Posted inଫୁରସତ

ଦ୍ୱିତୀୟ ଡୋଜ ନେବା ପରେ ଶରୀରରେ ସୃଷ୍ଟି ହେଲା ଚୁମ୍ବକୀୟ ଶକ୍ତି

ନାଶିକ,୧୧।୬ : କୋଭିଡ୍‌ ଟିକା ନେବା ପରେ ଲୋକଙ୍କ ଠାରେ ବିଭିନ୍ନ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଛି, ଯାହା ସାଧାରଣ। କିନ୍ତୁ ନାଶିକର ଅରବିନ୍ଦ ସୋନାର ନାମକ ଜଣେ ବ୍ୟକ୍ତି ଅଜବ ଦାବି ଆଣିଛନ୍ତି। ଦ୍ୱିତୀୟ ଟିକା ନେବା ପରେ ତାଙ୍କୁ ଚୁମ୍ବକୀୟ ଶକ୍ତି ମିଳିଛି। ଲୁହାରେ ତିଆରି ପଦାର୍ଥ ତାଙ୍କ ଦେହରେ ଲାଗି ରହୁଥିବା ସେ ଦାବି କରିଛନ୍ତି।

ନିଜ ଦାବିକୁ ପ୍ରମାଣ କରିବା ପାଇଁ ସେ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଭିଡିଓରେ ପ୍ଲେଟ, ଚାମଚ ଓ ମୂଦ୍ରା ତାଙ୍କ ଦେହରେ ଲାଗି ରହିଥିବା ଦେଖିବାକୁ ମିଳୁଛି। ପ୍ରଥମେ ଦେହର ଝାଳ କାରଣରୁ ଏଭଳି ହେଉଥିବା ଅରବିନ୍ଦଙ୍କ ପରିବାର ଲୋକେ ଅନୁମାନ କରୁଥିଲେ। କିନ୍ତୁ ଗାଧୋଇ ସାରିବା ପରେ ମଧ୍ୟ ଲୁହାରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ତାଙ୍କ ଦେହରେ ଲାଗି ରହୁଥିବା ଜାଣିବାକୁ ପାଇଥିଲେ।

ଭିଡିଓ ଭାଇରାଲ ହେବା ପରେ ଏହାର କାରଣ ଜାଣିବା ପାଇଁ ସୋନାରଙ୍କ ଘରେ ପହଞ୍ଚିଥିଲେ ନାଶିକ ମ୍ୟୁନିସିପାଲ କର୍ପୋରେଶନର ଡାକ୍ତର। ତଦନ୍ତ ଶେଷ ହେବା ପରେ ହିଁ ଏହାର କାରଣ କହିପାରିବୁ । ଏ ସମ୍ପର୍କରେ ଆମେ ପ୍ରଥମେ ସରକାରଙ୍କୁ ଏକ ରିପୋର୍ଟ ପଠାଇବୁ। ପରେ ତଦନ୍ତ ଦରକାର କି ନାହିଁ ଜଣାପଡ଼ିବ ବୋଲି ଡାକ୍ତର ଅଶୋକ ଥୋରାଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri