Posted inଜାତୀୟ

୮ ବିଦେଶିନୀଙ୍କ ସମେତ ୩୫ ଗିରଫ

ନୋଇଡ଼ା,୨ା୭: ଉତ୍ତରପ୍ରଦେଶର ନୋଇଡ଼ାରେ ଥିବା ସ୍ପା ସେଣ୍ଟର ଉପରେ ପୋଲିସ ଚଢାଉ କରି ୩୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୮ ବିଦେଶିନୀଙ୍କୁ ମିଶାଇ ୨୫ ମହିଳା ଅଛନ୍ତି। ବିଦେଶିନୀମାନେ ଥାଇଲାଣ୍ଡର ବୋଲି ଜଣାପଡ଼ିଛି। ଗିରଫ ୧୦ ପୁରୁଷଙ୍କ ମଧ୍ୟରେ ଗ୍ରାହକଙ୍କ ସହ ସ୍ପା ମ୍ୟାନେଜର ଓ ସୁପରଭାଇଜର ସାମିଲ ଅଛନ୍ତି। ଦୀର୍ଘଦିନ ଧରି ଏଠାରେ ଦେହ ବ୍ୟବସାୟ ଚାଲିଆସୁଥିବା ପୋଲିସ କହିଛି।
ଦେହ ବ୍ୟବସାୟ ଚାଲିଥିବା ଖବର ପାଇ ରବିବାର ରାତିରେ ପୋଲିସ ଯୋଜନାବଦ୍ଧ ଭାବେ ଏକକାଳିନ ସେକ୍ଟର-୧୮ସ୍ଥିତ କମର୍ସିଆଲ ହବ୍‌ର ୧୪ଟି ସ୍ପା ସେଣ୍ଟର ଉପରେ ଚଢାଉ କରିଥିଲା। ଏସ୍‌ଏସ୍‌ପି ବୈଭବ କ୍ରିଷ୍ଣାଙ୍କ ନିର୍ଦ୍ଦେଶରେ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ଚଢାଉ କରାଯାଇଥିଲା। ୧୪ ପୋଲିସ ଟିମ୍‌ ସହ ୭ ସର୍କଲ ଅଫିସର, ୮ ଷ୍ଟେଶନ ହାଉସ୍‌ ଅଫିସର, ୩୦ ଏସ୍‌ଆଇ ଓ କନେଷ୍ଟବଲ ଏହି ଚଢାଉରେ ସାମିଲ ଥିଲେ। ଚଢାଉ ବେଳେ ସ୍ପା ସେଣ୍ଟର୍‌ରୁ ଲକ୍ଷାଧିକ ଟଙ୍କା, କଣ୍ଡୋମ୍‌, ବିୟର ଓ ଅନ୍ୟ କେତେକ ଆପତ୍ତିଜନକ ଦ୍ରବ୍ୟ ମିଳିଥିବା ଗୌତମ ବୁଦ୍ଧ ନଗର ଏସ୍‌ପି (ରୁରାଲ୍‌) ଭିନୀତ୍‌ ଜୈଶଓ୍ବାଲ ପ୍ରକାଶ କରିଛନ୍ତି। ମୋଟ ୧୪ଟି ସ୍ପା ସେଣ୍ଟର୍‌କୁ ସିଲ୍‌ କରାଯାଇଥିବାବେଳେ ୩ଟିରେ ବେଧଡ଼କ ଦେହ ବ୍ୟବସାୟ ଚାଲୁଥିଲା ବୋଲି ଜଣାପଡ଼ିଛି। ସ୍ପା ସେଣ୍ଟର୍‌ ଓ ମାଲିକଙ୍କ ବିରୋଧରେ ପୋଲିସ ମାମଲା ରୁଜୁକରି ତଦନ୍ତ ଜାରିରଖିଥିବା ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri