Posted inଖେଳ

ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଶ୍ରୀଲଙ୍କା

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୨ା୭ (ପି.ଟି.)-ନିକୋଲାସ ପୁରନଙ୍କ ଲଢୁଆ ଶତକ ସତ୍ତ୍ୱେ ଚଳିତ ଆଇସିସି ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ୨୩ରନରେ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଛି। ୩୩୯ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଓ୍ବେଷ୍ଟଇଣ୍ଡିଜ ୮୪ ରନରେ ୪ ଉଇକେଟ ହରାଇ ସଂକଟରେ ପଡ଼ିଥିଲା। ତେବେ ପରବର୍ତ୍ତୀ ସମୟରେ ପୁରାନ କ୍ରିଜରେ ଜମି ରହି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ସେ ଓ ଫାବିଏନ ଆଲେନ ଦଳ ପାଇଁ ବିଜୟ ସମ୍ଭାବନା ମଧ୍ୟ ସୃଷ୍ଟି କରିଥିଲେ। ଉଭୟ ୭ମ ଉଇକେଟରେ ୮୩ ରନ ଯୋଗ କରିଥିଲେ। ତେବେ ୩୨ ବଲ୍‌ରୁ ୫୧ ରନ କରିଥିବା ଆଲେନଙ୍କ ଆଉଟ ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠିପାରି ନ ଥିଲେ। ପୁରାନଙ୍କର ଏହା ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଶତକ। ସେ ୧୦୩ ବଲ୍‌ରେ ୧୧ ଚୌକା ଓ ୪ ଛକା ସହ ୧୧୮ ରନ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ୩୧୫ ରନ କରିବାରେ ସମର୍ଥ ହୋଇଥିଲା।
ଶ୍ରୀଲଙ୍କା ପକ୍ଷରୁ ସଫଳ ବୋଲର ଲସିଥ ମାଲିଙ୍ଗା ୫୫ ରନ ବିନିମୟରେ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଶ୍ରୀଲଙ୍କା ତରଫରୁ ଶତକୀୟ ଇନିଂସ ଖେଳିଥିବା ଅଭିଷ୍କା ଫର୍ନାଣ୍ଡୋ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଶ୍ରୀଲଙ୍କା ଏହି ବିଜୟ ଦ୍ୱାରା ୮ଟି ମ୍ୟାଚରୁ ୮ ପଏଣ୍ଟ ସହ ଟେବୁଲର ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଓ୍ବେଷ୍ଟଇଣ୍ଡିଜ ସମାନ ସଂଖ୍ୟକ ମ୍ୟାଚ ଖେଳି ଆଫଗାନିସ୍ତାନ ଉପରେ ୯ମ ସ୍ଥାନରେ ରହିଛି।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଅଭିଷ୍କା ଫର୍ନାଣ୍ଡୋଙ୍କ ଶତକ ସହାୟତାରେ ୬ ଉଇକେଟ ବିନିମୟରେ ୩୩୮ରନ ସଂଗ୍ରହ କରିଥିଲା। ଦଳର ଆରମ୍ଭ ଉତ୍ସାହଜନକ ଥିଲା। ଫର୍ନାଣ୍ଡୋ ୯ ଚୌକା ଓ ୨ ଛକା ସହ ୧୦୩ ବଲ୍‌ରେ ୧୦୪ ରନ ସଂଗ୍ରହ କରିଥିଲେ। ଚଳିତ ବିଶ୍ୱକପ୍‌ରେ ଶ୍ରୀଲଙ୍କାର ପ୍ରଥମ ଖେଳାଳି ହିସାବରେ ସେ ଶତକ ହାସଲ କରିଥିଲେ। ଓପନର କୁଶାଲ ପେରେରା ୫୧ ବଲ୍‌ରୁ ୬୪ରନ କରିଥିଲେ। ଏଥିରେ ତାଙ୍କର ୮ଟି ଚୌକା ସାମିଲ ଥିଲା। ଶ୍ରୀଲଙ୍କା ଇନିଂସ ଗଢି ତୋଳିବାରେ ଫର୍ନାଣ୍ଡୋଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ପ୍ରଥମେ କୁଶାଲ ମେଣ୍ଡିସଙ୍କ ସହିତ ପାର୍ଟନରଶିପ୍‌ରେ ୮୫ ରନ ଯୋଗ କରିବାରେ ସହାୟକ ହୋଇଥିଲେ। ପରେ ସେ ଯଥାକ୍ରମେ ଆଞ୍ଜେଲୋ ମାଥ୍ୟୁସ (୨୬) ଏବଂ ଲାହିରୁ ଥିରିମାନେ ( ୩୩ ବଲ୍‌ରୁ ୪୫*ରନ)ଙ୍କ ସହିତ ୫୮ ଓ ୬୭ ରନ ଯୋଗ କରିଥିଲେ। ଯାହା ଫଳରେ ଶ୍ରୀଲଙ୍କା ଟୁର୍ନାମେଣ୍ଟରେ ପ୍ରଥମ ଥର ୨୫୦ ସ୍କୋର ଅତିକ୍ରମ କରିବାରେ ସମର୍ଥ ହୋଇଥିଲା। ଉଭୟ ଦଳ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଛନ୍ତି। ତେଣୁ ଶ୍ରୀଲଙ୍କା ବିନା ଚାପରେ ଏହି ମ୍ୟାଚ ଖେଳିଥିଲା। ଦଳର ଓପନରଦ୍ୱୟ କରୁଣାରତ୍ନେ ଏବଂ କୁଶାଲ ପେରେରା ହାତଖୋଲା ବ୍ୟାଟିଂ କରି ପ୍ରଥମ ୧୫ ଓଭରରେ ବିନା କୌଣସି ଉଇକେଟରେ ୯୨ ରନ ଯୋଗ କରିଥିଲେ। କରୁଣାରତ୍ନେ (୩୨)ଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା କୁଶାଲ ରନ ଆଉଟ ହୋଇଥିଲେ। ପରେ କୁଶାଲ ମେଣ୍ଡିସ ଏବଂ ଫର୍ନାଣ୍ଡୋ ଶ୍ରୀଲଙ୍କା ସ୍କୋରକୁ ୨୦୦ ପାଖାପାଖି ନେଇଯାଇଥିଲେ। ମାତ୍ର ୩୨ତମ ଓଭରରେ ମେଣ୍ଡିସ ଫାବିଏନ ଆଲେନ୍‌ଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଯାଇଥିଲେ। ୪୦ତମ ଓଭରରେ ଜାସନ ହୋଲ୍‌ଡରଙ୍କ ଦ୍ୱାରା ବୋଲ୍ଡ ହେବା ପୂର୍ବରୁ ଆଞ୍ଜେଲୋ ମାଥ୍ୟୁସ ୨୦ ବଲ୍‌ରୁ ୨୬ ରନ କରିଥିଲେ। ଫର୍ନାଣ୍ଡୋ ଓ ଥିରିମାନେ ମିଳିତଭାବେ ଶ୍ରୀଲଙ୍କା ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ୪୮ତମ ଓଭରରେ ଫର୍ନାଣ୍ଡୋ କାର୍ଲୋସ ବ୍ରାଥଓ୍ବେଟ୍‌ଙ୍କ ବୋଲିଂରେ ୨ ରନ ସଂଗ୍ରହ କରି ତାଙ୍କ ଶତକ ପୂରଣ କରିଥିଲେ। କିନ୍ତୁ ଏହାପରେ ସେ ଶେଲଡନ କୋଟ୍ରେଲଙ୍କ ବୋଲିଂରେ ଆଲେନ୍‌ଙ୍କ ଦ୍ୱାରା କ୍ୟାଚ ଆଉଟ୍‌ ହୋଇଯାଇଥିଲେ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା: ୫୦ ଓଭରରେ ୩୩୮/୬ (ଅଭିଷ୍କା ଫର୍ନାଣ୍ଡୋ-୧୦୪, କୁଶାଲ ପେରେରା-୬୪, ଲାହିରୁ ଥିରିମାନେ-୪୫*,କୁଶାଲ ମେଣ୍ଡିସ-୩୯, ଜାସନ ହୋଲ୍‌ଡର-୨/୫୯, ଫାବିଏନ ଆଲେନ୍‌-୧/୪୪)।
ଓ୍ବେଷ୍ଟଇଣ୍ଡିଜ: ୫୦ ଓଭରରେ ୩୧୫/୯ (ନିକୋଲାସ ପୁରାନ-୧୧୮, ଫାବିଏନ୍‌ ଆଲେନ-୫୧, କ୍ରିସ୍‌ ଗେଲ୍‌-୩୫, ଲସିଥ ମାଲିଙ୍ଗା-୩/୫୫, ଆଞ୍ଜେଲୋ ମାଥ୍ୟୁସ-୧/୬)


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri