କୋଭିଡ୍‌ ନିୟନ୍ତ୍ରଣ ଲାଗି ୧୩ କଣ୍ଟ୍ରୋଲରୁମ୍‌

ଖୋର୍ଦ୍ଧା ଅଫିସ,୩।୫: ଖୋର୍ଦ୍ଧା ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଉପରମୁହଁା ରହିଛି କରୋନା ଗ୍ରାଫ। କୋଭିଡ୍‌ ନିୟନ୍ତ୍ରଣ ଲାଗି ସରକାର ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ଶଟ୍‌ଡାଉନ ପରେ ଏବେ ୧୪ଦିନିଆ ଲକ୍‌ଡାଉନ ନିଷ୍ପତ୍ତି ନେଇଛନ୍ତି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କୋଭିଡ୍‌ ନିୟନ୍ତ୍ରଣ ଲାଗି ଜିଲାରେ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା ରହିଛି। ପ୍ରତି ସିଏଚ୍‌ସିରେ ଗୋଟିଏ ଏବଂ ଜିଲାସ୍ତରରେ ୩ଟି ମୋଟ ୧୩ଟି କଣ୍ଟ୍ରୋଲରୁମ୍‌ କାର୍ଯ୍ୟକ୍ଷମ ରହିଛି। କୋଭିଡ୍‌ ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ରିପୋର୍ଟ ସଂଗ୍ରହ ଲାଗି ଜିଲା ସଂସ୍କୃତି ଭବନରେ ହେଲ୍‌ଥ ମନିଟରିଂ ସେଲ୍‌ କାର୍ଯ୍ୟକ୍ଷମ ରହିଛି। ଏହି ସେଲ୍‌ ସହିତ ଡାକ୍ତରଙ୍କୁ ସଂଯୋଗ କରାଯାଇଛି। ସଂକ୍ରମିତଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ସମସ୍ୟା ଉପରେ ପରାମର୍ଶ ଦିଆଯାଇଛି। ଶନିବାର ସୁଦ୍ଧା ୮୨ଜଣ ନୂତନ ଏବଂ ୧୧୫ ପଜିଟିଭ୍‌ଙ୍କ ସହ ଯୋଗାଯୋଗ କରାଯାଇଛି। ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର, ଡାକ୍ତରମାନେ ଭର୍ଚୁଆଲରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଆଲୋଚନାକରି ପରାମର୍ଶ ଦେଉଛନ୍ତି। ମେଡିକାଲ ପରିସରକୁ କୋଭିଡ୍‌ ସଂକ୍ରମଣକୁ ସୁରକ୍ଷିତ ରଖିବା ଲାଗି ୨୪ଘଣ୍ଟିଆ ଟେଲି ମେଡିସିନ ସେବା ଆରମ୍ଭ ହୋଇଛି। ଏଥିରେ ୭ଜଣ ଡାକ୍ତର ପର୍ଯ୍ୟାୟକ୍ରମେ ରୋଗୀଙ୍କ ସହ ଟେଲିଫୋନିକ୍‌ରେ ସ୍ବାସ୍ଥ୍ୟ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ସଂକ୍ରମିତଙ୍କୁ ବିଭିନ୍ନ କୋଭିଡ୍‌ ମେଡିକାଲକୁ ସ୍ଥାନାନ୍ତର କରିବା ଲାଗି ଅକ୍ସିଜେନ ସୁବିଧା ସହ ସ୍ବତନ୍ତ୍ର କୋଭିଡ୍‌ ଆମ୍ବୁଲାନ୍ସ ଖୋର୍ଦ୍ଧା ମେଡିକାଲ ସମେତ ପ୍ରତି ବ୍ଲକସ୍ତରରେ ଗୋଟିଏ ଲେଖାଏ ମୋଟ ୧୧ଟି ଉପଲବ୍ଧ ରହିଛି। ଏଥିସହ ୧୧ଟି ମୋବାଇଲ ଟେଷ୍ଟିଂ ୟୁନିଟ ରହିଛି। ଏତଦ୍‌ ବ୍ୟତୀତ ଜିଲାରେ ୩୧ଟି ୧୦୮ ଏବଂ ୨୮ଟି ୧୦୨ ଆମ୍ବୁଲାନ୍ସ ଉପଲବ୍ଧ ରହିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
୨୨ ଟିଏମ୍‌ସିରେ ୬୯୦ ଶଯ୍ୟା
ଖୋର୍ଦ୍ଧା ଜିଲା(ବିଏମସିକୁ ବାଦଦେଇ) ୧୦ ବ୍ଲକର ୧୯୦ ପଞ୍ଚାୟତରେ ୨୨ଟି କ୍ଲଷ୍ଟର ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମ୍‌ସି)ରେ ୬୯୦ଟି ଶଯ୍ୟା ରହିଛି। ସେଥିରୁ ବାଲିଅନ୍ତା ବ୍ଲକରେ ୨୦ଶଯ୍ୟାବିଶିଷ୍ଟ ୨ଟି, ବାଲିପାଟଣାରେ ୫୦ ଶଯ୍ୟାବିଶିଷ୍ଟ ୧, ଭୁବନେଶ୍ୱର ବ୍ଲକରେ ୪ଟି କ୍ଲଷ୍ଟର ଟିଏମ୍‌ସିରେ ୯୦ଟି ଶଯ୍ୟା ରହିଛି। ଜଟଣୀ ବ୍ଲକରେ ୫୦ଶଯ୍ୟାବିଶିଷ୍ଟ ୧, ଖୋର୍ଦ୍ଧା ବ୍ଲକ ୩୦ଶଯ୍ୟାବିଶିଷ୍ଟ ୧, ବେଗୁନିଆ ବ୍ଲକରେ ୨ଟି କ୍ଲଷ୍ଟର ଟିଏମ୍‌ସିରେ ୫୦ଶଯ୍ୟା ଲେଖାଏ ରହିଛି। ବୋଲଗଡ଼ ବ୍ଲକରେ ୨ଟି କ୍ଲଷ୍ଟର ଟିଏମ୍‌ସିରେ ୭୦ଶଯ୍ୟା ରହିଛି। ଟାଙ୍ଗୀ ବ୍ଲକରେ ୨ଟି କ୍ଲଷ୍ଟର ଟିଏମ୍‌ସିରେ ୫୦ଶଯ୍ୟା ରହିଛି। ଚିଲିକା ବ୍ଲକରେ ୪ଟି କ୍ଲଷ୍ଟର ଟିଏମ୍‌ସିରେ ୮୦ଟି ଶଯ୍ୟା ରହିଛି। ସେହିପରି ଖୋର୍ଦ୍ଧା ପୌରାଞ୍ଚଳରେ ୨୨ ଓ୍ବାର୍ଡ ପାଇଁ ୩୦ ଶଯ୍ୟା, ଜଟଣୀ ପୌରାଞ୍ଚଳର ୨୩ ଓ୍ବାର୍ଡ ପାଇଁ ୨୫ ଶଯ୍ୟା ଲାଗି ଗୋଟିଏ ଲେଖାଏ କ୍ଲଷ୍ଟର ଟିଏମ୍‌ସି ରହିଛି। ବାଣପୁର ଏନ୍‌ଏସିର୧୫ଟି ଓ୍ବାର୍ଡ ପାଇଁ ୫୦ଶଯ୍ୟାବିଶିଷ୍ଟ ଗୋଟିଏ ଏବଂ ବାଲୁଗଁା ଏନ୍‌ଏସିର ୧୧ଟି ଓ୍ବାର୍ଡ ଲାଗି ୩ଟି କ୍ଲଷ୍ଟର ଟିଏମ୍‌ସିରେ ୩୦ଶଯ୍ୟା ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଗ୍ରାମାଞ୍ଚଳରେ ବିଭିନ୍ନ ଟିଏମ୍‌ସିରେ ୪୦ଜଣ ପ୍ରବାସୀ ସଙ୍ଗରୋଧରେ ରହିଛନ୍ତି। ସେଥିରୁ ବାଲୁଗଁା ଏନ୍‌ଏସିରେ ୩୦ଜଣ ରହିଛନ୍ତି।
ପ୍ରସ୍ତୁତ ରହିଛି ସିସିସି ଓ ସିସିଏଚ୍‌
ଜିଲା ପ୍ରଶାସନର ରିପୋର୍ଟ ଅନୁସାରେ ବାଳକାଟୀଠାରେ ୧୬୦ ଶଯ୍ୟାବିଶିଷ୍ଟ ନୀଳାଚଳ କୋଭିଡ୍‌ ହସ୍ପିଟାଲ ରହିଛି। ସେହିପରି ଏପ୍ରିଲ ୨୭ରୁ ଜଟଣୀ ବ୍ଲକ ଖୁଦୁପୁର ଠାରେ ୩ଶହ ଶଯ୍ୟାବିଶିଷ୍ଟ ସିସିସି(କୋଭିଡ୍‌ କେୟାର ସେଣ୍ଟର) କାର୍ଯ୍ୟକ୍ଷମ ରହିଛି। ସେହିପରି ଝାମୁଝରୀ ଠାରେ ୫ ଶହ, ନାଚୁଣୀ କଲେଜ ଓ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧାଠାରେ ୨ଶହ ଲେଖାଏ ଶଯ୍ୟା ଏବଂ ଆଇଏନ୍‌ଏସ୍‌ ଚିଲିକା ଠାରେ ୧୫୦ଶଯ୍ୟାବିଶିଷ୍ଟ ସିସିସି ଖୋଲିବା ଲାଗି ଯୋଜନା କରାଯାଇଛି। ସମସ୍ତ ସିସିଏଚ(କୋଭିଡ୍‌ କେୟାର ହସ୍ପିଟାଲ) ଏବଂ ସିସିସିରେ ଶଯ୍ୟା ଅନୁସାରେ ଅକ୍ସିଜେନ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri