Posted inଖେଳ

ସିଏସ୍‌ଏ ଶ୍ରେଷ୍ଠ ପୁରସ୍କାର: ନର୍ଜେ, ମାରକ୍ରାମଙ୍କ ନାମ ସୁପାରିସ

ଜୋହାନ୍ସବର୍ଗ,୨୫।୫(ପି.ଟି.): କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ) ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି ଦ୍ରୁତ ବୋଲର ଏନରିଚ୍‌ ନର୍ଜେ ଓ ବ୍ୟାଟ୍ସମ୍ୟାନ ଏଡେନ ମାରାକ୍ରାମ। ପୁରୁସ୍କାର ପାଇଁ ଏହି ଦୁଇ ଖେଳାଳିଙ୍କ ନାମ ସୁପାରିସ କରାଯାଇଛି। ଏହି ହୁହିଁଙ୍କୁ ବାଦ ଦେଲେ ଦକ୍ଷିଣ ଆଫ୍ରିକା ସୀମିତ ଓଭର ଅଧିନାୟକ ଟେମ୍ବା ବଭୁମା ଓ ଟପ୍‌- ଅର୍ଡର ବ୍ୟାଟ୍ସମ୍ୟାନ ରାସି ଭାନ ଡେର ଡୁସେନ ପୁରୁଷ ବିଭାଗ ପ୍ଲେୟାର ଅଫ୍‌ ଦି ଇୟର ବର୍ଗ ପୁରସ୍କାର ପାଇଁ ସୁପାରିସ କରାଯାଇଛି।
ସେହିପରି ଟେଷ୍ଟ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି ମାରାକ୍ରାମ, ନର୍ଜେ ଓ ବଭୁମା। ଦିନିକିଆ କ୍ରିକେଟର ଅଫ୍‌ ଇୟର ପୁରସ୍କାର ଦୌଡ଼ରେ ଅଭିଜ୍ଞ ହାର୍ଡ ହିଟିଂ ବ୍ୟାଟ୍ସମ୍ୟାନ ଡେଭିଡ ମିଲର, ଅଲରାଉଣ୍ଡର ଆଣ୍ଡିଲ ଫେଲୁକ୍ୱାଓ ଓ ଭାନ ଡେର ଡୁସେନ ସାମିଲ ହୋଇଛନ୍ତି। ସେହିପରି ଟି୨୦ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ଦୌଡ଼ରେ ଜାନେମନ ମଲାନ, ମାରାକ୍ରାମ, ସ୍ପିନର ତାବ୍ରେଜ ଶାମ୍‌ସି ଓ ଭାନ ଡେର ଡୁସେନ ସାମିଲ ହୋଇଛନ୍ତି।
ଅପରପକ୍ଷରେ ଓମ୍ୟାନ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ଦୌଡ଼ରେ ଅଲରାଉଣ୍ଡର ଶବନିମ ଇସ୍‌ମାଇଲ ସବୁଠାରୁ ଆଗରେ ରହିଛନ୍ତି। ଏହି ପୁରସ୍କାର ପାଇଁ ସୁପାରିସ ତାଲିକାରେ ରହିଛନ୍ତି ବ୍ୟାଟର ଲିଜେଲ ଲି, ଲେଗ୍‌ସ୍ପିନ ଅଲରାଉଣ୍ଡର ସୁନ ଲୁସ ଓ ଓପନର ଲୌରା ଉଲଭାରଡଟଙ୍କ ଭଳି ମହିଳା କ୍ରିକେଟର।
ମହିଳା ଟି୨୦ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପାଇଁ ଆନେକ ବୋସ୍କ, ତାଜମିନ ବ୍ରିଟ୍ସ, ଶବନିମ ଇସ୍‌ମାଇଲ ଓ ସୁନ ଲୁସଙ୍କ ନାମ ସୁପାରିସ କରାଯାଇଛି। ମହିଳା ଦିନିକିଆ ପୁରସ୍କାର ଦୌକ୍ଷରେ ସବନିମ ଇସ୍‌ମାଇଲ, ମାରିଜନେ କ୍ୟାପ୍ପ, ଲିଜେଲେ ଲି ଓ ଲୌରା ଉଲଭାରଡଟ୍‌। ସେହିପରି ପୂର୍ବତନ କ୍ରିକେଟର ମଖୟା ଏନ୍‌ଟିନିଙ୍କ ନାମରେ ମଧ୍ୟ ଏକ ପୁରସ୍କାର ପ୍ରଦାନ କରିବାକୁ ସିଏସ୍‌ଏ ଘୋଷଣା କରିଛି। ଏହାର ନାମ ରଖାଯାଇଛି ‘ମଖୟା ଏନ୍‌ଟିନି ପାଓ୍ବାର ଅଫ୍‌ କ୍ରିକେଟ ଆଓ୍ବାର୍ଡ’।
ବିଭିନ୍ନ ପୁରସ୍କାର ପାଇଁ ସୁପାରିଶ କରାଯାଇଥିବା କ୍ରିକେଟରଙ୍କୁ ସିଏସ୍‌ଏ କାର୍ଯ୍ୟନିର୍ବାହୀ ଫୋଲେସି ମୋସେକି ଅଭିନନ୍ଦନ ଜଣାଇଛନ୍ତି। ମେ ୩୧ ତାରିଖରେ ବିଜେତା ଖେଳାଳିଙ୍କ ନାମ ଘୋଷଣା କରାଯିବ। କୋଭିଡ୍‌-୧୯ ପାଇଁ ଏବର୍ଷ ଏକାଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଛି। ତେବେ ଏହା ସତ୍ତ୍ୱେ କ୍ରିକେଟ ଖେଳ ସଫଳତାର ସହ ଆୟୋଜନ ହୋଇଛି। ଏଥିପାଇଁ ଆମର ମେଡିକାଲ ଟିମ୍‌କୁ କୃତଜ୍ଞତା ଜଣାଉଛୁ ବୋଲି ମୋସେକି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri