Posted inଖେଳ

ଚାରିବର୍ଷ ପରେ ଟପ୍ସରେ ସାନିଆ ସାମିଲ

ନୂଆଦିଲ୍ଲୀ, ୮।୪(ପି.ଟି.)- ଭାରତୀୟ ମହିଳା ଟେନିସ ତାରକା ସାନିଆ ମିର୍ଜା ସରକାରଙ୍କ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌ (ଟପ୍ସ)ରେ ସାମିଲ ହୋଇଛନ୍ତି। ୪ ବର୍ଷ ବ୍ୟବଧାନରେ ସାନିଆ ଏହି କାର୍ଯ୍ୟକ୍ରମରେ ପୁଣି ସାମିଲ ହୋଇଛନ୍ତି। ଏଠାରେ ଅନୁଷ୍ଠିତ ୫୬ତମ ମିଶନ ଅଲିମ୍ପିକ୍‌ ସେଲ୍‌ର ବୈଠକରେ ସାନିଆଙ୍କୁ ସାମିଲ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା। ଏକାଧିକ ବିଭାଗରେ ଗ୍ରାଣ୍ଡସ୍ଲାମ ବିଜୟିନୀ ୩୪ ବର୍ଷୀୟା ସାନିଆ ଏହାପୂର୍ବରୁ ଶେଷଥର ପାଇଁ ୨୦୧୭ରେ ଏହି ସ୍କିମ୍‌ରେ ସାମିଲ ହୋଇଥିଲେ। ଏହାପରେ ଆହତ ସମସ୍ୟା ଯୋଗୁ ବାଦ୍‌ ପଡ଼ିଥିଲେ। ର଼୍ୟାଙ୍କିଙ୍ଗ୍‌ ଦୃଷ୍ଟିରୁ ସାନିଆ ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗର୍ଭାବସ୍ଥା ପାଇଁ ସେ ବ୍ରେକ୍‌ ନେଇଥିବାବେଳେ ତାଙ୍କ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ଏବେ ୧୫୭ ରହିଛି। ମାତ୍ର ଡବ୍ଲ୍ୟୁଟିଏ ନିୟମ ଅନୁସାରେ ଯଦି କୌଣସି ଖେଳାଳି ଆହତ ସମସ୍ୟା କିମ୍ବା ଗର୍ଭାବସ୍ଥା ପାଇଁ ୬ ମାସରୁ ଊର୍ଦ୍ଧ୍ୱ ଟେନିସରୁ ଦୂରେଇ ରୁହେ ସେ କ୍ଷେତ୍ରରେ ସେମାନେ ସ୍ପେଶାଲ ର଼୍ୟାଙ୍କିଙ୍ଗ୍‌ ବା ପ୍ରୋଟେକ୍ଟେଡ ର଼୍ୟାଙ୍କିଙ୍ଗ୍‌ ପାଇଁ ଆବେଦନ କରିପାରିବେ। ସେ କ୍ଷେତ୍ରରେ ସେମାନେ ଖେଳିଥିବା ପୂର୍ବ ଟୁର୍ନାମେଣ୍ଟର ର଼୍ୟାଙ୍କ୍‌ ବିଚାରକୁ ନିଆଯିବ। ସାନିଆ ଶେଷଥର ପାଇଁ ୨୦୧୭ ଅକ୍ଟୋବରରେ ଚାଇନା ଓପନରେ ଖେଳିଥିଲେ। ସେତେବେଳେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୯ମ ସ୍ଥାନରେ ଥିଲେ। ତେଣୁ ସ୍ପେଶାଲ ର଼୍ୟାଙ୍କିଙ୍ଗ୍‌ (୯ମ) ଭିତ୍ତିରେ ସେ ଅଲିମ୍ପିକ୍ସ ଯୋଗ୍ୟତା ପାଇଛନ୍ତି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଡବ୍ଲ୍ୟୁଟିଏ ପକ୍ଷରୁ ସ୍ପେଶାଲ ର଼୍ୟାଙ୍କିଙ୍ଗ୍‌ ପ୍ରଚଳନ କରାଯାଇଛି। ଗର୍ଭାବସ୍ଥା ପାଇଁ ସାନିଆ ୨ ବର୍ଷ ଟେନିସରୁ ଦୂରେଇ ରହିଥିଲେ। ପୁତ୍ରସନ୍ତାନ ଜନ୍ମ ହେବା ପରେ ଗତବର୍ଷ ସେ ଟେନିସ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରି ସିଜନ ପ୍ରାରମ୍ଭ ହୋବାର୍ଟ ଅନ୍ତର୍ଜାତୀୟ ଡବ୍ଲ୍ୟୁଟିଏ ଇଭେଣ୍ଟ ଖେଳିଥିଲେ। ୟୁକ୍ରେନର ନାଦିଆ କିଚେନକ୍‌ଙ୍କୁ ସାଥିକରି ସେ ମହିଳା ଡବଲ୍ସ ଟାଇଟଲ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri