ପ୍ରଥମ ସ୍ତ୍ରୀଙ୍କ ଚିଠି ପଢି ପ୍ରବଳ କାନ୍ଦିଥିଲେ ଅମିର ଖାନ୍‌

ବଲିଉଡ୍‌ ଅଭିନେତା ଅମିର ଖାନଙ୍କ ପ୍ରଥମ ଚଳଚ୍ଚିତ୍ର ‘ଲଗାନ’ ରିଲିଜ ହେବାର ଇତିମଧ୍ୟରେ ୨୦ ବର୍ଷ ବିତିଗଲାଣି। ଏହି ଚଳଚ୍ଚିତ୍ରଟି ଅମିରଙ୍କ ପାଇଁ ସ୍ବତନ୍ତ୍ର ଥିଲା। ଏହି ଚଳଚ୍ଚିତ୍ର ତାଙ୍କୁ ଜଣେ ପରଫେକ୍ଟନିଷ୍ଟ ଅଭିନେତା ଭାବରେ ପ୍ରତିଷ୍ଠିତ କରିଥିଲା। ସେହି ସମୟରେ ଫିଲ୍ମଟି ସଫଳତାର ଅନେକ ଦିଗ ପ୍ରତିଷ୍ଠା କରିଥିଲା। ଏହା ସହିତ ନିର୍ଦ୍ଦେଶକ ଆଶୁତୋଷ ଗ୍ବାରିକର ଏବଂ ଅମିରଙ୍କ ଏହି ଚଳଚ୍ଚିତ୍ର ମଧ୍ୟ ଓସ୍କାରର ‘ଶ୍ରେଷ୍ଠ ବିଦେଶୀ ଭାଷା ଚଳଚ୍ଚିତ୍ର’ ବିଭାଗରେ ନାମାଙ୍କନ ହୋଇଥିଲା। ଏହି ଚଳଚ୍ଚିତ୍ରର ଶୁଟିଂ ସମୟରେ ଅମିର ତାଙ୍କର ଦ୍ୱିତୀୟ ସ୍ତ୍ରୀ କିରଣ ରାଓଙ୍କ ନିକଟତର ହୋଇଥିଲେ ଏବଂ ତାଙ୍କର ଦ୍ୱିତୀୟ ବିବାହ ହେବାର ୨୦ ବର୍ଷ ବିତିଗଲାଣି। କିନ୍ତୁ ଅମିରଙ୍କର ଏହି ଫିଲ୍ମ ଶୁଟିଂ ସମୟରେ ସବୁଠାରୁ ସୁନ୍ଦର ସ୍ମୃତି ହେଉଛି ତାଙ୍କର ପ୍ରଥମ ସ୍ତ୍ରୀ ରୀନା ଦତ୍ତ ଏବଂ ସେ ଲେଖିଥିବା ଚିଠି।
ବିଗତ ସ୍ମୃତିକୁ ମନେ ପକାଇ ଅମିର କହନ୍ତି, ଯେତେବେଳେ ଏହି ଚଳଚ୍ଚିତ୍ର ସହିତ ଜଡିତ ସ୍ମୃତି କଥା ଆସେ, ସେତେବେଳେ ରୀନାଙ୍କ ଚିଠି କଥା ମୋର ମନେ ପଡିଯାଏ। ମୁଁ ତାଙ୍କୁ ଗୋଟିଏ ରାତିରେ କହିଥିଲି ଯେ, ସେ ଏହି ଚଳଚ୍ଚିତ୍ର ନିର୍ମାଣ କରିବା ଉଚିତ୍‌ ତା’ପରେ ସେ କହିଥିଲେ ଯେ ସେ ଫିଲ୍ମ ନିର୍ମାଣ ବିଷୟରେ କିଛି ଜାଣନ୍ତି ନାହିଁ। ଏହା ମଧ୍ୟ ସତ ଥିଲା, ସେ କିଛି ଜାଣି ନ ଥିଲେ। ଅମିରଙ୍କ ନିର୍ଦ୍ଦେଶରେ ରୀନା ଜଣେ ନିର୍ମାତା ହୋଇଥିଲେ ଏବଂ ଫିଲ୍ମ ନିର୍ମାଣ କରିବା ପୂର୍ବରୁ ରୀତା ଏଥିପାଇଁ ଅନେକ ପ୍ରସ୍ତୁତି କରିଥିଲେ। ସେ ସୁଭାଷ ଘାଇ ଏବଂ ଅଶୋକ ଠାକୁରିଆଙ୍କୁ ଭେଟିଥିଲେ। ଚଳଚ୍ଚିତ୍ର ନିର୍ମାଣ ପ୍ରକ୍ରିୟା ବୁଝିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯେତେବେଳେ ଫିଲ୍ମ ଶୁଟିଂ ସମାପ୍ତ ହେଲା, ରୀନା ପୁରା ଦଳକୁ ଏକ ଚିଠି ଲେଖିଥିଲେ ଏବଂ ମୁଁ ସେହି ଚିଠି ପଢିବା ପରେ ବହୁତ କାନ୍ଦିଲ। ମୋର ଏବେ ପୁରା ଚିଠି ମନେ ନାହିଁ, କିନ୍ତୁ ସେଥିରେ ସେ ଏପରି କଠିନ ପରିସ୍ଥିତିରେ ଚଳଚ୍ଚିତ୍ର ନିର୍ମାଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ସେ ତାଙ୍କ ଗାଳି ବିଷୟରେ ମଧ୍ୟ କହିଛନ୍ତି। ସେହି ଚିଠିଟି ଅତ୍ୟନ୍ତ ଭାବପ୍ରବଣ ଚିଠି ଥିଲା। ଆମେ ସମସ୍ତେ ଚଳଚ୍ଚିତ୍ରରେ ଯୁବକ ଥିଲୁ କିନ୍ତୁ ଚଳଚ୍ଚିତ୍ର ପୃଷ୍ଠଭୂମି ନ ଥିଲେ ମଧ୍ୟ ସେ ଯାହା କରିଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri