ବାରିପଦାରେ ବଢୁଛି ଆପରାଧିକ ମାମଲା

ବାରିପଦା ଅଫିସ,୧୨ା୪- ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦା ସହରରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। ଚୋରି,ଛିନତାଇ,ସାଇବର ଠକେଇ, ହତ୍ୟାକାଣ୍ଡ, ବଳାତ୍କାର ଆଦି ଘଟଣା ପ୍ରତିଦିନ ଘଟୁଛି। ଜନସଂଖା ବୃଦ୍ଧି ସାଙ୍ଗକୁ ଯାନବାହାନ ଚଳାଚଳରେ ଦୁର୍ଘଟଣା ଜନିତ ଆଇନଶୃଙ୍ଖଳା ବିଗିଡ଼ିବା ପରିସ୍ଥିତି ସୃଷ୍ଟି ହେଉଛି। ମାତ୍ର ପ୍ରତିକାର ମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅପରାଧ ନିୟନ୍ତ୍ରଣ ଓ ଅପରାଧିଙ୍କୁ ତତ୍‌କ୍ଷଣାତ ଧରିବାରେ ପୋଲିସ ବିଫଳ ହେଉଛି ା ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଆବଶ୍ୟକ କର୍ମଚାରୀ ସାଙ୍ଗକୁ ପିିିସିଆର ଭ୍ୟାନ୍‌ ଅଭାବ ମୁଖ୍ୟ ସମସ୍ୟା ପାଲଟିଛି। ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ଆଗାମୀ ଦିନରେ ଏହି ସହର ଅପରାଧିଙ୍କ ପେଣ୍ଠସ୍ଥଳ ପାଲଟିବା ଆଶଙ୍କାକୁ ଏଡାଇ ଦେଇ ହେବନାହିଁ।
ବାରିପଦା ସହର ମଧ୍ୟରେ ଟାଉନ, ସଦର ଓ ଟ୍ରାଫିକ ଥାନା ରହିଛି। ୧୦କି.ମି. ପରିଧି ମଧ୍ୟରେ ବାରିପଦା ପୌରପାଳିକା ଅଧୀନରେ ରହିଛି ୨୮ଟି ୱାର୍ଡ଼। ୨୬ଟି ବ୍ଲକର ଜନସାଧାରଣ ଜିଲା ମୁଖ୍ୟାଳୟକୁ ଆସୁଥିବା ବେଳେ ପ୍ରତିଦିନ ଧାରଣା ବିକ୍ଷୋଭ ଓ ରାଲି ଅନୁଷ୍ଠିତ ହୋଇଥାଏ। ଆଇନଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ହାତରେ ଥିବା ଏକମାତ୍ର ପୁରୁଣା ପିସିଆର ଭ୍ୟାନ୍‌ ନିୟୋଜିତ ରହୁଥିବାରୁ ପାଟ୍ରୋଲିଂ ଓ ତତ୍‌କ୍ଷଣାତ ସେବା ସମ୍ପାଦନାରେ ବାଧା ସୃଷ୍ଟି ହେଉଛି। ୨୦୨୦-୨୧ବର୍ଷରେ ୧୨୮ଟି ଆଇନଶୃଙ୍ଖଳା ସ୍ଥିତି ପାଇଁ ପୋଲିସ ମୁତୟନ ରହିଥିବା ବେଳେ ୯୪୧ଟି ମାମଲା ରୁଜୁ ହୋଇଛି। ୨୦ଟି ଅବକାରୀ ମାମଲା, ୮ଟି ନିଶାଦ୍ରବ୍ୟ(ଏନଡ଼ିପିଏସ୍‌) ମାମଲା, ୩ଟି ଜୁଆଖେଳ ମାମଲା ଓ ୩୯ ୱାରେଣ୍ଟିିଙ୍କୁ ଧରିବାରେ ଟାଉନ ପୋଲିସ ସଫଳ ହୋଇଛି। ସେହିପରି ୨୦୨୧-୨୨ରେ ଅଦ୍ୟାବଧି ୩୫୬ଟି ମାମଲା ରୁଜୁ ହୋଇଥିବା ବେଳେ ଅପରାଧିଙ୍କୁ ଧରିବା ପାଇଁ ସୁବ୍ୟବସ୍ଥା କରାଯାଉନାହିଁ। ସହରରେ ଘଟୁଥିବା ସଡ଼କ ଦୁର୍ଘଟଣା ପାଇଁ ଅତ୍ୟାଧୁନିକ ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା ନ ଥିବାରୁ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଟ୍ରାଫିକ ଥାନାରେ ଅଧିକାରୀ ନ ଥିବା ବେଳେ ଟାଉନ ଥାନାଧିକାରୀ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। ଆବଶ୍ୟକ କର୍ମଚାରୀ ପଦବୀ ଫାଙ୍କା ପଡ଼ିଥିବାରୁ ସହରବାସୀ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ମାନସ କୁମାର ସେଠୀ, ବଳରାମ ଜେନା, ରଘୁନାଥ ଦାସ ପ୍ରକାଶ କରିଛନ୍ତି। କେବଳ ମାମଲା ରୁଜୁ କରି ପୋଲିସ ହାତବାନ୍ଧି ବସୁଥିବା ବେଳେ ଅପରାଧିମାନେ ଖୁଲମଖୋଲା ଅପରାଧ ଘଟାଇ ଚାଲିଛନ୍ତି। ପୂର୍ବରୁ ଅପରାଧ ନିୟନ୍ତ୍ରଣ ପାଇଁ ୨୪ ଘଣ୍ଟିିିଆ କଣ୍ଟ୍ରୋଲ୍‌ରୁମ୍‌ ସେବା ଓ ପିସିଆର ବାଇକ୍‌ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲେ ହେଁ ତାହା ଏବେ ଅଚଳ ଅବସ୍ଥାରେ ପଡ଼ିରହିଛି ା ତ୍ୱରିତ ସେବା ଯୋଗାଇବା ପାଇଁ ୬ଟି ପିସିଆର୍‌ ବାଇକ୍‌ ବ୍ୟବସ୍ଥା କରାଯାଇଥିଲା। ସେଥିମଧ୍ୟରୁ ୩ଟି କାର୍ଯ୍ୟ କରୁଥିବା ବେଳେ ତାହା ଟ୍ରାଫିକ୍‌ ସେବା ନିୟନ୍ତ୍ରଣରେ ଲାଗିଛି। ସହରର ଗୋଟିଏ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ପର୍ଯ୍ୟନ୍ତ ପାଟ୍ରୋଲିଂ ସେବା ଯୋଗାଇବା ପାଇଁ ବିଭାଗ ପକ୍ଷରୁ ଅଧିକ ପିସିଆର୍‌ ଭ୍ୟାନ ସେବା ପ୍ରଚଳନ କଲେ ଅପରାଧ ନିୟନ୍ତ୍ରଣ ସହଜ ହୋଇପାରନ୍ତା ବୋଲି ଚିନ୍ମୟ ମାଇତି, ପ୍ରବୀଣ ପଣ୍ଡା, ନରୋତ୍ତମ ନାଏକ ପ୍ରମୁଖ ଦାବି କରିଛନ୍ତି। ଏନେଇ ସଦର ଏସ୍‌ଡିପିଓ କେ.କେ. ହରିପ୍ରସାଦଙ୍କୁ ପଚାରିବାରୁ ଆବଶ୍ୟକ ପିସିଆର୍‌ ଭ୍ୟାନ୍‌ ଓ କର୍ମଚାରୀ ପାଇଁ ଆମେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ଟ୍ରାଫିକ୍‌ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ସହ ଅପରାଧ ନିୟନ୍ତ୍ରଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଗଛକାଟି ବସ୍‌ଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ବାରିପଦା,୨୩।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବାରିପଦା ସହରର ପାଲବଣିଠାରେ ବ୍ୟାପକ ଗଛକାଟି ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ଘଟଣାରେ ମୟୂରଭଞ୍ଜ ଜିଲା ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍‌ବେଗ ପ୍ରକାଶ କଲେ ପରିବେଶବିତ୍‌

ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ...

ଧାନ ଚୋରି ରୋକିବାକୁ ସୀମା ସିଲ୍‌, ଏସ୍‌ପିଙ୍କୁ ଚିଠି ଲେଖି ଜିଲାପାଳ କହିଲେ…

ବାରିପଦା,୧୯ା୧୨: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ଚେକ ପୋଷ୍ଟ କରାଯିବ। ଏଠାରେ ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ଜିଲାପାଳ। ଉକ୍ତ ଚିଠିରେ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri