ଋଣ କର, ସାଥିରେ ଅଛୁ

ବର୍ତ୍ତମାନ ଭାରତୀୟ ଶାସନତନ୍ତ୍ରକୁ ଦେଖିଲେ କେନ୍ଦ୍ର ସରକାର ପ୍ରତ୍ୟେକ ବିଷୟରେ ରାଜ୍ୟ ପ୍ରତି ଥିବା ଦାୟିତ୍ୱକୁ ପରିତ୍ୟାଗ କରିଦେଉଛନ୍ତି। ଅନ୍ୟପକ୍ଷରେ ରାଜ୍ୟଗୁଡ଼ିକର କ୍ଷମତାକୁ ଛଡ଼େଇ ନେବାରେ ଧୁରନ୍ଧର। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ କେନ୍ଦ୍ରୀୟ ସ୍ତରରେ ହେଉଥିବା ବୈଠକରେ ରାଜ୍ୟଗୁଡ଼ିକର ସ୍ବାତନ୍ତ୍ର୍ୟ ଓ ଅଧିକାର ଉପରେ ଗୁରୁତ୍ୱ ଦେଉଥିଲେ। ରାଜ୍ୟଗୁଡ଼ିକୁ ଅତ୍ୟଧିକ ଆର୍ଥିକ ସ୍ବାଧୀନତା ମିଳୁ ବୋଲି ଯୁକ୍ତି କରୁଥିଲେ। ହେଲେ ନିଜେ ଯେତେବେଳେ ଦିଲ୍ଲୀରେ କ୍ଷମତାରେ ବସିଲେ ପ୍ରଥମେ ସଂଘୀୟ ବ୍ୟବସ୍ଥାକୁ ଚୋଟ ମାରିଲେ। ଉଦାହରଣ ସ୍ବରୂପ, ୨୦୧୭ ଜୁଲାଇରେ ଦେଶରେ ପ୍ରଚଳନ କରାଯାଇଥିବା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)। ଫଳରେ ରାଜ୍ୟଗୁଡ଼ିକର ଆର୍ଥିକ ଦିଗକୁ ଶକ୍ତ ପାହାର ବସିଲା। ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଯୋଗୁ ନଇଁପଡ଼ିଥିବା ଅର୍ଥନୀତି ଏହାଦ୍ୱାରା ଆହୁରି ଦୁର୍ବଳ ହୋଇଗଲା। ଉଲ୍ଲେଖ କରାଯାଇପାରେ ଯେ, ଭାରତୀୟ ଅର୍ଥନୀତି ମହାମାରୀ ପୂର୍ବରୁ ତଳିତଳାନ୍ତ ହୋଇଯାଇଥିଲା। କରୋନାଜନିତ ଲକ୍‌ଡାଉନ୍‌ ପରେ ସେହି କ୍ଷତି ବିଶାଳ ରୂପ ଧାରଣ କରିଛି। ୨୦୨୦ ସମ୍ପୂର୍ଣ୍ଣ ବର୍ଷ ଏହିଭଳି ଖୋଲା ଓ ବନ୍ଦ ଭିତରେ ବିତିଯାଇଥିବା ବେଳେ ଏବେ ୨୦୨୧ର ମଧ୍ୟଭାଗରେ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଲୋକଙ୍କ ହାତରେ ଅର୍ଥର ଘୋର ଅଭାବ। ବିମୁଦ୍ରୀକରଣ ହୋଇ ନ ଥିଲେ, ନଗଦ ରାଶି ଲୋକଙ୍କୁ ସହାୟକ ହୋଇଥାଆନ୍ତା। ସେତେବେଳେ ମୋଦିଙ୍କ ବିମୁଦ୍ରୀକରଣକୁ ଯେଉଁମାନେ ସମର୍ଥନ କରୁଥିଲେ, ଏବେ ମୁହଁ ଲୁଚାଇବାକୁ ବାଧ୍ୟ ହେଉଛନ୍ତି। କାରଣ ସେମାନେ ବାସ୍ତବତାକୁ ଅଙ୍ଗେ ଅନୁଭବ କଲେଣି। ଜିଏସ୍‌ଟି ବିଷୟକୁ ତର୍ଜମା କଲେ ଗତବର୍ଷ ମହାମାରୀ ସମୟରେ ରାଜ୍ୟଗୁଡ଼ିକର ଆବଶ୍ୟକ ଅଂଶଧନ ଦେବାରେ କେନ୍ଦ୍ର ବିଫଳ ହୋଇଥିଲା। ସେତେବେଳେ ରାଜ୍ୟଗୁଡ଼ିକ କେନ୍ଦ୍ରର ପଦକ୍ଷେପକୁ ବିରୋଧ କଲେ। ସେହି ସମୟରେ କେନ୍ଦ୍ର ସରକାର ବୁଦ୍ଧି ଦେଲେ ଯେ, ସେମାନେ ଉକ୍ତ ଅର୍ଥ ଭରଣା ପାଇଁ ବଜାରରୁ ଋଣ କରିପାରିବେ। ଏଥିରେ କେନ୍ଦ୍ର ସହାୟତା କରିବ। ଏଭଳି ଅବାନ୍ତର ସହଯୋଗ ସମ୍ଭବତଃ ଭାରତୀୟ ସଂଘୀୟ ବ୍ୟବସ୍ଥାରେ କେବେ ଦେଖାଦେଇ ନ ଥିଲା।
ଭାଜପା କେନ୍ଦ୍ରରେ କ୍ଷମତାସୀନ ହେବା ପରେ ସର୍ବଦା ‘ଏକ ଦେଶ ଏକ ଟିକସ’, ‘ଏକ ଦେଶ ଏକ ପରିଚୟପତ୍ର (ଆଧାର)’, ‘ଏକ ଦେଶ ଏକ ରାଶନ କାର୍ଡ’ଠାରୁ ଆରମ୍ଭ କରି ‘ଏକ ଦେଶ ଏକ ଭାଷା’ ବାଟ ଦେଇ ‘ଏକ ଦେଶ ଏକ ନେତା’ ପାଖରେ ପହଞ୍ଚୁଥିଲା। ମଝିରେ କରୋନା ବିଗାଡ଼ିଦେଲା। ସମ୍ବିଧାନରେ ‘ବିବିଧତା ଭିତରେ ଏକତା’କୁ ଭାରତର ସୌନ୍ଦର୍ଯ୍ୟ ଭାବେ ଅଭିହିତ କରାଯାଇଛି। କିନ୍ତୁ ଏବକାର କେନ୍ଦ୍ର ସରକାର ତାହାକୁ ଗ୍ରହଣ ନ କରି ନିଜେ ନୀତି ତିଆରି କରିବାକୁ ଚାହୁଁଥିବା ଦେଖାଯାଉଛି। ଏଠାରେ ଅନେକେ ପ୍ରଶ୍ନ କଲେଣି ଯେ, ସବୁକିଛି କେନ୍ଦ୍ରୀକରଣ ଚାହୁଁଥିବା ମୋଦି ‘ଟିକାକରଣ’ରେ ସେହି ନୀତି ଆପଣାଇଲେ ନାହିଁ କାହିଁକି। କେନ୍ଦ୍ର ସରକାର ଉପରେ ଆର୍ଥିକ ଓ ପରିଚାଳନାଗତ ଚାପ ପଡ଼ିବାରୁ ରାଜ୍ୟଗୁଡ଼ିକ ଟିକା ସଂକ୍ରାନ୍ତରେ ନିଷ୍ପତ୍ତି ନିଅନ୍ତୁ ବୋଲି ପରାମର୍ଶ ଦିଆଗଲା। ଏହି କ୍ଷେତ୍ରରେ କେବଳ ମୋଦି କୋଅପରେଟିଭ୍‌ ଫେଡେରାଲିଜମ୍‌ ବା ସହଯୋଗୀ ସଂଘୀୟବାଦ ବିଷୟକୁ ଗୁରୁତ୍ୱ ଦେଉଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଏବେ ଭାଜପା ସରକାର ନିଜର ସଂଘୀୟ ବ୍ୟବସ୍ଥାକୁ ଫେରିଯିବାକୁ ଚାହୁଁଛି। ନ ହେଲେ ପ୍ରାୟ ସବୁ କଥାରେ କେନ୍ଦ୍ରୀୟ ଶାସନ ସିଧାସଳଖ ରାଜ୍ୟଗୁଡ଼ିକ ଉପରେ ଲଦି ଦିଆଯିବାକୁ ଚେଷ୍ଟା ଚାଲିଛି। ଏପରିକି ନିକଟରେ ପଶ୍ଚିମବଙ୍ଗର ନୂତନ ବିଧାନସଭାରେ ବିରୋଧୀ ଦଳର ବିଧାୟକ ଓ ନେତାମାନଙ୍କୁ କେନ୍ଦ୍ରୀୟ ପୋଲିସ ବାହିନୀ ଦ୍ୱାରା ସୁରକ୍ଷା ଦିଆଯାଉଛି। କାରଣ ଭାଜପା ସେଠାରେ ବିରୋଧୀ ଦଳକୁ ଚାଲିଯାଇଛି।
ଆଜି ମୋଦି ଓ ତାଙ୍କ ଦଳ ଯେଉଁ ରାସ୍ତା ଧରିଛନ୍ତି, ତାହା ଦ୍ୱାରା ଦେଶରେ ଅନେକ କ୍ଷତି ହେଉଛି। ନିରଙ୍କୁଶ କ୍ଷମତାକୁ ଜାବୁଡ଼ି ଧରି ନେତୃତ୍ୱ ନେବାର ଅହଂଭାବ ଯୋଗୁ ଭାଜପାକୁ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ବିଶେଷକରି ପଶ୍ଚିମବଙ୍ଗରୁ କିଭଳି ଧକ୍‌କା ମିଳିଛି, ତାହା ସମସ୍ତେ ଜାଣନ୍ତି। ସେହିଭଳି କେବଳ କଂଗ୍ରେସକୁ ଦୋଷ ଦେଇ ଦିନେ କ୍ଷମତାକୁ ଆସିଥିବା ଭାଜପା ବୁଝିବା ଦରକାର ଯେ, ସ୍ବାଧୀନ ଭାରତ ଇତିହାସରେ ଯାହାସବୁ ସକାରାତ୍ମକ କାର୍ଯ୍ୟ ହୋଇଛି, ତାହାର ଶ୍ରେୟ କେବଳ ଗାନ୍ଧୀ ପରିବାର କିମ୍ବା କଂଗ୍ରେସ ନେଇପାରିବ ନାହିଁ। ଆଶାନୁଯାୟୀ ହେଉ ବା ନ ହେଉ, ଯାହା ବି ଭାରତରେ ହୋଇଛି ତାହାର ସବୁ ଶ୍ରେୟ ଦେଶର ଏହି ନାଗରିକଙ୍କୁ ଯିବ। ସେହି ନାଗରିକ ଥରେ ନୁହେଁ, ଦୁଇଥର ଅର୍ଥାତ୍‌ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ପରାଜିତ କରି ଅଳିଆଗଦାରେ ଫୋପାଡ଼ି ଦେଇଛନ୍ତି। ସରକାରୀ ଦଳ ନିଜର ଦାୟିତ୍ୱକୁ ଅବହେଳା କରି ବିରୋଧୀଙ୍କ ମୁଣ୍ଡରେ ଦୋଷ ଲଦିଲେ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri