Posted inଖେଳ

ଗ୍ରେଡ୍‌ ଏ’ରେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ, ୧୬ା୪(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ଚୁକ୍ତି ତାଲିକା (ସେଣ୍ଟ୍ରାଲ କଣ୍ଟ୍ରାକ୍ଟ) ଗୁରୁବାର ପ୍ରକାଶ ପାଇଛି। ଏଥିରେ ୪ଟି କାଟେଗୋରିରେ ମୋଟ ୨୮ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଗ୍ରେଡ୍‌-ଏ’+ କାଟେଗୋରିରେ ଭାରତର ୩ ଷ୍ଟାର ଖେଳାଳି ଅଧିନାୟକ ବିରାଟ କୋହଲି, ତାଙ୍କ ହ୍ବାଇଟ୍‌ ବଲ୍‌ ଡେପୁଟି ରୋହିତ ଶର୍ମା ଓ ଯଶପ୍ରୀତ ବୁମ୍‌ରା ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି। ପ୍ରତ୍ୟେକ ବାର୍ଷିକ ୭କୋଟି ଲେଖାଏ ପାଇବେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଏହା ଇଞ୍ଜୁରିପ୍ରବଣ ସିଜନ ରହିଥିଲେ ମଧ୍ୟ ସେ ପଦୋନ୍ନତି ପାଇଛନ୍ତି। ସେ ଗ୍ରେଡ୍‌-ଏ’ କାଟେଗୋରିରେ ସ୍ଥାନ ପାଇଛନ୍ତି। ଏହାଦ୍ୱାରା ସେ ଏଣିକି ବାର୍ଷିକ ୫ କୋଟି ଟଙ୍କା ପାଇବେ। ଗତ ବର୍ଷ ସେ ଗ୍ରେଡ୍‌-ବି’ରେ ରହିଥିଲେ। ଯୁବ ଖେଳାଳି ଶୁବମନ ଗିଲ୍‌ ଓ ମହମ୍ମଦ ସିରାଜ ପ୍ରଥମ ଥର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସ୍ଥାନ ପାଇଛନ୍ତି। ଉଭୟଙ୍କୁ ଗ୍ରେଡ୍‌ ସି’ରେ ସ୍ଥାନ ମିଳିଛି। ସେମାନେ ବାର୍ଷିକ ୧ କୋଟି ଟଙ୍କା ଲେଖାଏ ପାଇବେ। ଅନ୍ୟପକ୍ଷରେ ଶାର୍ଦ୍ଦୁଳ ଠାକୁର ଗ୍ରୁପ୍‌ ବି’କୁ ପଦୋନ୍ନତି ପାଇଛନ୍ତି। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ଟେଷ୍ଟ ସଫଳତାରେ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଏହି ୩ ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକାରେ ସ୍ଥାନ ମିଳିଛି। ଯେଉଁମାନେ ତଳକୁ ଖସିଛନ୍ତି ସେମାନଙ୍କ ମଧ୍ୟରେ ପେସ୍‌ ବୋଲର ଭୁବନେଶ୍ୱର କୁମାର ରହିଛନ୍ତି। ସେ ଗ୍ରେଡ୍‌-ବି’ ତାଲିକାରେ ସ୍ଥାନ ପାଇଛନ୍ତି। ତାଙ୍କ ମୂଲ୍ୟ ଏବେ ୩ କୋଟି ଟଙ୍କା। କେଦାର ଯାଦବ ମଧ୍ୟ ତଳ ପାହ୍ୟାକୁ ଖସିଛନ୍ତି। ବିଭିନ୍ନ ଇଞ୍ଜୁରି ଯୋଗୁ ସମସ୍ତ ଫର୍ମାଟରେ ସେ ନିୟମିତ ଖେଳିପାରୁ ନ ଥିଲେ। ଦୀର୍ଘ ଦିନ ଅନୁପସ୍ଥିତି ଯୋଗୁ ସେ ଏ’ ରୁ ବି’ କାଟେଗୋରିକୁ ଖସିଯାଇଛନ୍ତି। ସବୁଠାରୁ ଅଧିକ କ୍ଷତି ସହିବାକୁ ପଡ଼ିଛି ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କୁ। ସେ ଏ’ରୁ ସି’ ଗ୍ରେଡ୍‌କୁ ଚାଲିଆସିଛନ୍ତି। ଅପରପକ୍ଷରେ ବର୍ତ୍ତମାନ କେବଳ ଗୋଟିଏ ଫର୍ମାଟ (ଅନ୍ତର୍ଜାତୀୟ ଦିନିକିଆ)ରେ ଖେଳୁଥିବା ଶିଖର ଧାଓ୍ବନ ଏ’ କାଟେଗୋରିରେ ତାଙ୍କ ସ୍ଥାନ ବଜାୟ ରଖିପାରିଛନ୍ତି। ତାଙ୍କ ସହିତ ଏହି କାଟେଗୋରିରେ ରହିଛନ୍ତି ଟେଷ୍ଟ ସ୍ପେଶାଲିଷ୍ଟ ରବିଚନ୍ଦ୍ରନ ଅଶ୍ୱିନ ଓ ଚେତେଶ୍ୱର ପୂଜାରା। ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ୨୭ ଉଇକେଟ ସଫଳତା ହାସଲ କରିଥିବା ଅକ୍ଷର ପଟେଲ ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ଫେରିବାରେ ସମର୍ଥ ହୋଇଛନ୍ତି। ସର୍ବନିମ୍ନ କାଟେଗୋରିରେ ସ୍ଥାନ ପାଇବାକୁ ହେଲେ ଜଣକୁ ଅତିକମ୍‌ରେ ୩ଟି ଟେଷ୍ଟ ମ୍ୟାଚ ଖେଳିବା ଆବଶ୍ୟକତା ରହିଛି। ଭବିଷ୍ୟତର ଏ’+ ପ୍ରାର୍ଥୀ ରିଷଭ ପନ୍ତ ଗ୍ରେଡ୍‌ ଏ’ରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି।
ବିସିସିଆଇର ବାର୍ଷିକ ଚୁକ୍ତି ତାଲିକା
ଗ୍ରେଡ୍‌-ଏ’+ (୭ କୋଟି ଟଙ୍କା) : ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମ୍‌ରା।
ଗ୍ରେଡ୍‌-ଏ’ (୫କୋଟି): ଆର. ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଶିଖର ଧାଓ୍ବନ, କେ.ଏଲ୍‌. ରାହୁଲ, ମହମ୍ମଦ ଶାମି, ଈଶାନ୍ତ ଶର୍ମା, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା।
ଗ୍ରେଡ୍‌-ବି’ (୩ କୋଟି): ରିଦ୍ଧିମାନ ଶାହା, ଉମେଶ ଯାଦବ, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଳ ଠାକୁର, ମୟଙ୍କ ଅଗ୍ରଓ୍ବାଲ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri