Odisha Elections 2024

ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାର ଚିନ୍ତାଜନକ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଡି. ସୁବାରାଓ ଦେଶ ମଧ୍ୟରେ ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାରକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। କରୋନା ମହାମାରୀ ଯୋଗୁ ଦେଶରେ ଧନୀ ଏବଂ ଗରିବଙ୍କ ମଧ୍ୟରେ ଏକ ବୃହତ୍‌ ତାରତମ୍ୟ ସୃଷ୍ଟି ହୋଇଛି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଜାରି କରାଯାଇଥିବା ଲକ୍‌ଡାଉନ ଯୋଗୁ ଗରିବ ଲୋକଙ୍କ ଜୀବିକା ସଙ୍କଟରେ ରହିଛି। ଲୋକଙ୍କ ରୋଜଗାର ବର୍ତ୍ତମାନ ଗଭୀର ଭାବେ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଧନୀଲୋକଙ୍କ କାର୍ଯ୍ୟକଳାପ ଏବଂ ଜୀବନଯାପନ ଉପରେ ଅପେକ୍ଷାକୃତ କମ୍‌ ପ୍ରଭାବ ପଡିଥିବା ଦେଖାଯାଇଛି।
ସୁବାରାଓ କହିଛନ୍ତି, ମହାମାରୀ ଯେଉଁ ତାରତମ୍ୟ ସୃଷ୍ଟି କରିଛି ତାହା ଅସନ୍ତୁଳିତ ପୁନରୁଦ୍ଧାର ଆଡ଼କୁ ଇସାରା କରୁଛି। ଆଗାମୀ ଦିନରେ ଏହା ଅଭିବୃଦ୍ଧି ସମ୍ଭାବନାକୁ କ୍ଷତି ପହଞ୍ଚାଇପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଅସନ୍ତୁଳିତ ପୁନରୁଦ୍ଧାର ସିଦ୍ଧାନ୍ତ ଦୃଷ୍ଟିକୋଣରୁ ଭୁଲ୍‌ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଏହା କ୍ଷତିପହଞ୍ଚାଇ ପାରେ। ଘରୋଇ ବଜାରରେ ନଗଦ ସ୍ଥିତି ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ନିବେଶ ବୃଦ୍ଧି ଯୋଗୁ ମହାମାରୀ ସମୟରେ ମଧ୍ୟ ଶେୟାର ବଜାର ଏବଂ ଅନ୍ୟ ସମ୍ପତ୍ତି ଏବେ ବଢିଚାଲିଛି।
ସୁବାରାଓ ପୁଣି କହିଛନ୍ତି, ଚଳିତ ବର୍ଷ ଦେଶର ଆର୍ଥତ୍କ ସୁଧାର ଉନ୍ନତ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ମହାମାରୀର ନୂଆ ଲହର ଏହା ଉପରେ ଶକ୍ତ କ୍ଷତି ପହଞ୍ଚାଇଛି। ଗତବର୍ଷ ଅର୍ଥ ବ୍ୟବସ୍ଥାର ସ୍ଥିତି ଗତ ୪ ଦଶନ୍ଧିର ସବୁଠାରୁ ଖରାପ ରହିଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଜିଡିପି -୭.୩% ରହିଛି। କ୍ଷତି ପରିମାଣ ଆକଳନଠାରୁ କମ୍‌ ରହିଥିଲେ ମଧ୍ୟ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଜୀବନ ଜୀବିକା ଏହା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛି। ଚଳିତ ବର୍ଷ ବଜାର ଉନ୍ନତ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା। ହେଲେ ଦ୍ୱିତୀୟ ଲହର ଏଥିରେ ପ୍ରତିବନ୍ଧକ ସାଜିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥତ୍କ ବର୍ଷ ଲାଗି ଅଭିବୃଦ୍ଧି ଆକଳନକୁ ୧୦.୫%ରୁ ୯.୫%କୁ ଖସାଇଛି। ୯.୫% ହାରରେ ଅଭିବୃଦ୍ଧି ପ୍ରଭାବଶାଳୀ ମାତ୍ର ଗତବର୍ଷ ଜିଡିପିରେ ଯେଉଁ ହ୍ରାସ ହୋଇଛି ସେହି ଆଧାରରେ ଏହା ହାସଲ ହେବ। ଯଦି ଆମେ ଅଭିବୃଦ୍ଧି ହାର ହାସଲ ମଧ୍ୟ କରି ନେଉଛେ ତେବେ ଉତ୍ପାଦନ ମହାମାରୀ ପୂର୍ବ ସ୍ଥିତିଠାରୁ କମ୍‌ ରହିବ। ମହାମାରୀରେ ଅନେକ ଲୋକଙ୍କ ଜୀବିକା ଚାଲି ଯାଇଥିବା ବେଳେ ଅତିଧନୀଙ୍କ ସମ୍ପତ୍ତି ବୃହତ୍‌ ପରିମାଣରେ ବଢିଛି ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ହୋଣ୍ଡାର ସ୍ମାର୍ଟ ଓ୍ବାର୍କଶପ୍‌

ଭୁବନେଶ୍ୱର,୨୬।୫ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ନୂତନ ଅଭିଯାନ ‘ସ୍ମାର୍ଟ ଓ୍ବାର୍କଶପ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଗ୍ରାହକଙ୍କୁ ଗୁଣାତ୍ମକ ଓ ବିକ୍ରି ପରବର୍ତ୍ତୀ...

ଜୟ ଆଲୁକ୍କାସ୍‌ର ହ୍ୟୁଷ୍ଟନ୍‌ ଆଉଟ୍‌ଲେଟ୍‌ ପୁନଃ ଉଦ୍‌ଘାଟିତ

ଭୁବନେଶ୍ୱର,୨୬।୫ (ଅଭୟ ଦାଶ)ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଗହଣା ବ୍ରାଣ୍ଡ୍‌ ‘ଜୟ ଆଲୁକ୍କାସ’ର ଆମେରିକାସ୍ଥିତ ହ୍ୟୁଷ୍ଟନ୍‌ଠାରେ ଥିବା ଆଉଟ୍‌ଲେଟର ପୁନଃ ଉଦ୍‌ଘାଟନ ନିକଟରେ...

୩୮.୨୩୮ କୋଟିର ନୂଆ ପ୍ରିମିୟମ

ଭୁବନେଶ୍ୱର,୨୬।୫ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଏସ୍‌ବିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ୨୦୨୩-୨୪ ଆର୍ଥିକ ବର୍ଷରେ ୨୯% ବୃଦ୍ଧି ସହ ୩୮,୨୩୮କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ...

ପିଆଜ ଦରବୃଦ୍ଧିରେ ଲଗାମ କଷିବେ ସରକାର

ଭୁବନେଶ୍ୱର,୨୬।୫(ଅନୁରାଧା ମହାରଣା)ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟର ପନିପରିବା ବଜାରରେ ପିଆଜ ଦର ବୃଦ୍ଧି ପାଉଛି। ବିଭନ୍ନ ରାଜ୍ୟରେ ପିଆଜ କିଲୋଗ୍ରାମ ପ୍ରତି ପ୍ରାୟ ୫୦ରୁ ୬୦...

ଟେକ୍ନୋ ଇଣ୍ଡିଆ ସହ ଗୁଗଲ କ୍ଲାଉଡ୍‌ର ସହଭାଗିତା

ଭୁବନେଶ୍ୱର,୨୫।୫ (ଅନୁରାଧା ମହାରଣା): ଟେକ୍ନୋ ଇଣ୍ଡିଆ ଗ୍ରୁପ୍‌ ଏବଂ ଗୁଗଲ କ୍ଲାଉଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପିତ ହୋଇଛି। ଟେକ୍ନୋ ଇଣ୍ଡିଆ ଗ୍ରୁପ୍‌ର...

ଫିକି ଫ୍ଲୋ ଭୁବନେଶ୍ବରର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୨୫।୫: ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମହିଳା ଶାଖା ସହ ଅନୁବନ୍ଧିତ ପ୍ରତିଷ୍ଠାନ ଫିକି ଫ୍ଲୋ ଭୁବନେଶ୍ୱର ପକ୍ଷରୁ...

ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଓଡ଼ିଶା ବଜାର

ଭୁବନେଶ୍ୱର,୨୫।୫: କ୍ରମାଗତ ଭାବେ ଘରୋଇ ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଥିବା ବେଳେ ଜାତୀୟସ୍ତରରେ ମଧ୍ୟ ଓଡ଼ିଶା ବଜାରର ଅଂଶ ପ୍ରାୟ ୬% ରହିଛି...

ଡିଆଇଏଲ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୨୫।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଡାବର ଇଣ୍ଡିଆ ଲିମିଟେଡ୍‌ (ଡିଆଇଏଲ୍‌)ର ନୂତନ ଉତ୍ପାଦ ‘ଡାବର ଗ୍ଲୁକୋପ୍ଲସ୍‌-ସି ଇନ୍‌ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍‌’ର ଶୁଭାରମ୍ଭ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri