିବା ପଞ୍ଚମ ଭାରତୀୟ ବୋଲର ହେବେ ଜାଡେଜା। ସେ ଅନିଲ କୁମ୍ବଲେ, କପିଲ ଦେବ, ହରଭଜନ ସିଂହ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ ସ୍ବତନ୍ତ୍ର କ୍ଲବରେ ଯୋଗଦେବେ। ଏଥିସହ ସେ ଏହି କାରନାମା ହାସଲ କରିଥିବା ଦ୍ରୁତତମ କ୍ରିକେଟର ତାଲିକାରେ ୪ ନମ୍ବର ସ୍ଥାନରେ ପହଞ୍ଚିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri