Odisha Elections 2024

କରୋନା ପାଇଁ ବୟସ୍କଙ୍କ ପ୍ରତି ଅତ୍ୟାଚାର ଆଶଙ୍କା ବଢ଼ିଛି

ଭୁବନେଶ୍ୱର, ୧୬।୬(ବ୍ୟୁରୋ):‘ବିଶ୍ୱ ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାର ସଚେତନତା ଦିବସ’ ଅବସରରେ ମଙ୍ଗଳବାର ହେଲ୍ପ ଏଜ୍‌ ଇଣ୍ଡିଆର ସର୍ଭେ ରିପୋର୍ଟ ‘ଦ ସାଇଲେଣ୍ଟ ଟର୍‌ମେଣ୍ଟର୍‌: କୋଭିଡ୍‌-୧୯ ଆଣ୍ଡ୍‌ ଏଲ୍ଡର୍‌ଲି’ ପ୍ରକାଶ କରିଛି। ଏହି ରିପୋର୍ଟ ‘ଘରେ’ ଓ ‘ବୃଦ୍ଧାଶ୍ରମରେ’ ରହୁଥିବା ବୟସ୍କଙ୍କ ଜୀବନରେ କୋଭିଡ୍‌-୧୯ ମହାମାରୀର ପ୍ରଭାବ ଏବଂ ଆହ୍ବାନର ମୂଲ୍ୟାଙ୍କନ କରିଛି। କରୋନା ପାଇଁ ବୟସ୍କଙ୍କ ପ୍ରତି ଅତ୍ୟାଚାର ଆଶଙ୍କା ବଢ଼ିଥିବା ସେଥିଲେ ଉଲ୍ଲେଖ ରହିଛି।
ଏଜ୍‌ ଇଣ୍ଡିଆ ଭାରତର ୬ ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ହାଇଦ୍ରାବାଦ, କୋଲକାତା ଓ ଚେନ୍ନାଇରେ କରିଥିବା ସର୍ଭେରେ ୩,୫୨୬ ଜଣଙ୍କୁ ସାମିଲ କରିଥିଲା। ଏମାନଙ୍କ ମଧ୍ୟରୁ କୋଭିଡ୍‌ ଯୋଗୁ ୨୦.୮% ବରିଷ୍ଠ ନାଗରିକ ସେମାନଙ୍କ ପରିବାର ସଦସ୍ୟ କିମ୍ବା ବନ୍ଧୁଙ୍କୁ ହରାଇଛନ୍ତି। କରୋନା କାଳରେ ଜୀବନକୁ ନେଇ ସେମାନଙ୍କ ମତ ଲୋଡ଼ାଯାଇଥିଲା। ୫୦.୮% ବରିଷ୍ଠ ନାଗରିକ ଉନ୍ନତ ଚିକିତ୍ସା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସମ୍ପର୍କରେ ମତ ରଖିଥିଲେ। ସେହିଭଳି ୪୪.୪% ଟିକା ଉପଲବ୍ଧତା, ୩୮.୭% ଠିକ୍‌ ସମୟରେ ଔଷଧ ଓ ଇଞ୍ଜେକ୍ସନ ଉପଲବ୍ଧତା ରହିବା ଦରକାର ବୋଲି କହିଛନ୍ତି। ସେହିପରି କୋଭିଡ୍‌ ଆକ୍ରାନ୍ତ ହେଲେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ନେଇ ୪୨.୧% ବରିଷ୍ଠ ନାଗରିକ ଅଧିକ ଚିନ୍ତିତ ଥିଲେ। ୩୪.୨% ଏକାକୀ ହୋଇଯିବେ ଓ ୧୧.୫% ଲୋକଙ୍କର ମୃତ୍ୟୁର ଭୟ ଥିଲା। ସମାଜରେ ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାର ବଢ଼ୁଥିବା ୪୩.୧% ବରିଷ୍ଠ ନାଗରିକ କହିଛନ୍ତି। ୧୫.୬% ଦୁର୍ବ୍ୟବହାରର ଶିକାର ହୋଇଛନ୍ତି। ୪୫.୬% ଅସମ୍ମାନ ଓ ୨୩.୧% ପିଟିବା/ଚାପୁଡ଼ା ଖାଇଥିବା କହିଛନ୍ତି। ୬୨.୧% ଦୁର୍ବ୍ୟବହାରର ଶିକାର ହେବାର ଆଶଙ୍କା କରିଛନ୍ତି। ସେମାନଙ୍କ ମତରେ, ମୁଖ୍ୟ ଦୁର୍ବ୍ୟବହାରକାରୀମାନେ ହେଲେ ପୁଅ ୪୩.୮%, ବୋହୂ ୨୭.୮% ଓ ଝିଅ ୧୪.୨%। ସେହିପରି ଆର୍ଥିକ ନିର୍ଯାତନା ୬୧.୬%, ମାନସିକ ନିର୍ଯାତନା ୬୦.୧% ଓ ଶାରୀରିକ ନିର୍ଯାତନା ସଂକ୍ରାନ୍ତରେ ୫୮.୬% ମତ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି।
ହେଲ୍ପ ଏଜ୍‌ ଇଣ୍ଡିଆ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ୱେବିନାରରେ ଓଡ଼ିଶା ରାଜ୍ୟ ଶାଖା ମୁଖ୍ୟ ଭାରତୀ ଚକ୍ର ଅଧ୍ୟକ୍ଷତା କରି କହିଲେ, ପ୍ରକାଶିତ ରିପୋର୍ଟରେ ବରିଷ୍ଠ ନାଗରିକଙ୍କ ଭୟ, ଚିନ୍ତା, ଏକାକୀପଣ ଏବଂ ନିର୍ଭରଶୀଳତା ଯୋଗୁ ଦୁର୍ବ୍ୟବହାରର ଆଶଙ୍କା ସ୍ପଷ୍ଟ ଭାବେ ବାରିହୋଇପଡୁଛି। ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ ବରିଷ୍ଠ ନାଗରିକଙ୍କ ପାଇଁ ଓଡ଼ିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ତଥ୍ୟ ରଖିଥିଲେ। ଭୁବନେଶ୍ୱର ଏମ୍‌ସର ଡା. ସ୍ବୟଂପ୍ରଜ୍ଞା ପରିଡ଼ା କୋଭିଡ୍‌ ସତର୍କତା ଓ ଟିକାକରଣ ସଂକ୍ରାନ୍ତରେ ମତ ରଖିଥିଲେ। ରାଜ୍ୟ ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକଙ୍କ ଟିକାକରଣ ତଥା ସ୍ବାସ୍ଥ୍ୟ ସେବାକୁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କାହା ପାଇଁ ଦୁଃଖ ତ କାହାର ସୁଖ

ପଟ୍ଟାମୁଣ୍ଡାଇ,୨୬ା୫ (କଳ୍ପତରୁ ନାୟକ): ସାଧାରଣ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ରରେ ଜୁନ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିନେଇ ରାଜନଗର...

ଯାଜପୁର ଜିଲା: ଫୋକସ୍‌ରେ ମହିଳା ପ୍ରାର୍ଥୀ

ଯାଜପୁର,୨୬ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ୭ ବିଧାନସଭା ଆସନରେ ଆସନ୍ତା ୧ ତାରିଖରେ ଭୋଟଗ୍ରହଣ ହେବ। ପ୍ରାର୍ଥୀ ଓ...

ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ, ୧୧୦-୧୨୦ ବେଗରେ ଛୁଇଁବ ଉପକୂଳ

ଭୁବନେଶ୍ୱର,୨୫ା୫: ବଙ୍ଗୋପସାଗରର ଉତ୍ତର ଉପକୂଳରେ ଥିବା ବାତ୍ୟା ରେମାଲ ଭିଷଣ ବାତ୍ୟାରେ ପରିଣତ ହୋଇଛି। ଏହା ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ ୨୭୦ କିଲୋମିଟର ଦୁରରେ ରହିଛି।...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି, ଘରକୁ ଫେରିବା ପାଇଁ କରାଯାଉଛି ଟିକେଟ ବ୍ୟବସ୍ଥା

କେନ୍ଦ୍ରାପଡ଼ା,୨୬ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ସାଧାରଣ ନିର୍ବାଚନ ପାଇଁ ଜୁନ ୧ରେ ମତଦାନ ହେବ। ଏଥିପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରାର୍ଥୀଙ୍କର ଭୋଟରଙ୍କୁ...

ବାତ୍ୟା ‘ରେମାଲ’ ଭୟ, କୂଳରେ ହାଇଆଲର୍ଟ

ଭୋଗରାଇ, ୨୬।୫(ପ୍ରଦୀପ ଦାସ):ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ରେମାଲ’ ଅଧିକ ଘନୀଭୂତ ଓ ଶକ୍ତିଶାଳୀ ହୋଇ କୂଳ ଆଡକୁ ଘଣ୍ଟାକୁ ୧୭କି.ମି. ବେଗରେ ଉତ୍ତର...

୨୯ରେ ବାରିପଦା, ବାଲେଶ୍ୱର ଆସିବେ ମୋଦି

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ବାଲେଶ୍ୱର ଅଫିସ,(ମାନସ ବିଶ୍ୱାଳ), ୨୬ା୫: ରାଜ୍ୟର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜ ଜିଲା ବାରିପଦା...

ବଳ ଗୋଟାଉଛି ବାତ୍ୟା ‘ରେମାଲ’: ଓଡ଼ିଶାର ଏହି ଜିଲାରେ ପଡ଼ିବ ପ୍ରଭାବ, ପବନ ବୋହିବ

ଭୁବନେଶ୍ୱର, ୨୬।୫(ଅସମାପିକା ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଶନିବାର ସକାଳ ୫ଟା ୩୦ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇଥିଲା। କ୍ରମେ...

୩ୟ ପର୍ଯ୍ୟାୟର ୬ ଲୋକ ସଭା ଆସନରେ ଜିତୁଛୁ: ଭାଜପା

ଭୁବନେଶ୍ୱର, ୨୬।୫: ରାଜ୍ୟରେ ବର୍ତମାନ ୩ୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଓଡ଼ିଶାର ସାଧାରଣ ନାଗରିକ ସରକାର ପରିବର୍ତନ କରିବା ପାଇଁ ନିଷ୍ପତି ନେଇଥିବା ଜନମତରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri