Posted inଖେଳ

ମୁମ୍ବାଇରେ ପହଞ୍ଚିଲେ ସ୍ମିଥ୍‌: କ୍ୱାରାଣ୍ଟାଇନ୍‌ରେ ରହି ଦିଲ୍ଲୀ ଦଳରେ ଯୋଗଦେବେ

ମୁମ୍ବାଇ,୪।୪(ପି.ଟି.): ଅଷ୍ଟ୍ରେଲୀୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଯୋଗ ଦେବାକୁ ଶନିବାର ମୁମ୍ବାଇରେ ଆସି ପହଞ୍ଚିଛନ୍ତି। ଏବେ ସେ ବାଧ୍ୟତାମୂଳକ ୭ ଦିନିଆ କ୍ୱାରାଣ୍ଟାଇନ୍‌ରେ ରହିବେ। ଏ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଟୁଇଟ୍‌ କରି ସୂଚନା ଦେବା ସହ ସ୍ମିଥ୍‌ଙ୍କ ଏକ ଫଟୋ ଅପ୍‌ଲୋଡ କରିଛି। ୩୧ ବର୍ଷୀୟ ସ୍ମିଥ୍‌ଙ୍କୁ ରାଜସ୍ଥାନ ରୟାଲ୍ସ ରିଲିଜ୍‌ କରିଥିଲା। ଫଳରେ ଗତ ଫେବୃୟାରୀରେ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଅକ୍ସନରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୨.୨ କୋଟି ଟଙ୍କା ବିନିମୟରେ କ୍ରୟ କରିଥିଲା।
ଦିଲ୍ଲୀ ଦଳ ଇତିମଧ୍ୟରେ ଟ୍ରେନିଂ ଆରମ୍ଭ କରିଛି। ତେବେ ସ୍ମିଥ୍‌ ଓ ତାଙ୍କ ନିଜ ଦେଶର ଖେଳାଳି ମାର୍କସ ଷ୍ଟୋଇନିସ କିନ୍ତୁ ଦଳର ପ୍ରଥମ ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ କରିବାର ସୁଯୋଗ ପାଇବେ ନାହିଁ। କାରଣ ଏହି ଦୁଇ ଖେଳାଳି କ୍ୱାରାଣ୍ଟାଇନରେ ରହିବେ। ଏପ୍ରିଲ ୧୦ ତାରିଖରେ ଦିଲ୍ଲୀର ପ୍ରଥମ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଭେଟି ଅଭିଯାନ ଆରମ୍ଭ କରିବ। ଉଲ୍ଲେଖଥାଉ କି, ସ୍ମିଥ୍‌ ୨୦୧୯ରେ ରାଜସ୍ଥାନ ରୟାଲ୍ସ ଦଳରେ ଯୋଗ ଦେଇଥିଲେ ଓ ୨୦୨୦ରେ ଦଳର ନେତୃତ୍ୱ ନେଇଥିଲେ। ତେବେ ଦଳ ତାଲିକାର ସର୍ବନିମ୍ନ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଦିଲ୍ଲୀର ହେଡ କୋଚ୍‌ ରହିଛନ୍ତି। ନିୟମିତ ଅଧିନାୟକ ଶ୍ରେୟାସ ଆୟାର ଇଞ୍ଜୁରି କାରଣରୁ ବାଦ୍‌ ପଡ଼ିଥିବାରୁ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଦିଲ୍ଲୀର ନେତୃତ୍ୱ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

ଅଶାଳୀନ ମନ୍ତବ୍ୟ ଦେଲେ ଫ୍ୟାନ୍‌: ସମସ୍ତଙ୍କୁ ଚକିତ କଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ୍ ଅଲ୍-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଣେ ଫ୍ୟାନ୍‌ଙ୍କ ଅଶାଳୀନ ଆଚରଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖ୍ରୀଷ୍ଟମାସ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri