Posted inଖେଳ

ମହିଳା କ୍ରିକେଟ ଖେଳାଳିଙ୍କୁ ରାହାନେଙ୍କ ଟିପ୍ସ

ନୂଆଦିଲ୍ଲୀ, ୧୫।୬(ପି.ଟି.)-ଭାରତୀୟ ମହିଳା କ୍ରିକେଟ ଦଳ ଦୀର୍ଘ ୭ ବର୍ଷ ବ୍ୟବଧାନରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି। ଇଂଲଣ୍ଡ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ମିଥାଲି ରାଜଙ୍କ ନେତୃତ୍ୱାଧୀନ ମହିଳା ଦଳର ଖେଳାଳିଙ୍କୁ ଟିମ୍‌ ଇଣ୍ଡିଆ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ମୂଲ୍ୟବାନ ଟିପ୍ସ ଦେଇଛନ୍ତି। ଶରୀର ନିକଟରୁ ବଲ୍‌ ଖେଳିବା, ମାଇଣ୍ଡସେଟ୍‌ ଉପରେ କାର୍ଯ୍ୟ କରିବା ଏବଂ ଛୋଟ ଟାର୍ଗେଟ୍‌ ବନାଇବା ଉପରେ ରାହାନେ ଗୁରୁତ୍ୱ ଦେଇଛନ୍ତି। ଜଣେ ଟେଷ୍ଟ ସ୍ପେଶାଲିଷ୍ଟଭାବେ ବିଶେଷ ପରିଚିତ ରାହାନେ ମହିଳା ଦଳର କୋଚ୍‌ ରମେଶ ପାଓ୍ବାରଙ୍କ ଅନୁରୋଧକ୍ରମେ ଏକ ସେସନରେ ଏହି ଟିପ୍ସ ଦେଇଥିଲେ। ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ପୂର୍ବରୁ ଏହି କାର୍ଯ୍ୟ ସମ୍ପାଦନ ହୋଇଥିଲା। ରାହାନେ ୭୩ଟି ଟେଷ୍ଟ ଖେଳି ୪୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ରମେଶ ଏବଂ ରାହାନେ ଟିମ୍‌ମେଟ୍‌ ଥିଲେ। ଭାରତୀୟ ମହିଳାମାନେ ୭ ବର୍ଷ ବ୍ୟବଧାନରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଥିବାରୁ ରାହାନେ ଏକ ସେସନରେ ବ୍ୟାଟିଂ ଟିପ୍ସ ଦେଲେ ଉପାଦେୟ ହେବ ବୋଲି ପାଓ୍ବାର ଅନୁଭବ କରିଥିଲେ। ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ମୁମ୍ବାଇରେ କ୍ୱାରାଣ୍ଟାଇନ୍‌ରେ ଥିବାବେଳେ ୫୦ ମିନିଟ ଧରି ଜୁମ୍‌ ସେସନ ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁସାରେ ଅଧିନାୟିକା ମିଥାଲି, ଉପଅଧିନାୟିକା ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଏବଂ ସମସ୍ତ ବ୍ୟାଟ୍ସଓମ୍ୟାନ, ଦ୍ରୁତ ବୋଲର ଶିଖା ପାଣ୍ଡେ ଏହି ଜୁମ୍‌ ସେସନରେ ରାହାନେଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ।
ୟୁକେରେ ବଲ୍‌ ଉଭୟ ଦିଗକୁ ମୁଭ୍‌ କରୁଥିବାରୁ ଇନିଂସ ଆରମ୍ଭରେ ଅଧିକ ଡ୍ରାଇଭ୍‌ ନ କରିବା ପାଇଁ ରାହାନେ ପରାମର୍ଶ ଦେଇଥିଲେ। ଯଥାସମ୍ଭବ ଶରୀର ପାଖରୁ ବଲ୍‌କୁ ଖେଳିବା ଉପରେ ଅଧିକ ଏକାଗ୍ର ହେବାକୁ ସେ କହିଥିଲେ। ଛୋଟ ଟାର୍ଗେଟ୍‌ ଦ୍ୱାରା ଟେଷ୍ଟ ଇନିଂସର ଭଲ ମୂଳଦୁଆ ପକାଯାଇ ପାରିବ ବୋଲି ରାହାନେ ଅନୁଭବ କରୁଛନ୍ତି। ତେଣୁ ପ୍ରଥମେ ୧୫ ରନ, ପରେ ଆଉ ୨୫ ଏବଂ ଏହାପରେ ଅଧିକ ୩୦ ରନ କରିବା ଉପରେ ଧ୍ୟାନ ଦିଆଯିବା ଉଚିତ। ଇଂଲଣ୍ଡରେ ବର୍ଷାଜନିତ ବ୍ରେକ୍‌ ସାଧାରଣ ଘଟଣା। ତେଣୁ ଏଥିପ୍ରତି ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଜଣେ ବ୍ୟାଟ୍ସମ୍ୟାନ ଭଲ ରିଦିମରେ ଥିବାବେଳେ ବ୍ରେକ୍‌ ପରେ ସେହି ରିଦିମ ପାଇବା ସହଜ ହୋଇ ନ ଥାଏ। ତେଣୁ ନିଜ ଗେମ୍‌ ଉପରେ ଅଧିକ ଫୋକସ କରିବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ୍‌ ପଡିଲେ ବାଦ୍‌, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୦।୧୨: ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଆଜି ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri