Posted inଖେଳ

ମୁମ୍ବାଇ ଷ୍ଟେଶନରେ ଅଟକିଲା ଚେନ୍ନାଇ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ,୧।୫ : ଲଗାତାର ୫ ବିଜୟ ହାସଲ କରିବା ପରେ ଅଟକିଛି ଚେନ୍ନାଇ ଏକ୍ସକ୍ରେସ୍‌। କେହି ଅଟକାଇ ପାରିଲେ ନାହିଁ କିରନ ପୋଲାର୍ଡଙ୍କ ଝଡ଼କୁ। ସାମ୍ନାରେ ୨୧୯ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଓ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ୪ ଉଇକେଟରେ ହରାଇ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ। ମ୍ୟାଚ୍‌ରେ କିଛି ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା, ଯାହା ଚେନ୍ନାଇ କେବେ ଚିନ୍ତା କରି ନ ଥିଲା। ଫେଲ୍‌ ମାରିଥିଲା ଧୋନୀଙ୍କ ଡିଆରଏସ୍‌। ରବୀନ୍ଦ୍ର ଜାଡେଜାଙ୍କ ମିସ୍‌ ଫିଲ୍ଡିଂ। ସୁବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ୟାଚ୍‌ ଛାଡ଼ିଥିଲେ ଫାଫ୍‌। ଏହି ସବୁ ତ୍ରୁଟି ସିଏସ୍‌କେର ପରାଜୟ ପଛର କାରଣ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ସିଏସ୍‌କେ ପ୍ରଥମ ଓଭରରେ ହରାଇଥିଲା ଇନ ଫର୍ମ ଓପନର ରୁତୁରାଜ ଗାଏକ୍ୱାଡ (୪)ଙ୍କୁ। ତା’ ପରେ ଛକାର ବର୍ଷା ଆରମ୍ଭ କରିଥିଲେ ଡୁ’ ପ୍ଲେସି ଓ ମୋଇନଙ୍କ ଯୋଡ଼ି। ଦୁହେଁ ୬୦ ବଲରେ ଯୋଡ଼ିଥିଲେ ୧୦୮ ରନ୍‌। ଫାଫ୍‌ ୨୮ ବଲରେ ୫୦ (୨ ଚୌକା ଓ ୪ ଛକା) ଓ ମୋଇନ ଅଲି ୩୬ ବଲରେ ୫୮ (୫ ଲେଖାଏ ଚୌକା ଓ ଛକା)। ଏହାପରେ ଦୁଇ ଓଭର ଭିତରେ ସିଏସ୍‌କେ ହରାଇଥିଲା ୩ ଉଇକେଟ। ମୁମ୍ବାଇ ହାତରେ ଥିଲା ମ୍ୟାଚ୍‌କୁ ଫେରିବାର ସୁଯୋଗ। କିନ୍ତୁ ମୁମ୍ବାଇର କୌଣସି ବୋଲରଙ୍କୁ କ୍ଷମାଦେଇ ଦେଲେ ନାହିଁ ରାୟୁଡୁ। ୨୭ ବଲରେ ୪ ଚୌକା ଓ ୭ ଛକା ସହାୟତାରେ ଖେଳିଥିଲେ ବିସ୍ଫୋରକ ୭୨* ରନ୍‌ର ପାଳି। ରବୀନ୍ଦ୍ର ଜାଡେଜା ୨୨ ରନ୍‌ କରିଥିଲେ। ଫଳରେ ସିଏସ୍‌କେ ୪ ଉଇକେଟ ହରାଇ ୨୧୮ ରନ୍‌ କରିଥିଲା। ଚେନ୍ନାଇ ଇନିଂସରେ ସାମିଲ ଥିଲା ୧୬ଟି ଛକା।

ଜବାବରେ ୯.୪ ଓଭର ସୁଦ୍ଧା ମୁମ୍ବାଇ ୩ ଉଇକେଟ ହରାଇ ୮୧ ରନ୍‌ କରିଥିଲା। ଖୁବ୍‌ କମ୍‌ ଥିଲା ବିଜୟ ସମ୍ଭାବନା। କିନ୍ତୁ ପୋଲାର୍ଡ ଛଡ଼େଇ ନେଇଥିଲେ ମ୍ୟାଚ୍‌। କେବଳ ଛକା ଓ ଚୌକାରେ ଦେଇଥିଲେ ବୋଲରଙ୍କୁ ଉତ୍ତର। ମୁମ୍ବାଇକୁ ୧୨ ବଲରେ ଦରକାର ଥାଏ ୩୧ ରନ୍‌। ସାମ କୁରାନଙ୍କ ଓଭର ପ୍ରଥମ ଦୁଇ ବଲକୁ ଛକା ମାରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ତା’ ପରେ ଦୁଇ ଉଇକେଟ ନେଇ ମ୍ୟାଚ୍‌କୁ ନିର୍ଣ୍ଣାୟକ ମୋଡ଼ ଉପରେ ଛିଡ଼ା କରି ଦେଇଥିଲେ କୁରାନ। ଅନ୍ତିମ ଓଭରରେ ପୋଲାର୍ଡଙ୍କ ଝଡ଼କୁ ରୋକିପାରି ନ ଥିଲେ ଲୁଙ୍ଗି ଏନ୍‌ଗିଡି। ପୂରା ୨୦ ଓଭରରେ ୬ ଉଇକେଟ ହରାଇ ୨୨୦ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା ମୁମ୍ବାଇ। ପୋଲାର୍ଡ ୩୪ ବଲରେ ଖେଳିଥିଲେ ୮୭ ରନ୍‌ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ୬ ଚୌକା ଓ ୮ ଛକା ସାମିଲ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri