‘ଚଳଚ୍ଚିତ୍ର ଜଗତରେ ବୃହତ୍‌ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ’

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଆଗକୁ ପୁଣି ଥରେ ନୂଆ ରୂପରେ ଝଲସିବ କଳିଙ୍ଗ ଷ୍ଟୁଡିଓ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଳିଙ୍ଗ ଷ୍ଟୁଡିଓର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିଛନ୍ତି। ଷ୍ଟେଟ୍‌ ଅଫ୍‌ ଦି ଆର୍ଟ ଭିତ୍ତିିଭୂମି ସହ ଷ୍ଟୁଡିଓକୁ ବିକଶିତ କରାଯିବ। ଏହି ପ୍ରକଳ୍ପ କାମ ଶେଷ ହେଲେ ସିନେମା ସହ କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରୋତ୍ସାହନ ଦିଗରେ ମନୋରଞ୍ଜନ ଶିଳ୍ପକୁ ଏକ ବଡ଼ ଶକ୍ତି ମିଳିବ। ଏହା ସହ ରାଜ୍ୟରେ ଚଳଚ୍ଚିତ୍ର ଜଗତରେ ବୃହତ୍‌ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପ୍ରକଳ୍ପ ଲାଗି ରାଜ୍ୟ ସରକାର ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୧୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆନ୍ତର୍ଜାତିକ ସଂସ୍ଥା ଗ୍ରାଣ୍ଟ ଥ୍ରୋନ୍‌ଟନ୍‌ ଭାରତ ଏଲ୍‌ଏଲ୍‌ପି ଦ୍ୱାରା ଏହି ପ୍ରକଳ୍ପର ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ଇଡ୍‌କୋ ଦ୍ୱାରା ଉକ୍ତ ପ୍ରକଳ୍ପ କାର୍ଯ୍ୟ କରାଯିବ। ଡିସେମ୍ବର ୨୦୨୨ ସୁଦ୍ଧା ଏହାର ନିର୍ମାଣ ଶେଷ ହେବ ବୋଲି ଆଶା କରାଯାଉଛି।
ଏହି ପ୍ରକଳ୍ପ ସିଧାସଳଖ ଚଳଚ୍ଚିତ୍ର, ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ର ସହ ଜଡ଼ିତ ପ୍ରାୟ ୨ ହଜାର ନିଯୁକ୍ତି ଯୋଗାଇବ। ପରୋକ୍ଷ ଭାବେ ୧୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହି ଷ୍ଟଡିଓକୁ ଅତ୍ୟାଧୁନିକ ଭିତ୍ତିଭୂମି ସହ ୩ଟି ଭିନ୍ନ ଭିନ୍ନ ଜୋନ୍‌ରେ ବିକଶିତ କରାଯି; ଯେଉଁଥିରେ ମଲ୍ଟି ସାଇଜ୍‌ଡ୍‌ ଇନ୍‌ଡୋର୍‌ ସିଟିଂ ହଲ୍‌, ମେକ୍‌ ବିଲିଭ୍‌ ସୁଟିଂ, ଥିମ୍‌ଭିତ୍ତିକ ପାର୍କ, ପୋଷ୍ଟ-ପ୍ରଡକ୍ସନ୍‌ ସୁବିଧା ଯଥା- ଡବିଂ, ମିକ୍ସିଂ ଷ୍ଟୁଡିଓ, ଆନିମେସନ୍‌ ୱାର୍କ ଷ୍ଟେଶନ, ଏଡିଟିଂ ସୁଟ୍‌, ଡିଜିଟାଲ ଇଣ୍ଟର ମିଡିଏଟ୍‌ ଷ୍ଟୁଡିଓ, ପ୍ରିଭ୍ୟୁ ଥିଏଟର, ଡାଇରେକ୍ଟର୍ସ ରୁମ୍‌, ସ୍କ୍ରିପ୍ଟ ନ୍ୟାରେଶନ, କାଷ୍ଟିଂ, ରେକର୍ଡିଂ ଲାବ୍‌, ରେଡିଓ ଏବଂ ମିଡିଆ ହାଉସ୍‌ ଆଦି ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିବ। ଫିଲ୍ମ ପ୍ରଡ଼କ୍ସନ୍‌ ସହ ଫନ୍‌, ଏଣ୍ଟରଟେନ୍‌ମେଣ୍ଟ, ଲିଜର ହବ୍‌ ଆଦି ବ୍ୟବସ୍ଥା କରାଯିବାର ପ୍ରସ୍ତାବ ରହିଛି। ସେହିପରି ଲାଇଭ୍‌ ପରଫରମାନ୍ସ ଷ୍ଟେଜ୍‌, ଆଡ୍‌ଭେନ୍ଚର ପାର୍କ, କିଡ୍‌ସ ପ୍ଲେ ଏରିଆ, ୱାଟର ଗେମ୍‌ସ, ସ୍ନୋ ୱାଲର୍‌ଡ, ଆଇକନିକ୍‌ ପଏଣ୍ଟ ଆଦି ବ୍ୟବସ୍ଥା ରହିବ। ଏହାଛଡ଼ା ଚଳଚ୍ଚିତ୍ର କ୍ର୍ୟୁଙ୍କ ଲାଗି ରହିବା ସୁବିଧା ଉପଲବ୍ଧ ହେବ। ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ଏଠାରେ ସ୍ଥାନ ରହିବ।
୧୯୮୦ରେ ସ୍ଥାପିତ କଳିଙ୍ଗ ଷ୍ଟୁଡିଓ ଓଡ଼ିଆ ସିନେମା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ପୂର୍ବାଞ୍ଚଳରେ ଶ୍ରେଷ୍ଠ ସରଞ୍ଜାମ ସହ ଏହା କେବଳ ଏକମାତ୍ର ଫିଲ୍ମ ଷ୍ଟୁଡିଓ ଥିଲା। ଅତୀତରେ ଏଠାରେ ବହୁ ସୁନ୍ଦର ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ତେବେ ଏହି ସିନେମା ଶିଳ୍ପକୁ ଚଳଚ୍ଚିତ୍ର ନିର୍ମାଣ ଲାଗି ଉନ୍ନତ ଭିତ୍ତିଭୂମି ଓ ଟେକ୍ନୋଲୋଜିର ଆବଶ୍ୟକତା ରହିଛି। ଐତିହ୍ୟ ସମ୍ପତ୍ତିର ସଂରକ୍ଷଣ ସହ ଓଡ଼ିଆ ଚଳଚ୍ଚିତ୍ର ଜଗତର ପୁନରୁଦ୍ଧାର ପାଇଁ ସହାୟତା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଏହି ଭିତ୍ତିଭୂମି ସିନେମା ଶିଳ୍ପ ଇକୋ-ସିଷ୍ଟମ ତିଆରି କରିବ; ଯାହା କେବଳ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ବିଶକିତ କରିବନି ବରଂ ବୃହତ୍‌ ମନୋରଞ୍ଜନ ଏବଂ ସର୍ଜନାତ୍ମକ ସେବା ପ୍ରଦାନ କରିବ। ଏହି ପ୍ରକଳ୍ପ ଫିଲ୍ମ ମିଡ଼ିଆ ଏବଂ ମନୋରଞ୍ଜନ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବ ବୋଲି ଆଶା କରାଯାଉଛି। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ କିଛି ବରିଷ୍ଠ କଳାକାରଙ୍କୁ ଭେଟିବା ସହ ତାଙ୍କ ସହ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri