Posted inଖେଳ

ଫିଟ୍‌ ହୋଇପାରିବେନି ଶ୍ରେୟସ୍‌! ଶ୍ରୀଲଙ୍କା ଗସ୍ତ ପାଇଁ ତାଙ୍କ ସ୍ଥାନ ନେଇପାରନ୍ତି ଏହି ୩ ଖେଳାଳି

ନୂଆଦିଲ୍ଲୀ,୧୫।୫: ଭାରତୀୟ କ୍ରିକେଟ ଟିମ୍‌ର ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟର ଫିଟ୍‌ ହେବାରେ ବିଳମ୍ବ ହେବ। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍‌ ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ଏଥିଲାଗି ସେ ସିରିଜ ଏବଂ ପରେ ଆଇପିଏଲ୍‌ ୨୦୨୧ ଖେଳିବାରୁ ବଞ୍ଚିତ ହୋଇଥିଲେ। ତେବେ ସେ ଜୁଲାଇ ସୁଦ୍ଧା ସୁସ୍ଥ ହୋଇ ଜାତୀୟ ଦଳରେ ଯୋଗଦେବେ ବୋଲି ଆଶା କରାଯାଉଥିଲା। ହେଲେ କୋଭିଡ-୧୯ ପ୍ରତିବନ୍ଧକ ଯୋଗୁ ତାଙ୍କ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହୋଇପାରେ। ଏବେ ସେ ସେପ୍ଟେମ୍ବର ସୁଦ୍ଧା ଫିଟ୍‌ ହୋଇ ଫେରିବେ ବୋଲି ଅନୁମାନ କରାଯାଉଛି।

ଭାରତ ଜୁଲାଇରେ ଶ୍ରୀଲଙ୍କା ଗସ୍ତରେ ୩ଟି ଦିନିକିଆ ଏବଂ ଟି-୨୦ ମ୍ୟାଚ୍‌ର ସିରିଜ୍‌ ଖେଳିବ। ଏହି ସମୟରେ ଶ୍ରେୟସଙ୍କ ଅନୁପସ୍ଥିତି ଦଳ ପାଇଁ ଝଟ୍‌କାଠାରୁ କମ୍‌ ନୁହେଁ। ୨୬ ବର୍ଷୀୟ ଏହି ଖେଳାଳିଙ୍କ ଅନୁପସ୍ଥିତିରେ କିଛି ଖେଳାଳି ସୁଯୋଗ ପାଇପାରନ୍ତି। ଆସନ୍ତୁ ଜାଣିବା ୩ ପ୍ରମୁଖ ଦାବିଦାର କିଏ?

-ଈଶାନ କିଶନ: ଆଇପିଏଲ୍‌ ୨୦୨୧ରେ ଫ୍ଲପ୍‌ ହୋଇଥିଲେ ହେଁ ଏହି ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ୪ନଂ ସ୍ଥାନରେ ଭଲ ବ୍ୟାଟିଂ କରିଥାଆନ୍ତି। ସେ ଶେୟସଙ୍କ ସ୍ଥାନରେ ଯୋଗ ଦେଇପାରନ୍ତି।

-ସଞ୍ଜୁ ସାମସନ୍‌: ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ବି ଦିନିକିଆ ଖେଳିନାହାନ୍ତି ଏହି ଖେଳାଳି। ସେ ମାତ୍ର ୭ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସ୍ଥାନ ପାଇଛନ୍ତି। ଏହାସତ୍ତ୍ୱେ ସଞ୍ଜୁ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିଲେ। ଏଣୁ ସେ ଶ୍ରୀଲଙ୍କା ଗସ୍ତ ବେଳେ ଦଳରେ ସାମିଲ ହୋଇପାରନ୍ତି।

-ସୂର୍ଯ୍ୟ କୁମାର ଯାଦବ: ଇଂଲଣ୍ଡ ବିପକ୍ଷ ଦୁଇ ଟି୨୦ ଅନ୍ତର୍ଜାତୀୟ ପାଳିରେ ସେ ୮୯ରନ୍‌ କରିଥିଲେ। ଏଣୁ ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ସାମିଲ ହୋଇପାରନ୍ତି। ଶ୍ରୀଲଙ୍କା ମଇଦାନ ସ୍ପିନ ପାଇଁ ଭଲ। ଅପରପକ୍ଷେ ସୂର୍ଯ୍ୟକୁମାର ସ୍ପିନରଙ୍କୁ ବହୁତ ଭଲ ଖେଳନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri