Posted inଫୁରସତ

ବିସ୍ମୟ ପ୍ରକୃତି

ପ୍ରକୃତି ଏକ ବିସ୍ମୟର ଗନ୍ତାଘର। ଏହାମଧ୍ୟରେ ଏମିତି ଅନେକ କିଛି ଅଛି, ଯାହା ମଣିଷକୁ ବାରମ୍ବାର ଚକିତ କରିଆସିଛି। ତା’ର ରହସ୍ୟ ଜାଣିବାକୁ ଚେଷ୍ଟା କରିଛି। ହେଲେ ପାରିନି। ସେମିତି କିଛି ବିସ୍ମୟକର ସ୍ଥାନ ସମ୍ପର୍କରେ…

ବଟର୍‌ ବଲ୍‌: ଦକ୍ଷିଣ ଭାରତର ମହାବଳୀପୁରମ୍‌ରେ ଶ୍ରୀକୃଷ୍ଣଙ୍କର ଏକ ଚମତ୍କାରୀ ବିଶାଳକାୟ ପଥର ମହଜୁଦ ଅଛି। ଏହା ‘ବଟର ବଲ୍‌’ ନାମରେ ପରିଚିତ। ପଥରର ଓଜନ ପ୍ରାୟ ୫୦ ଟନ୍‌। ଓସାର ୫ ମିଟର ଓ ଉଚ୍ଚତା ୨୦ ଫୁଟ୍‌। ଉକ୍ତ ପଥରର ବିଶେଷତ୍ୱ ହେଉଛି ଯେ, ଏହା ୪୫ଂ କୋଣକୁ ଢଳି ରହିଛି। ତଥାପି ଏହା ସ୍ଥିର ହୋଇ ୧୨୦୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ସେମିତି ରହିଛି। ସେ ପୁଣି ବିନା କୌଣସି ସାହାରାରେ। ଅନେକ ଲୋକ ଏହାକୁ ହଲାଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ଏମିତି କି ଝଡ଼ ତୋଫାନ, ସୁନାମୀରେ ବି ଏହି ପଥର କାଣିଚାଏ ହଲିନାହିଁ।

ଷ୍ଟୋନ ଫରେଷ୍ଟ: ଚାଇନାର ୟୁନାନ ପ୍ରାନ୍ତରେ ଏମିତି ଏକ ଜଙ୍ଗଲ ଅଛି, ଯେଉଁଠି ଗଛ ନ ଥାଇ ଅଛି କେବଳ ପାହାଡ। ଏହା ‘ଶିଲିନ ଷ୍ଟୋନ ଫରେଷ୍ଟ’ ନାମରେ ପରିଚିତ। ୨୭୦ ବର୍ଷ ପୁରୁଣା ଏହି ଜଙ୍ଗଲ ୩୪୯ କି.ମି. ପର୍ଯ୍ୟନ୍ତ ବ୍ୟାପିଛି। ଏଠାକାର ପାହାଡର ଶୀର୍ଷଗୁଡିକର ଆକାର ଏଭଳି ଯେ, ଭ୍ରମ ହୁଏ ତାହା ଗଛ ବୋଲି।

କ୍ରୁକଡ୍‌ ଫରେଷ୍ଟ: ପୋଲାଣ୍ଡରେ ଅଛି ଏମିତି ଏକ ଜଙ୍ଗଲ, ଯେଉଁଠି ଶହ ଶହ ପାଇନ ଗଛର ମୂଳ ଭାଗ ମୋଡି ହୋଇ ପୁଣି ସିଧା ହୋଇଛି। ଯାହାକି ୯୦ଂ କୋଣ ସୃଷ୍ଟି କରୁଛି। ଏତେ ସବୁ ଗଛ କିଭଳି ଏକାଭଳି ମୋଡି ହୋଇ ରହିଛି, ତେଣୁ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରେ। କିଏ କହେ ଏହା ମନୁଷ୍ୟକୃତ ତ ଆଉ କିଏ କହେ ଏହା ବରଫଝଡ କିମ୍ବା ଅନ୍ୟ କୌଣସି ପ୍ରାକୃତିକ କାରଣରୁ ଘଟିଛି।

ଡେଭିଲ୍ସ ବ୍ରିଜ୍‌: ଜର୍ମାନୀର ସହର କ୍ରୋମଲୌରେ ଅଛି ଏକ ବେଶ୍‌ ସୁନ୍ଦର ବ୍ରିଜ୍‌, ଯାହାର ନାମ ଡେଭିଲ୍ସ ବ୍ରିଜ୍‌। ଏହାକୁ ଅନେକେ ‘ରାକୋଜ୍‌ବ୍ରୁକ୍‌’ ବ୍ରିଜ୍‌ ମଧ୍ୟ କହିଥାନ୍ତି। ୧୮୬୦ ଦଶକର ଏହି ବ୍ରିଜ୍‌ ପୃଥିବୀର ସୁନ୍ଦର ବ୍ରିଜ୍‌ ମଧ୍ୟରେ ଅନ୍ୟତମ। ଏହି ବ୍ରିଜ୍‌ ଦେଖିବାକୁ ସମ୍ପୂର୍ଣ୍ଣ ଗୋଲାକାର ଲାଗେ। କିନ୍ତୁ ଏହା ଗୋଲାକାର ନୁହେଁ, ବରଂ ଅର୍ଦ୍ଧ ଗୋଲାକାର। ହେଲେ ଜଳରେ ପଡୁଥିବା ଏହି ଅର୍ଦ୍ଧଗୋଲାକାର ବ୍ରିଜ୍‌ର ଛାଇ ବ୍ରିଜ୍‌କୁ ଗୋଲାକାର ରୂପ ଦେଇଥାଏ।

ମୋଏରାକି ବୁଲ୍ଡର୍‌: ବେଳାଭୂମି ସାରା ଦେଖିବାକୁ ମିଳେ ବଡ ବଡ ଗୋଲାକାର ପଥର। ଏହା ହେଉଛି ନ୍ୟୁଜିଲାଣ୍ଡର କୋଏକୋହେ ବେଳାଭୂମି। ପ୍ରାୟ ୬୫୦ ବର୍ଷ ପୂର୍ବରୁ ଏହି ପଥରଗୁଡିକ ତିଆରି ହୋଇଥିବା କୁହାଯାଏ।
ପ୍ଲେନ୍‌ ଅଫ୍‌ ଜାର୍‌ସ: ଏକ ବିସ୍ତୀର୍ଣ୍ଣ ସମତଳ ଭୂମି। ଆଉ ସେଠାରେ ଦେଖିବାକୁ ମିଳେ ଅନେକ ରହସ୍ୟମୟ ପଥରର ପାତ୍ର। ଯାହା ଦେଖିବାକୁ ଜାର୍‌ ବା ନଳାକୃତୀ ପାତ୍ର ଭଳି। ମଧ୍ୟ ଲାଓସ୍‌ର ଜିଏଙ୍ଗଖୋଉଆଙ୍ଗ ପ୍ରାନ୍ତରେ ୨୦୦୦ରୁ ଊର୍ଦ୍ଧ୍ୱ ଏହି ବିସ୍ମୟକର ପଥରର ପାତ୍ର ରହିଛି। ସେଥିମଧ୍ୟରୁ କିଛିଟା ୧୦ଫୁଟ୍‌ ଉଚ୍ଚତା ବିଶିଷ୍ଟ ହୋଇଥାଏ। ଭୂତତ୍ତ୍ୱବିତଙ୍କ ମତରେ ଜାର୍‌ଗୁଡିକ ୨୦୦୦ ବର୍ଷ ପୁରୁଣା ଅଟେ। ହେଲେ ଏଗୁଡିକୁ କିଏ ଓ କେଉଁ ଉଦ୍ଦେଶ୍ୟରେ କରିଥିଲେ ତାହା ଜଣା ନାହିଁ। ତେବେ କୁହାଯାଏ ଏସବୁକୁ ଅନ୍ତ୍ୟେଷ୍ଟି କ୍ରିୟାର ଭସ୍ମାଧାର ଭାବେ ବ୍ୟବହାର କରାଯାଉଥିଲା।

ସାଲାର ଡେ ଉୟୁନି: ପୃ୍‌ଥିବୀର ସବୁଠାରୁ ବଡ ଲବଣାକ୍ତ ସମତଳ ହେଉଛି ବଲିଭିଆର ସାଲାର ଡେ ଉୟୁନି। ଏହି ଲବଣାକ୍ତ ସମତଳ ୪୦୦୦ ବର୍ଗ ମାଇଲ ପର୍ଯ୍ୟନ୍ତ ବ୍ୟାପ୍ତ। ଏହା ସମ୍ପୂର୍ଣ୍ଣ ଭାବେ ସମତଳ ଓ ଦର୍ପଣ ଭଳି। ତେଣୁ ନୀଳ ଓ ଆକାଶ ଓ ଭସା ବାଦଲର ଛାଇ ଏହା ଉପରେ ପଡି ଭୂମିରେ ବି ଆକାଶର ଭ୍ରମ ସୃଷ୍ଟି ହୁଏ। ଶୁଷ୍କ ଋତୁରେ ଏହି ସମତଳଭାଗରେ ବହୁଭୁଜାକାର ହାଲ୍‌କା ଫାଟ ଭଳି ସୃଷ୍ଟି ହୁଏ, ଯାହାକି ଫ୍ଲୋର୍‌ ଟାଇଲ୍‌ ଭଳି ଦେଖାଯାଏ।

ସ୍ପଟେଡ୍‌ ଲେକ୍‌- ଶୀତଦିନେ ଏହା ଏକ ସାଧାରଣ ହ୍ରଦ ପରି ଲାଗେ। କିନ୍ତୁ ଖରାଦିନେ କାନାଡା, ବ୍ରିଟିଶ କଲମ୍ବିଆରେ ଥିବା ଏହି ହ୍ରଦର ଜଳ ଯେବେ ବାଷ୍ପୀଭୂତ ହେବାକୁ ଲାଗେ ଏହାର ଜଳ ସାରା ଗୋଲାକାର ରଙ୍ଗିନ ପ୍ୟାଚ୍‌ ଦେଖାଯାଏ। ହଳଦିଆ, ନୀଳ ଓ ସବୁଜ ରଙ୍ଗର ଏହି ଗୋଲାକାର ପ୍ୟାଚ୍‌ ପାଣିରେ ଥିବା ବିଭିନ୍ନ ପ୍ରକାରର ମିନେରାଲର ପ୍ରଚୁର ମାତ୍ରା ଯୋଗୁ ହୋଇଥାଏ।
ଏନ୍‌ଭାଏଟେନେଟ୍‌ ଦ୍ୱୀପ: ଏହା ଏକ ବେଶ୍‌ ସୁନ୍ଦର ଦ୍ୱୀପ। ଏହା କେନିଆର ରୁଡୋଲ୍ଫ ହ୍ରଦରେ ରହିଛି। ଏନ୍‌ଭାଏଟେନେଟ୍‌ର ଅର୍ଥ ହେଉଛି ‘ନୋ ରିଟର୍ନ’। ଆଗ୍ନେୟଗିରୀ ଭଳି ଦେଖିବାକୁ ଏହି ଦ୍ୱୀପ। କୁହାଯାଏ ବହୁ ବର୍ଷ ପୂର୍ବେ ଏଠାରେ ଜନବସତି ଥିଲା। ସେମାନେ ଶିକାର କରି ମାଛଧରି ବଞ୍ଚୁଥିଲେ ଏବଂ କିଛି ଦୂରରେ ଥିବା ମେନଲ୍ୟାଣ୍ଡର ଲୋକଙ୍କ ସହ ବ୍ୟବସାୟ କରୁଥିଲେ। କିନ୍ତୁ ହଠାତ୍‌ ଏମାନଙ୍କର ଯିବାଆସିବା ମେନଲ୍ୟାଣ୍ଡକୁ ବନ୍ଦ ହୋଇଯାଇଥିଲା। କିଛି ଲୋକ ଏହି ଦ୍ୱୀପକୁ ଯିବାରେ ଦେଖିବାକୁ ପାଇଲେ ଯେ, ସେଠାରେ ଜନବସତିର ଚିହ୍ନ ନ ଥିଲା। ଏହାପରଠାରୁ ସେଠାକୁ ଆଉ କେହି ଗଲେ ନାହିଁ। ଦ୍ୱୀପ ପରିତ୍ୟକ୍ତ ହୋଇ ରହିଗଲା।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri