ତରଭୁଜର ଉପକାରିତା

ତରଭୁଜ ଏମିତି ଏକ ଫଳ, ଯେଉଁଥିରେ ଲାଇକୋପିନ୍‌ର ମାତ୍ରା ପ୍ରଚୁର ଥିବା ଯୋଗୁ ତ୍ୱଚାରେ ଚମକ ଆଣିବାରେ ଏହା ବିଶେଷ ସହାୟକ ହୋଇଥାଏ। ସେହିପରି ଏଥିରେ ଭିଟାମିନ୍‌-ଏ ରହିଥିବାରୁ ଏହା ଦୃଷ୍ଟିଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ଲାଭଦାୟକ ହୋଇଥାଏ। ଖରାଦିନେ ତରଭୁଜ ଜୁସ୍‌କୁ ପିଇଲେ ପେଟ ସହ ମସ୍ତିଷ୍କ ମଧ୍ୟ ଥଣ୍ଡା ରହିଥାଏ; ଯଦ୍ଦ୍ବାରା କ୍ରୋଧ ନିୟନ୍ତ୍ରଣରେ ରୁହେ। ହୃଦୟ ସମ୍ବନ୍ଧୀୟ ରୋଗରୁ ଉପଶମ ଦେବାରେ ମଧ୍ୟ ତରଭୁଜ ବହୁତ ଉପକାରୀ ହୋଇଥାଏ। ସେହିପରି ଏହାକୁ ନିୟମିତ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିବା ସହ ଶରୀରରେ ରକ୍ତର ପରିମାଣ ବୃଦ୍ଧି ହୋଇଥାଏ। ତରଭୁଜକୁ କେବଳ ଖାଇଲେ ହେବ ତାହା ନୁହେଁ, ଏହାକୁ ତ୍ୱଚାରେ ମସାଜ୍‌ କଲେ ବ୍ଲାକ୍‌ହେଡ୍ସ କମିବା ସହ ଚେହେରାରେ ଚମକ ଆସିଥାଏ। ଏହାର ମଞ୍ଜି ବି ବହୁତ ଲାଭଦାୟକ ହୋଇଥାଏ। ଏହାକୁ ବାଟି ତ୍ୱଚାରେ ଲଗାଇଲେ ଚମକ ବୃଦ୍ଧି ପାଇବା ସହ ମୁଣ୍ଡ ବିନ୍ଧା ସମସ୍ୟାରୁ ବି ମୁକ୍ତି ମିଳିଥାଏ। ସବୁଠୁ ବଡ଼ କଥା ହେଉଛି, ଶରୀରର ମୋଟାପଣ କମ୍‌ କରିବାରେ ତରଭୁଜକୁ ଏକ ପୌଷ୍ଟିକ ଫଳ ଭାବେ ସାଧାରଣରେ ବିବେଚନା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଶୀତ ଯୋଗୁ ଘୋଷଣା ହେଲା ସ୍କୁଲ ଛୁଟି, ଡିସେମ୍ୱର ୧୪ ଯାଏ…

ନୂଆଦିଲ୍ଲୀ,୧୦।୧୨: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଲହରୀ, ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଡିସେମ୍ୱର ଦ୍ୱିତୀୟ ସପ୍ତାହ ପାଇଁ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଆଜ୍‌ମା ଆଶଙ୍କା କମାଏ ସନ୍ତୁଳିତ ଓଜନ

ଆଜ୍‌ମା ଏଭଳି ଏକ ସସମ୍ୟା, ଯାହାକୁ ଔଷଧ ଖାଇବା ସହ ଆଉ କେତୋଟି ବିଷୟ ପ୍ରତି ଧ୍ୟାନ ଦେଲେ ତାହା ନିୟନ୍ତ୍ରଣରେ ରହିଥାଏ। ତେବେ ଏଥିରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri