ଏବେଠୁ ଜଳ ସଙ୍କଟ

ବାଲିଆପାଳ,୨୫।୩(ସ୍ବ.ପ୍ର.)- ଖରାଦିନ ଆରମ୍ଭରୁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ବାଲିଆପାଳ ପଞ୍ଚାୟତରେ ଜଳସଙ୍କଟ ଦେଖାଦେଇଛି। ଦୁଇଟି ପାନୀୟଜଳ ପ୍ରକଳ୍ପ ଥାଇ ମଧ୍ୟ ଲୋକଙ୍କୁ ପାନୀୟଜଳ ଯୋଗାଇବାରେ ଫେଲ୍‌ ମାରିଛି। ଏହାସହିତ ଗଁାଗୁଡିକରେ ଥିବା ଗଭୀର ନଳକୂପ କଥା କହିଲେ ନ ସରେ। କେଉଁଠାରେ ନଳକୂପ ଅଚଳ ଅବସ୍ଥାରେ ରହିଛି, ତ କେଉଁଠି ବ୍ୟବହାର ଅନୁପଯୋଗୀ। ପଙ୍କ କାଦୁଅ ମିଶା ଆଇରନ ଜଳ ବାହାରୁଛି।
ବାଲିଆପାଳଠାରେ ତହସିଲ, ଥାନା, ବ୍ଲକ, ବିଭିନ୍ନ ପ୍ରକାର ଅଫିସ, ବ୍ୟାଙ୍କ ରହିଛି। ବାଲିଆପାଳରୁ ବାଲେଶ୍ୱର ଯାତାୟାତ ପାଇଁ ମୁଖ୍ୟ ରାସ୍ତା ସହିତ ବିଭିନ୍ନ ଛକରୁ ପଞ୍ଚାୟତକୁ ରାସ୍ତା ରହିଛି। ରାସ୍ତାର ଉଭୟପାର୍ଶ୍ୱରେ ଦୋକାନ ସହିତ ଗ୍ରାମ ରହିଥିବାରୁ ସବୁ ସମୟରେ ଛକରେ ଜନଗହଳି ଲାଗିଥାଏ। ରାସ୍ତା ପାର୍ଶ୍ୱରେ ସର୍ବସାଧାରଣ ବ୍ୟବହାର ଉଦ୍ଦେଶ୍ୟରେ ଗୋଟିଏ ଗୋଟିଏ ଟ୍ୟାପ୍‌ ରହିଛି। ସେଥିରୁ ପାଣି ନେବା ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି, ତ କେତେବେଳେ ଜଳ ନ ପାଇ ଖାଲି ବୋତଲ, ବାଲ୍‌ଟି ଧରି ଫେରିବାକୁ ପଡୁଛି। ୨୦୧୮ରେ ବସୁଧା ଯୋଜନାରେ ନିର୍ମିତ ଏକ ଲକ୍ଷ ଲିଟର ଜଳଧାରଣ କ୍ଷମତା ବିଶିଷ୍ଟ ଓଭରହେଡ୍‌ ଟାଙ୍କି କେବଳ ନାମକୁ ମାତ୍ର। ନିର୍ଦ୍ଦିଷ୍ଟ ସମୟ ସକାଳ, ମଧ୍ୟାହ୍ନ, ସନ୍ଧ୍ୟାରେ ୩ଥର ଜଳଯୋଗାଣ ହେଉଥିବାରୁ ଅନ୍ୟ ସମୟରେ ସାଧାରଣ ଲୋକେ ରାସ୍ତାରେ ଯିବା ଆସିବା କରୁଥିବା ବେଳେ ଜଳ ପାଇଁ ହଇରାଣ ହେଉଛନ୍ତି। ହେଲେ ଦୁଇତିନି ଦିନ ହେବ ଛକଗୁଡିକରେ ଆଦୌ ପାଣି ଆସୁ ନ ଥିବାରୁ ଲୋକମାନେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏ ସମ୍ପର୍କରେ ବାଲିଆପାଳ ସରପଞ୍ଚ ମଧୁସୂଦନ ବାରିକ କହନ୍ତି, ଭୂତଳ ଜଳସ୍ତର କମିଯାଇଥିବାରୁ ୫ ଏଚ୍‌ପି ମୋଟର ଠିକ୍‌ ଭାବେ ଜଳଯୋଗାଇ ପାରୁନାହଁି। ପୁରୁଣା ମୋଟର ପରିବର୍ତ୍ତନ କରି ୭ ଏଚ୍‌ପି ମୋଟର ସହିତ ୨୦ଫୁଟ୍‌ର ପାଇପ୍‌ ତଳକୁ ସଂଯୋଗ କରାଗଲେ ସବୁ ସମସ୍ୟାର ସମାଧାନ ହୋଇପାରିବ। ଗ୍ରାମୀଣ ଜଳ ଯୋଗାଣ ବିଭାଗ ଜେଇ ପଙ୍କଜ ତ୍ରିପାଠୀ କହିଛନ୍ତି, ମୁଁ ଏଠାରେ ଗତ ୪ମାସ ହେବ କାର୍ଯ୍ୟରେ ଯୋଗଦେଇଥିବାରୁ ସମସ୍ତ ଅଞ୍ଚଳ ବିଷୟରେ ଜାଣିନାହଁି। ଏହାଛଡ଼ା ଏନେଇ କୌଣସି ଅଭିଯୋଗ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri